Odisha Doctor Recruitment: ରାଜ୍ୟରେ ନିଯୁକ୍ତ ହେବେ ୭୨୭୬ ଡାକ୍ତର, ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା
Advertisement
Article Detail0/zeeodisha/odisha1795522

Odisha Doctor Recruitment: ରାଜ୍ୟରେ ନିଯୁକ୍ତ ହେବେ ୭୨୭୬ ଡାକ୍ତର, ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା

Doctor Recruitment in Odisha: ରାଜ୍ୟରେ ଅବସ୍ଥିତ ବିଭିନ୍ନ ଚିକିତ୍ସାଳୟରେ ନିଯୁକ୍ତ ହେବେ ୭୨୭୬ ଡାକ୍ତର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇୟାଇଛି ପ୍ରକ୍ରିୟା।

Odisha Doctor Recruitment: ରାଜ୍ୟରେ ନିଯୁକ୍ତ ହେବେ ୭୨୭୬ ଡାକ୍ତର, ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା

Odisha Govt initiates process to recruit doctors: ରାଜ୍ୟରେ କ୍ଲାସ୍-ଏ ପଦବୀରେ ୭୨୭୬ ଡାକ୍ତର ନିଯୁକ୍ତି ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡିଶା ଜନସେବା ଆୟୋଗକୁ ଅନୁରୋଧ କରାଯାଇଛି।

କିଛି ଦିନ ପୂର୍ବରୁ ରାଜ୍ୟ ସରକାର (Odisha Government) ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା (Public Health Service in Odisha) ପାଇଁ ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ୍ (Odisha Medical and Health Services) ଓଏମ୍ଏଚ୍ଏସ୍ (OMHS) କ୍ୟାଡର ଗ୍ରୁପ୍-ଏ ଜୁନିଅର ଶାଖା (Group-A Junior Branch) ପଦବୀରେ ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ୍ ଅଫିସର (Leave Training Reserve Medical Officer) ଏଲଟିଆରଏମଓ (LTRMO) ନାମର ୫୦୦୦ ନୂତନ ପଦବୀ ସୃଷ୍ଟି କରିଥିଲେ।

 

ଏହି ଏଲଟିଆରଏମଓ ପଦବୀ ରାଜ୍ୟରେ ଅବସ୍ଥିତ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା (District Headquarters Hospitals), ବିଭିନ୍ନ ଉପଖଣ୍ଡସ୍ତରୀୟ ହସ୍ପିଟାଲ (Sub-Divisional Hospitals), ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (Community Health Centres), କ୍ୟାପିଟାଲ ହସ୍ପିଟାଲ (Capital Hospital) ଏବଂ ରାଉରକେଲା ସରକାରୀ ଡାକ୍ତରଖାନାରେ (Rourkela Government Hospital) ଏହି ନୂତନ ପଦବୀ ସୃଷ୍ଟି କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ (Health and Family Welfare Department Odisha) ଓଡିଶା ଜନସେବା ଆୟୋଗକୁ (Odisha Public Service Commission) ନୂତନ ଭାବେ ସୃଷ୍ଟି ହୋଇଥିବା ୫୦୦୦ ଏଲଟିଆରଏମଓ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହିତ ରାଜ୍ୟରେ ଖାଲି ପଡ଼ିଥିହା ମେଡିକାଲ ଅଧିକାରୀଙ୍କ ୨୨୭୬ ପଦବୀ ପୂରଣ କରିବାକୁ ଅନୁରୋଧ କରିଛି।