ଏହି ଦିନଠାରୁ ରାଜ୍ୟରେ ବାଧ୍ୟତାମୂଳକ ହେବ VLTD ଓ ପାନିକ ବଟନ୍, ଜାଣନ୍ତୁ କ’ଣ ମିଳିବ ଫାଇଦା
Advertisement
Article Detail0/zeeodisha/odisha1861159

ଏହି ଦିନଠାରୁ ରାଜ୍ୟରେ ବାଧ୍ୟତାମୂଳକ ହେବ VLTD ଓ ପାନିକ ବଟନ୍, ଜାଣନ୍ତୁ କ’ଣ ମିଳିବ ଫାଇଦା

Odisha:  ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏପରି ବିଜ୍ଞପ୍ତି ଜାରି କରାଯାଇଛି । ୩୦ ସେପ୍ଟେମ୍ବର ସୁଦ୍ଧା ରେଜିଷ୍ଟ୍ରେସନ ହୋଇଥିବା ବା ହେବାକୁ ଥିବା ଗାଡ଼ି ଗୁଡ଼ିକରେ ଭେଇକିଲ୍ ଲୋକେସନ ଟ୍ରାକିଂ ଡ଼ିଭାଇସ ଓ ପାନିକ ବଟନ୍ ଲଗାଇବା ନେଇ ପରିବହନ ବିଭାଗ (Transport Department) ପକ୍ଷରୁ ନିୟମ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Odisha News: ଏଣିକି କଡ଼ାକଡ଼ି ହେବ ମୋଟର ଭେଇକିଲ ନିୟମ । ଗାଡ଼ିରେ ବାଧ୍ୟତାମୂଳକ ହେବ ଭେଇକିଲ୍ ଲୋକେସନ ଟ୍ରାକିଂ ଡ଼ିଭାଇସ (VLTD) ଓ ପାନିକ ବଟନ୍ (Panic Button)। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏପରି ବିଜ୍ଞପ୍ତି ଜାରି କରାଯାଇଛି । ୩୦ ସେପ୍ଟେମ୍ବର ସୁଦ୍ଧା ରେଜିଷ୍ଟ୍ରେସନ ହୋଇଥିବା ବା ହେବାକୁ ଥିବା ଗାଡ଼ି ଗୁଡ଼ିକରେ ଭେଇକିଲ୍ ଲୋକେସନ ଟ୍ରାକିଂ ଡ଼ିଭାଇସ ଓ ପାନିକ ବଟନ୍ ଲଗାଇବା ନେଇ ପରିବହନ ବିଭାଗ (Transport Department) ପକ୍ଷରୁ ନିୟମ କରାଯାଇଛି ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପରିବହନ ବିଭାଗ (State Transport Department) ପକ୍ଷରୁ ରାଜ୍ୟର ସମସ୍ତ ବସ୍‌, ଯାତ୍ରୀ ପରିବହନ ଗାଡି଼, ସମସ୍ତ ବସ୍‌, ମାଲ୍‌ ପରିବହନ ଗାଡିରେ ଭେଇକିଲ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌ ଓ ପାନିକ୍‌ ବଟନ (Panic Button) ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଗାଡି ମାଲିକମାନେ ନିଜ ନିଜ ଗାଡିରେ ଭିଏଲ୍‌ଟିଡି (VLTD)  ଓ ପାନିକ୍‌ ବନନ (Panic Button) ଲ‌ଗାଇବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ୧.୧୦.୨୩ ପରେ ପଞ୍ଜୀକୃତ ହେଉଥିବା ଗାଡିଗୁଡିରେ ଏହି ଡିଭାଇସ୍‌ ଲଗାଇ ଦିଆଯିବ।

Also Read-Kendrapara News: ଅଚାନକ ଆକାଉଣ୍ଟକୁ ଆସିଲା ଟଙ୍କା, ରାତାରାତି ଲକ୍ଷପତି ହେଲେ ଗ୍ରାମବାସୀ

ମାତ୍ର ସେପ୍ଟେମ୍ବର ୩୦ ପୂର୍ବରୁ କିଣାଯାଇଥିବା ସମସ୍ତ ଗାଡ଼ି ଏହି ଡ଼ିଭାଇସ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଯାତ୍ରୀବାହୀ ବସ (Passenger Buses), ସ୍କୁଲ ବସ (school bus), ମିନି ବସ, ଯାତ୍ରୀ ପରିବହନ ଗାଡି଼, ମାଲ ଗାଡ଼ି, ଆମ୍ବିଲାନ୍ସ (Ambulance) ଓ ସମସ୍ତ କ୍ୟାବରେ ଏହି ଡ଼ିଭାଇସ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ରାଜ୍ୟ ପରିବହନ ବିଭାଗ (State Transport Department) ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓମାନଙ୍କୁ (RTO) ଏ ନେଇ ନିର୍ଦ୍ଦେଶ ଦିଆଯାଇଛି ।

Also Read-Puri Jagannath Temple: ନନ୍ଦୋତ୍ସବ ନୀତିକାନ୍ତିରେ ବିଳମ୍ବ, ଅନିଦ୍ରା ରହିଲେ ମହାପ୍ରଭୁ