Gajapati News Today: ନାଳ ପାର ହେବା ପାଇଁ ନିଜ ଉଦ୍ୟମରେ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ
Advertisement
Article Detail0/zeeodisha/odisha1879214

Gajapati News Today: ନାଳ ପାର ହେବା ପାଇଁ ନିଜ ଉଦ୍ୟମରେ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

Gajapati Latest News: ସାତ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଭରଷା ସାଜିଛି ଭରା ନାଳ ଉପରେ କାଠ ନିର୍ମିତ ଅସ୍ଥାୟୀ ସେତୁ।

 

Gajapati News Today: ନାଳ ପାର ହେବା ପାଇଁ ନିଜ ଉଦ୍ୟମରେ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

Gajapati wooden Bridge: ଭରା ନଦୀ ପାର ହେବା ପାଇଁ ଭରଷା ସାଜିଛି କାଠ ନିର୍ମିତ ଅସ୍ଥାୟୀ ପୋଲ। ସାତ ଖଣ୍ଡ ଗ୍ରାମକୁ ଗମନାଗମନର ମାଧ୍ୟମ ସାଜିଛି କାଠ ପୋଲ।  ଭରା ନଦୀ ପାର ହେବା ପାଇଁ ନିଜ ଉଦ୍ୟମରେ କାଠ ପୋଲ ନିର୍ମାଣ କରିଛନ୍ତି ୭ ଖଣ୍ଡ ଗ୍ରାମର ଗ୍ରାମବାସୀ। ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ପରିସଲ ପଞ୍ଚାୟାତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ସାତ ଖଣ୍ଡ ଗ୍ରାମବାସୀଙ୍କ ଭରଷା ସାଜିଛି ଭରା ନଦୀ ଉପରେ କାଠ ନିର୍ମିତ ଅସ୍ଥାୟୀ ସେତୁ ପ୍ରତି ମୂହୁର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ଯାତାୟତ କରୁଥାନ୍ତି ପିଲା ଠାରୁ ବୟସ୍କ ଲୋକ। ବାରମ୍ବାର ଗୁହାରୀ ସତ୍ତ୍ୱେ ଶୁଣୁନାହାଁନ୍ତି ସରକାର କିମ୍ବା ପ୍ରଶାସନିକ ଅଧିକାରୀ। ଯାହା ଫଳରେ କାଠକୁ କାଠ ଯୋଡି ଅସ୍ଥାୟୀ ସେତୁ ନିର୍ମାଣ କରିଛନ୍ତି ଅଞ୍ଚଳବାସୀ। ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ପରିସଲ ପଞ୍ଚାୟତର ଝାଲରସିଂହ ଗାଁ ସମେତ ଆଖ ପାଖର ସାତ ଖଣ୍ଡ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ପରିସ୍ଥିତି। 

ବର୍ଷା ଦିନ ଆସିଗଲେ ଗ୍ରାମବାସୀଙ୍କ ପାଇଁ ବାଧକ ସାଜେ ନାଳ। ବଜାର, ମେଡିକାଲ୍, ବିଦ୍ୟାଳୟ ଯିବାକୁ ହେଲେ ଏହି ନାଳ ପାର ହେବାକୁ ପଡ଼ିଥାଏ। ହେଲେ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଗୁହାରୀ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।