Congress Tulasi Jatra: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦ୍ୱାର ଖୋଲିବା ଦାବିରେ କଂଗ୍ରେସର ବିକ୍ଷୋଭ
Advertisement
Article Detail0/zeeodisha/odisha1987095

Congress Tulasi Jatra: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦ୍ୱାର ଖୋଲିବା ଦାବିରେ କଂଗ୍ରେସର ବିକ୍ଷୋଭ

Tulasi Jatra: ଆଜି କଂଗ୍ରେସର ତୁଳସୀ ଯାତ୍ରା । ସରକାରଙ୍କୁ ନିଜ ଦାବି ସମ୍ପର୍କରେ ମନେ ପକାଇବ କଂଗ୍ରେସ । ଏନେଇ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସରକାର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡ଼ା ହୋଇଥିବା ବାରମ୍ବାର କହି ଆସିଛି ପ୍ରଦେଶ କଂଗ୍ରେସ ।

Congress Tulasi Jatra: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦ୍ୱାର ଖୋଲିବା ଦାବିରେ କଂଗ୍ରେସର ବିକ୍ଷୋଭ

Congress Tulasi Jatra: ଆଜି କଂଗ୍ରେସର ତୁଳସୀ ଯାତ୍ରା । ସରକାରଙ୍କୁ ନିଜ ଦାବି ସମ୍ପର୍କରେ ମନେ ପକାଇବ କଂଗ୍ରେସ । ଏନେଇ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସରକାର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡ଼ା ହୋଇଥିବା ବାରମ୍ବାର କହି ଆସିଛି ପ୍ରଦେଶ କଂଗ୍ରେସ ।

ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାରର ଗଣତି ଓ ମରାମତି ଓ ବେଦାନ୍ତ ଅଧିକୃତ ଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ଓ ଚାଷୀଙ୍କ ଜମିକୁ ଫେରସ୍ତ ପାଇଁ କଂଗ୍ରେସ ପୂର୍ବରୁ ଦାବି କରିଆସୁଛି । ଏହି ଦାବି ଗୁଡ଼ିକୁ ନେଇ ଅକ୍ଟୋବର ୧୬ ତାରିଖରେ ପୁରୀଠାରେ କଂଗ୍ରେସ ପକ୍ଷରୁ ବିଶାଳ ସମାବେଶ ଓ ବିକ୍ଷୋଭ ଶୋଭାଯାତ୍ର କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଅକ୍ଟୋବର ୨୯ ସୁଦ୍ଧା ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା । ତେବେ ସରକାର ଏ ସମ୍ପର୍କରେ କୌଣସି ପଦକ୍ଷେପ ନ ନେବାରୁ ଗତ ନଭେମ୍ବର ୯ ତାରିଖରେ କଂଗ୍ରେସ ତରଫରୁ ସଂକୀର୍ତନ ସତ୍ୟାଗ୍ରହ କରାଯାଇଥିଲା ।

ଏହାପରେ ପୁଣି ସରକାରଙ୍କୁ ନିଜ ଦାବି ସମ୍ପର୍କରେ ମନେ ପକାଇ ଦେବାକୁ ଆଜି ଶ୍ରୀକ୍ଷେତ୍ରରେ ତୁଳସୀ ଯାତ୍ରା କରୁଛି କଂଗ୍ରେସ। ରାଜ୍ୟର ସମସ୍ତ ବ୍ଲକ ଓ ନଗରର ସାଧାରଣ ଜନତା, ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁଙ୍କ ଠାରୁ ସଂଗ୍ରହ କରାଯାଇଥିବା ତୁଳସୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ ତତ୍ୱାବଧାନରେ ନଗର/ବ୍ଲକ ସଭାପତିମାନେ ବୁଥ, ୱାର୍ଡ ଓ ପଂଚାୟତ ସଭାପତିଙ୍କ ଜରିଆରେ ସଂଗ୍ରହ କରିଛନ୍ତି। ପ୍ରତି ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ଗୋଟିଏ ଲେଖାଏଁ ଗାଡ଼ିରେ ସଂଗୃହୀତ ତୁଳସୀକୁ ଭୁବନେଶ୍ୱରସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯାଇଛି। ଆଜି ଦିନ ସାରା ରାଜ୍ୟରୁ ସଂଗୃହିତ ତୁଳସୀ ଓ ସଜ ତୁଳସୀ ଧରି ଶ୍ରୀକ୍ଷେତ୍ର ଅଭିମୁଖେ ତୁଳସୀ ଯାତ୍ରା କରିବ କଂଗ୍ରେସ ।

ଏହା ବି ପଢନ୍ତୁ-ଆଜିଠୁ ରାଜ୍ୟରେ ଶୂନ୍ୟ ମୃତ୍ୟୁ ସପ୍ତାହ, ଜାଣନ୍ତୁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ କେତେ ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା

ରତ୍ନଭଣ୍ଡାର ଗଣତି, ମଣତି ଓ ମରାମତି, ବେଦାନ୍ତ ଅଧିକୃତ ଅମୃତମଣୋହୀ ଜମିକୁ ଫେରସ୍ତ ଓ ଭୂମିହୀନ ସେବାୟତଙ୍କୁ ଭୂମି ପ୍ରଦାନ ନେଇ କଂଗ୍ରେସ ପକ୍ଷରୁ ଦୁଇ ଦୁଇ ଥର ଆନ୍ଦୋଳନ କରାଯାଇଥିଲା। କଂଗ୍ରେସର ବାରମ୍ବାର ଚେତାବନୀ ସତ୍ତ୍ବେ ରାଜ୍ୟ ସରକାର ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ୪ ଦ୍ବାର ବନ୍ଦ ରହିବା ଫଳରେ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହିବା ଫଳରେ କେତେକ ଭକ୍ତ ବେହୋସ ହୋଇଯାଉଛନ୍ତି। ୬ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।