Rourkela News: ବେଦାନ୍ତର ମନମାନୀ! କଂଗ୍ରେସର ଅଭିଯୋଗ ବେଆଇନ ଭାବେ ଚାଲିଛି ଯାମକାନି କୋଇଲା ଖଣି
Advertisement
Article Detail0/zeeodisha/odisha1795471

Rourkela News: ବେଦାନ୍ତର ମନମାନୀ! କଂଗ୍ରେସର ଅଭିଯୋଗ ବେଆଇନ ଭାବେ ଚାଲିଛି ଯାମକାନି କୋଇଲା ଖଣି

ବେଦାନ୍ତ କମ୍ପାନୀ ନାଁରେ ଖଣି ଖନନ କରି ଚାଲିଛି ଦକ୍ଷିଣ ଭାରତୀୟ ଠିକା ସଂସ୍ଥା। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରଚାର କମିଟି ମୁଖ୍ୟ IAS ବିଜୟ ପଟ୍ଟନାୟକ। ଏନେଇ ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବେଦାନ୍ତ ଉପରେ ବର୍ଷିବା ସହ ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

Rourkela News: ବେଦାନ୍ତର ମନମାନୀ! କଂଗ୍ରେସର ଅଭିଯୋଗ ବେଆଇନ ଭାବେ ଚାଲିଛି ଯାମକାନି କୋଇଲା ଖଣି

Jamakani Coal mines: ରାଉରକେଲାରୁ ସୁଶାନ୍ତ ଦାସ:  ବେଆଇନ ଭାବେ ଚାଲିଛି ଆଦିବାସୀ ଅଧ୍ୟୁଷିତ ହେମଗିରି ବ୍ଲକ ଅନ୍ତର୍ଗତ ଯାମକାନି କୋଇଲା ଖଣି (Jamanika coal mines )। ଖଣି ଉତ୍ତୋଳନ ପାଇଁ ବେଦାନ୍ତ କମ୍ପାନୀ ପାଖରେ ନା ଅଛି EC (Environment Clearance), ନା ହୋଇଛି ନିୟମ ମୁତାବକ ଜମି ଅଧିଗ୍ରହଣ। କିନ୍ତୁ ବେଦାନ୍ତ କମ୍ପାନୀ ନାଁରେ ଖଣି ଖନନ କରି ଚାଲିଛି ଦକ୍ଷିଣ ଭାରତୀୟ ଠିକା ସଂସ୍ଥା। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ କଂଗ୍ରେସ ପ୍ରଚାର କମିଟି ମୁଖ୍ୟ IAS ବିଜୟ ପଟ୍ଟନାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅନିତା ବିଶ୍ବାଳ, ରାଜଗାଙ୍ଗପୁର ବିଧାୟକ ଡ଼ଃ ରାଜନ୍ ଏକ୍କାଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ନେଇ ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ କରିଛନ୍ତି ବିଜୟ ପଟ୍ଟନାୟକ।

ସୂଚନା ଅନୁଯାୟୀ, ସୁନ୍ଦରଗଡ (sundargarh) ଜିଲ୍ଲା ହେମଗିରି ବ୍ଲକ ମଧ୍ୟରେ ଥିବା ଯାମକାନି ଅଞ୍ଚଳରେ ବ୍ୟାପକ ଭାବେ ଚାଲିଛି କୋଇଲା ଖନନ । ଏହି କୋଇଲା ଖଣିର ଆବଣ୍ଟନ ସଠିକ୍ ନିୟମରେ ହୋଇନଥିବାର ଅଭିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ସେପଟେ ଏହି କୋଇଲା ଖଣି ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ଯ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ଏନେଇ ରାଜଗଙ୍ଗପୁର ବିଧାୟକ ରାଜନ ଏକ୍କା ,ସୁନ୍ଦରଗଡ କଂଗ୍ରେସ ନେତ୍ରୀ ଅନିତା ବିଶ୍ୱାଳ ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା କଂଗ୍ରେସ ନେତା ପଞ୍ଚାନନ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଏକ ସାମ୍ବାଦିକ ସମ୍ମିଳନୀ କରି ବେଦାନ୍ତ କମ୍ପାନୀ କିପରି ବେଆଇନ କୋଇଲା ଖଣିରେ (coal mines) ଖନନ କରୁଛି ସେ ନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଯାମକାନି ଅଞ୍ଚଳରେ (Jamanika Area) ଥିବା କୋଇଲା ଖଣି ପ୍ରଥମେ ଭୂଷଣ କମ୍ପାନୀକୁ ଆବଣ୍ଟନ ହୋଇଥିଲା ।

Also Read: ଓଡିଶା ସିଲିଭ ସର୍ଭିସ ୨୦୨୧ ରେଜଲ୍ଟ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଲେ ହାଇକୋର୍ଟ

କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏହି କୋଇଲା ଖଣି ଗୁଡିକ (ଡି.ଆଲୋକେଟ୍) ଅର୍ଥାତ୍ ସରକାରଙ୍କ ପାଖକୁ ଫେରି ଆସିଲା । ପରେ ନିଲାମୀ ପ୍ରକ୍ରିୟା ମାଧ୍ୟମରେ ଏହି କୋଇଲା ଖଣି ଗୁଡିକ ବେଦାନ୍ତ କମ୍ପାନୀକୁ (vedanta company ) ମିଳିଥିଲା ।ସେ ଆଉ ମଧ୍ଯ କହିଛନ୍ତି, କୋଇଲା ଖଣିରେ ଖନନ ପୂର୍ବରୁ ପ୍ରଥମେ ପରିବେଶ ମଞ୍ଜୁରି ମିଳିବା କଥା । ଏହି ପ୍ରକଳ୍ପ ପାଇଁ ବେଦାନ୍ତ କମ୍ପାନୀକୁ ପରିବେଶ ମଞ୍ଜୁରୀ ମିଳିଛି କି ନାହିଁ ଏହା ସନ୍ଦେହ ସୃଷ୍ଟି କରୁଛି । କାରଣ ପୂର୍ବରୁ ଏହି କୋଇଲା ଖଣି ଭୂଷଣ କମ୍ପାନୀ ପାଖରେ ଥିଲା, ଯେହେତୁ ଏହି ଖଣି ସରକାରଙ୍କ ଅଧିନକୁ ଚାଲି ଆସିଥିଲା ଓ ନୂତନ ଭାବେ ନିଲାମୀ ବ୍ୟବସ୍ଥା ମାଧ୍ୟମରେ ଏହି କୋଇଲା ଖଣି ଗୁଡିକ ବେଦାନ୍ତ କମ୍ପାନୀକୁ ମିଳିଥିଲା । ତେଣୁ ସନ୍ଦେହ କରାଯାଉଛି ଯେ,ବେଦାନ୍ତ କମ୍ପାନୀ ପରିବେଶ ମଞ୍ଜୁରୀ ନ ନେଇ ଖନନ କାର୍ଯ୍ୟ କରୁଛି । ଯାହା ଏକ ବଡ ଅପରାଧ ଅଟେ । ଅନ୍ୟପେଟ, ୨୦୧୩ ମସିହା ଜମି ଅଧିଗ୍ରହଣ ନିୟମକୁ ବେଦାନ୍ତ କମ୍ପାନୀ ଉଲ୍ଲଘଂନ କରୁଛି । ଖଣି ଅଞ୍ଚଳରେ ବେଆଇନ ଜମି ଅଧିଗ୍ରହଣ ଯୋଗୁଁ ସେହି ଅଞ୍ଚଳର ବାସିନ୍ଦାଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରୁ ନାହିଁ । ଏମିତି କି, ବିସ୍ଥାପିତମାନଙ୍କୁ ସଠିକ୍ ଭାବେ ଥଇଥାନ କରାଯାଇ ନାହିଁ  କି ସେମାନଙ୍କୁ କ୍ଷତି ପୂରଣ ମଧ୍ଯ ଦିଆଯାଇନାହିଁ । ଯାହାକୁ ନେଇ ବାରମ୍ବାର ଆନ୍ଦୋଳନ ମଧ୍ୟ କରିଛନ୍ତି ସ୍ଥାନୀୟ ଲୋକେ।

Also Read: Weather Update: ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସର୍ତକ କଲା ପାଣିପାଗ ବିଭାଗ, ମତ୍ସଜୀବୀଙ୍କୁ ସମୁଦ୍ର ମନା

ବେଦାନ୍ତ କମ୍ପାନୀ ଏକ ବଡ ଧରଣର ନିୟମ ଉଲ୍ଲଘଂନ କରିବା ସହ ବେଆଇନ ଭାବେ ଖନନ କାର୍ଯ୍ୟ କରୁଥିବାର ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । କମ୍ପାନୀର ଏଭଳି ବଡ ଧରଣର ନିୟମ ଉଲ୍ଲଘଂନ ଘଟଣା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନ ନେଇ କଣ ପାଇଁ ଚୁପ ହୋଇ ବସିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ପରିବେଶ ମଞ୍ଜୁରୀ ନ ନେଇ ଖନନ କାର୍ଯ୍ୟ କରିବା କିମ୍ବା ଜମି ଅଧିଗ୍ରହଣ ନିୟମକୁ ଉଲଙ୍ଘନ କରି ବିସ୍ଥାପିତ ମାନଙ୍କୁ ନିଜ ହକ୍ ରୁ ବଞ୍ଚିତ କରିଥିବା ବେଦାନ୍ତ କମ୍ପାନୀ ବିରୁଦ୍ଧରେ ସରକାର (odisha government) ଯଦି ଉଚିତ୍ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗାମୀ ଦିନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସେ ଚେତାବନୀ ଦେଇଛନ୍ତି ।