Crime News: ପୋଲିସ ଜାଲରେ ଡକାୟତ ଗ୍ୟାଙ୍ଗ; ଦିନରେ ଝାଡୁ ବେପାର ଆଉ ରାତିରେ ଘରେ ବୁଲାଇଥିଲେ କଳାକନା
Advertisement
Article Detail0/zeeodisha/odisha1714067

Crime News: ପୋଲିସ ଜାଲରେ ଡକାୟତ ଗ୍ୟାଙ୍ଗ; ଦିନରେ ଝାଡୁ ବେପାର ଆଉ ରାତିରେ ଘରେ ବୁଲାଇଥିଲେ କଳାକନା

Odisha Police: ଶନିବାର ଏକ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ପୋଲିସ। ଯେଉଁମାନେ ଦିନରେ ଝାଡୁ ବେପାର କରିବା ସହ ରାତିରେ ଘରୁ କଳାକନା ବୁଲାଇଥିଲେ।

Crime News: ପୋଲିସ ଜାଲରେ ଡକାୟତ ଗ୍ୟାଙ୍ଗ; ଦିନରେ ଝାଡୁ ବେପାର ଆଉ ରାତିରେ ଘରେ ବୁଲାଇଥିଲେ କଳାକନା

Police Arrested Dacoit Gang Members: ଡକାୟତି ଗ୍ୟାଙ୍ଗ ସଦସ୍ୟଙ୍କୁ ଗିରଫ କରିଛି ପାଟପୁର ପୋଲିସ।  ଗିରଫ ହୋଇଥିବା ଗ୍ୟାଙ୍ଗ ସଦସ୍ୟ ଦିନରେ ଝାଡୁ ବେପାର କରୁଥିବାା ବେଳେ ରାତିରେ ବିଭିନ୍ନ ଲୋକଙ୍କ ଘରେ କଳାକନା ବୁଲାଇ ଲୁଟପାଟ କରୁଥିଲେ। ବିଭିନ୍ନ ଅପରାଧରେ ଜଡ଼ିତ ୬ ଅଭିଯୁକ୍ତକୁ ଗିରଫ କରିଛି ପାଟପୁର ପୋଲିସ। ସେମାନଙ୍କ ପାଖରୁ ବହୁ ପରିମାଣର ସୁନା ରୂପା ଅଳଙ୍କାର ଜବତ କରିବା ସହ ଏକ ଅଟୋ ମଧ୍ୟ ଜବତ କରିଛି ପୋଲିସ।

ବିଗତ କିଛି ଦିନ ଧରି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳ ତଥା ପାଟପୁର ସମେତ ଦିଗପହଣ୍ଡି ଏବଂ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନୀ ଭଳି ମାମଲା ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିଲା। ହେଲେ ଶନିବାର ପାଟପୁର ପୋଲିସ ଲୁଟ ତରାଜ କରୁଥିବା ଏକ ଦଳର ପର୍ଦ୍ଦାଫାଶ କରିବା ସହ ଏଥିରେ ଜଡ଼ିତ ଲୋକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ଦଳରେ ସାମିଲ ଥିବା ଲୋକ  ଅଭିନବ ଉପାୟରେ ରାତି ସମୟରେ ବିଭିନ୍ନ ଲୋକଙ୍କ ଘରେ କଳାକନା ବୁଲାଉ ଥିଲେ। 

ବୁଲା ବେପାରୀ ଭାବେ ସେମାନେ ଦିନରେ ଝାଡୁ ବେପାର କରୁଥିଲେ। ହେଲ ରାତିରେ ସେମାନେ ବିଭିନ୍ନ ଲୋକଙ୍କ ଘରେ କଳାକନା ବୁଲାଉଥିଲେ। ଶନିବାର ଏହି ମାମଲାରେ ପାଟପୁର ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଗିରଫ ଅଭିଯୁକ୍ତଙ୍କ ନିକଟରୁ ୭୦ ଗ୍ରାମ ସୁନା ଅଳଙ୍କାର, ଶହେ ଗ୍ରାମ ରୂପା ସମେତ ମୋବାଇଲ ଏବଂ ଏକ ଅଟୋ ଜବତ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଗିରଫ ଅଭିଯୁକ୍ତ ହେଉଚନ୍ତି ଶେରଗଡ଼ ଥାନା ଧବଳପୁର ଗ୍ରାମର ହରି ଡାକୁଆ, କୁରେଶୁ ଡାକୁଆ, ଟୋପାଗୁଲୁ. ଟୁନା, ପାଟପୁର ଥାନା ଅନ୍ତର୍ଗତ ଜୟନଗର ଗ୍ରାମର ଏସ୍.ସାହେବ, ଏସ୍.ବିକ୍ରମ ଏବଂ ଶେରଗଡ଼ ଅଞ୍ଚଳର ସୁନା ବ୍ୟବସାୟୀ ବି. ରମେଶ ପାତ୍ର। 

ଖବର ଅନୁଯାୟୀ ବିଗତ କିଛି ଦିନ ଧରି ଅଭିଯୁକ୍ତ ଦିନ ସମୟରେ ଭଦ୍ରବ୍ୟକ୍ତିଙ୍କ ମୁଖାରେ ଝାଡୁ ବେପାର କରିବା ପାଇଁ ବିଭିନ୍ନ ଗ୍ରାମ ବୁଲାବୁଲି ବେପାର କରିବା ସହ ବିଭିନ୍ନ ଲୋକଙ୍କ ଘର ଉପରେ ନଜର ରଖିଥାନ୍ତି। ହେଲ ଗତ ୧୩ ତାରିଖ ରାତିରେ ପୂର୍ବ ଯୋଜନା ଅନୁଯାୟୀ ଲୁଟେରା ହରି ଡାକୁଆଙ୍କ ଅଟୋ (OD-07C-0493) ଯୋଗେ ପାଟପୁର ଥାନା କଂସାମାରୀ ଗ୍ରାମର ଜି.ରବୀନ୍ଦ୍ର ଦୋରାଙ୍କ ଘରେ ପଶି ବହୁ ପରିମାଣର ସୁନା ରୂପା ଅଳଙ୍କାର ସହିତ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଘଟଣା ଘଟିବାର ପରଦିନ ସକାଳେ ରବିନ୍ଦ୍ର ଦୋରା ତାଙ୍କ ଘରେ ଚୋରି ହୋଇଥିବା ନେଇ ପାଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। 

ଏନେଇ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ନଂ ୨୬୬/୨୩ ଆଧାରରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇ ଆସୁଥିଲା। ହେଲେ ଶନିବାର ପାଟପୁର, ଶେରଗଡ଼ ଏବଂ ବଡଗଡ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତଙ୍କୁ ଥାନାକୁ ଆଣିଥିଲା ପୋଲିସ। ଥାନାରେ ଜେରା ସମୟରେ ଚୋରି କରିଥିବା ନେଇ ପୋଲିସ ସାମ୍ନାରେ ସ୍ୱୀକାର କରିଥିଲେ ଗିରଫ ଅଭିଯୁକ୍ତ। ଏହାପରେ ସେମାନେ ଚୋରି କରି ନେଇଥିବା ସମସ୍ତ ଅଳଙ୍କାର ମଧ୍ୟରୁ ଗୋଟିଏ ସୁନା ନେକଲେସ ଛାଡି ସବୁତକ ବ୍ୟବସାୟୀ ବି. ରମେଶ ପାତ୍ରଙ୍କୁ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରିଦେଇଥିଲେ। ବିକ୍ରି ପରେ ସେହି ଟଙ୍କାକୁ ଭାଗବଣ୍ଟି ନେଇଥିବା ପୋଲିସ ଆଗରେ କହିଥିଲେ। ଏହାପରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ବଡଗଡ ଥାନା ଅଧିକାରୀ ସୁରଜ କୁମାର ଝଙ୍କାରଙ୍କ ଉପସ୍ଥିତିରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପାଟପୁର ଥାନା ଅଧିକାରୀ କହିଛନ୍ତି। ହେଲେ ସେହି ଅଞ୍ଚଳରେ ଘଟିଯାଇଥିବା ଅନେକ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରହିଛି।