Gajapati News Today: ମିନିଟ୍ରକ ସହ ବିପୁଳ ପରିମାଣର ଚୋରାକାଠ ଗଣ୍ଡି ଜବତ
Advertisement
Article Detail0/zeeodisha/odisha1875042

Gajapati News Today: ମିନିଟ୍ରକ ସହ ବିପୁଳ ପରିମାଣର ଚୋରାକାଠ ଗଣ୍ଡି ଜବତ

Mohana Forest Range: ମିନିଟ୍ରକ ସହ ବିପୁଳ ପରିମାଣର ଚୋରାକାଠ ଗଣ୍ଡି ଜବତ। ଶାଗୁଆନ କାଠ ଚୋରାଚାଲାଣ ବେଳେ ମିନି ଟ୍ରକ ସହ କାଠ ଜବତ।

Gajapati News Today: ମିନିଟ୍ରକ ସହ ବିପୁଳ ପରିମାଣର ଚୋରାକାଠ ଗଣ୍ଡି ଜବତ

Gajapati Latest News: ଚୋରାଚାଲାଣ ବେଳେ ମିନିଟ୍ରକ ସହ ବିପୁଳ ପରିମାଣର ଚୋରାକାଠ ଗଣ୍ଡି ଜବତ। ହେଲେ କାଠ ଚୋରା ଚାଲାଣ ଘଟଣାରେ ବନ ବିଭାଗ ପକ୍ଷରୁ ହୋଇଥିବା ଚଢାଉ ସମୟରେ ଚୋରା ଚାଲାଣକାରୀ ଚମ୍ପଟ ମାରିଥିବାର ଖବର ମିଳିଛି। ଗଜପତି ଜିଲ୍ଲା ମୋହନା ବନାଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ଶନିବାର ବନବିଭାଗ ପକ୍ଷରୁ ହୋଇଥିବା ଚଢାଉ ବେଳେ ଜବତ ହୋଇଥିଲା ଶାଗୁଆନ କାଠ ବୋଝେଇ ଟ୍ରକ (Shaguan Timber Truck Seized at Gajapati)। ହେଲେ ଚଢାଉ ବେଳେ ଅଭିଯୁକ୍ତ ଦୌଡ଼ି ପଳାଇଥିଲ। ଗଜପତି (Gajapati) ଜିଲ୍ଲା ମୋହନା ବନାଞ୍ଚଳ (Mohana Forest Range) ଅନ୍ତର୍ଗତ ଅଡବା ଅଞ୍ଚଳରେ ବନ ବିଭାଗ କର୍ମଚାରୀ ରାତ୍ରୀକାଳୀନ ପଇଁତରା ମାରୁଥିଲେ। ମୋହନା ବନାଞ୍ଚଳ ଅଧିକାରୀ ଲଷ୍ମୀପ୍ରସାଦ ବିଷୋୟୀଙ୍କ ନିର୍ଦେଶ କ୍ରମେ ଗତକାଲି ରାତିରେ ମୋହନା ଏବଂ ଅଡବା ବନ କର୍ମଚାରୀ ନଡ଼ମା ଗ୍ରାମ ନିକଟରେ ଏକ ଟାଟା ୪୦୭ ଯୋଗେ କାଠ ଚୋରାଚାଲାଣ ହେଉଥିବା ଖବର ପାଇଥିଲେ।

ପରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ମିନିଟ୍ରକ ସହ ବିପୁଳ ପରିମାଣର ଚୋରାକାଠ ଗଣ୍ଡି ଜବତ  ଜବତ କରାଯାଇଥିଲା। ହେଲେ ବନ କର୍ମଚାରୀଙ୍କୁ ଦେଖି ଡ୍ରାଇଭର ଗାଡ଼ିରୁ ଡେଇଁ ଚମ୍ପଟ ମାରିଥିଲା। ବନ ବିଭାଗ ପକ୍ଷରୁ ଜବତ ହୋଇଥିବା ଶାଗୁଆନ କାଠର ପରିମାଣ ହେଉଛି ୨୮ ଘନଫୁଟ। ବଜାରରେ ଏହାର ଆନୁମାନିକ ମୂଲ୍ୟ ୫୦ ହାଜର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀପ୍ରସାଦ ବିଷୋୟୀ କହିଛନ୍ତି।