Bhubaneswar: ରେଳବାଇ ପକ୍ଷରୁ ସୂଚନା, ଏହି ଦିନଠାରୁ ଭୁବନେଶ୍ବରରେ ସ୍ବାଭାବିକ ହେବା ଟ୍ରେନ୍ ଚଳାଚଳ
Advertisement
Article Detail0/zeeodisha/odisha1846077

Bhubaneswar: ରେଳବାଇ ପକ୍ଷରୁ ସୂଚନା, ଏହି ଦିନଠାରୁ ଭୁବନେଶ୍ବରରେ ସ୍ବାଭାବିକ ହେବା ଟ୍ରେନ୍ ଚଳାଚଳ

Bhubaneswar Railway Station: ବାରଙ୍ଗ ଓ ଖୋର୍ଦ୍ଧାରୋଡ଼ ମଧ୍ଯରେ ବହୁ ପ୍ରତୀକ୍ଷିତ ତୃତୀୟ ରେଳ ଲାଇନ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉିଛି । ଏହି ରେଳ ଲାଇନକୁ ସିଆରଏସଙ୍କ ଦ୍ବାରା ମଞ୍ଚେଶ୍ବର ଓ ଭୁବେନଶ୍ବର ମଧ୍ୟରେ ଯାଂଚ ପରେ କାର୍ଯ୍ୟକ୍ଷମ କରିବାକୁ ଅନୁମତି ମିଳିଛି । ଏବେ ଟ୍ରାକ ଲିଙ୍କ କାମ ଜାରି ରହିଛି , ଯାହା ଏକ ଗୁରୁତ୍ବପୂର୍ଣ୍ଣ ନିରାପତା ସମ୍ବନ୍ଧୀୟ- କାମ ଅଟେ । 

ସୌ(ସୋସିଆଲ ମିଡିଆ)

Bhubaneswar News: ଭୁବନେଶ୍ବର- ମଞ୍ଜେଶ୍ବର ଷ୍ଟେସନ (Bhubaneswar Mancheswar railway station)  ମଧ୍ୟରେ ତୃତୀୟ ରେଳ ଲାଇନ୍ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ଏହି ରେଳ ଲାଇନରେ ଟ୍ରାକ୍ ବିଛା ଶେଷ ହୋଇଥିବା ବେଳେ  ସିଗନାଲ୍  ସିଷ୍ଟମକୁ ପୁନଃ ବ୍ୟବସ୍ଥିତ କରାଯାଇଛି । ତେବେ ଆସନ୍ତକାଲି ଅର୍ଥାତ୍ ବୁଧବାର ଦିନଠାରୁ ଭୁବନେଶ୍ବରରେ (Bhubaneswar) ସ୍ବାଭାବିକ ହେବ ଟ୍ରେନ (Train) ଚଳାଚଳ । ବାରଙ୍ଗ ଓ ଖୋର୍ଦ୍ଧାରୋଡ଼ ମଧ୍ଯରେ ବହୁ ପ୍ରତୀକ୍ଷିତ ତୃତୀୟ ରେଳ ଲାଇନ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉିଛି । ଏହି ରେଳ ଲାଇନକୁ ସିଆରଏସଙ୍କ ଦ୍ବାରା ମଞ୍ଚେଶ୍ବର ଓ ଭୁବେନଶ୍ବର ମଧ୍ୟରେ ଯାଂଚ ପରେ କାର୍ଯ୍ୟକ୍ଷମ କରିବାକୁ ଅନୁମତି ମିଳିଛି । ଏବେ ଟ୍ରାକ ଲିଙ୍କ କାମ ଜାରି ରହିଛି , ଯାହା ଏକ ଗୁରୁତ୍ବପୂର୍ଣ୍ଣ ନିରାପତା ସମ୍ବନ୍ଧୀୟ- କାମ ଅଟେ । ଏହାସହ ଭବିଷ୍ୟତରେ ବାରଙ୍ଗ ଓ ଖୋର୍ଦ୍ଧାରୋଡ଼ ମଧ୍ୟରେ ଅସୁବିଧା ମୁକ୍ତ ଟ୍ରେନ ଚଳାଚଳ ପାଇଁ ସିଗନାଲ ସିଷ୍ଟମ କାର୍ଯ୍ୟର ଆଧୁନିକୀକରଣ ହେଉଛି । ଏହି ପ୍ରକଳ୍ପ କାମ ଶେଷ ହେବା ପରେ ବାରଙ୍ଗ ଓ ଖୋର୍ଦ୍ଧା ରୋଡ଼ ମଧ୍ଯରେ ଟ୍ରେନ ସେବା ସହଜ ହେବ ବୋଲି କୁହାଯାଉଛି । ଏଥିସହ ହରିଦାସପୁର, ସମ୍ବଲପୁର, କଟକ, ସମ୍ବଲପୁର ସିଟି ରେଳ ଷ୍ଟେସମ ସମେତ ବିଭିନ୍ନ ସ୍ଥାନରେ ପ୍ରମୁଖ ନିରାପତା ସମ୍ବନ୍ଧୀୟ ଓ ଭିତ୍ତିଭୂମି ବିକାଶ ମୂଳକ କାମ ହେଉଥିବାରୁ ଟ୍ରେନ ସେବା ପ୍ରଭାବିତ ହୋଇଥିବା ପୂର୍ବତଟ ରେଳପଥ (East Coast Railway) ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଭୁବନେଶ୍ବର ରେଳ ଷ୍ଟେସନରେ (Bhubaneswar railway station)  ରବିବାର ଦିନ ୪ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା । ଫଳରେ ଟ୍ରେନ୍ କୁ ଅପେକ୍ଷାରେ କରି ହଜାର ହଜାର ଯାତ୍ରୀ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ପୂର୍ବତଟ ରେଳ ବିଭାଗ  ସୂଚନା ଅନୁଯାୟୀ,  ତୃତୀୟ ରେଳ ଲାଇନ୍ (railway line) କାର୍ଯ୍ୟକ୍ଷମ ହେବାକୁ ଥିବାରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ରେଳ ଷ୍ଟେସନରେ ଟ୍ରେନ୍ ଚଳାଚଳ  ପ୍ରଭାବିତ ହେବା ନେଇ ଆଗୁଆ ଘୋଷଣ କରାଯାଇଛି।  ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଟିକେଟ୍ ବୁକିଂ(ticket booking) ବେଳେ ଟ୍ରେନ୍ ଛାଡିବା ଓ ପହଞ୍ଚିବା ଷ୍ଟେସନ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ଯାତ୍ରୀ ମାନଙ୍କୁ ସୂଚନା ଦିଆଯାଇଛି ।  ସିଗନାଲ୍ କାମ ଚାଲୁଥିବାରୁ ମାନୁଆଲ ମୋଡରେ ଟ୍ରେନ ଗୁଡିକ ଛଡା ଯାଉଛି । ଦିନରେ ପତକା ଓ ରାତିରେ ଲାଇଟ୍ ମାଧ୍ୟମରେ ସିଗନାଲ୍ ଦିଆଯାଉଛି ।   

Also Read-Puri Jagannath Temple: ଗହ୍ମା ପୂର୍ଣ୍ଣିମା ନେଇ ଚଳଞ୍ଚଳ ଶ୍ରୀକ୍ଷେତ୍ର, ରାକ୍ଷୀ ପ୍ରସ୍ତୁତିରେ ବ୍ୟସ୍ତ ସେବାୟତ

ଆଜି ଭୁବନେଶ୍ବର-ଭାଲସାଦ-ଭୁବନେଶ୍ବର ଏକ୍ସପ୍ରେସ୍‌,  ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌ ଓ ଭୁବନେଶ୍ବର-ହାଓଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ୍‌ ଗୁଡି଼କ ଭୁବନେଶ୍ବର  ଷ୍ଟେସନ ବଦଳରେ ନ୍ୟୁ ଭୁବନେଶ୍ବର ଷ୍ଟେସନରେ ରହଣୀ କରିବା ସହ ସେହିଠାରୁ ହି ଛାଡିବ ବୋଲି ସୂଚନା ମିଳିଛି । ସେହିପରି, କଟକ-ଗୁଣୁପୁର-କଟକ, ଭୁବନେଶ୍ବର-ନୂଆଗାଁ ରୋଡ୍‌-ଭୁବନେଶ୍ବର, କଟକ-ପଲାସା-କଟକ ଏକ୍ସପ୍ରେସ୍‌, ଭୁବନେଶ୍ବର-ନୟାଗଡ଼ ଟାଉନ୍‌-ଭୁବନେଶ୍ବର ଏକ୍ସପ୍ରେସ୍‌ ୨୯ ତାରିଖ ପର୍ଯ୍ୟନ୍ତ ଓ ଭୁବନେଶ୍ବର-ସିଏସ୍‌ଏମ୍‌ଟି ମୁମ୍ବାଇ-ଭୁବନେଶ୍ବର କୋଣାର୍କ ଏକ୍ସପ୍ରେସ୍‌, ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ୍‌, ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ବିଶାଖା ଏକ୍ସପ୍ରେସ୍‌, ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ୍‌ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ପରିବର୍ତ୍ତେ ଖୋର୍ଦ୍ଧା ରୋଡରୁ ‌ଚଳାଚଳ କରିବ ବୋଲି ଜଣାପଡିଛି । 

Also Read-Dengue: ହୋଇଯାଆନ୍ତୁ ସତର୍କ! ଡେଙ୍ଗୁ ପରେ ଏବେ ଫାଇଲେରିଆ ଚିନ୍ତା..