Odisha News: ଭୀମସାରରେ ଡ଼ାଇରିଆ ଆକ୍ରାନ୍ତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Advertisement

Odisha News: ଭୀମସାରରେ ଡ଼ାଇରିଆ ଆକ୍ରାନ୍ତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha News: ହୀରାକୁଦରେ ଏବେ ବ୍ୟାପିଛି ଡ଼ାଇରିଆ । ଡାଇରିଆ ଆକ୍ରାନ୍ତଙ୍କୁ ବୁର୍ଲା ଭୀମସାରରେ ସାକ୍ଷାତ କଲେ ଧର୍ମେନ୍ଦ୍ର ପ୍ରଧାନ। ଗତ କିଛି ଦିନ ହେବ ହୀରାକୁଦ ରେ ଡ଼ାଇରିଆ ବ୍ୟାପିଛି । ସେଥିପାଇଁ ଦେଢ଼ ଶହ ରୁ ଅଧିକ ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟ ମଧ୍ୟ ହୋଇଛି | କିଛି ଗୁରୁତର ରୋଗୀଙ୍କୁ ବୁର୍ଲା ଭୀମସାର ରେ ଚିକିତ୍ସା କରାଯାଉଛି । 

Odisha News: ଭୀମସାରରେ ଡ଼ାଇରିଆ ଆକ୍ରାନ୍ତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha News: ହୀରାକୁଦରେ ଏବେ ବ୍ୟାପିଛି ଡ଼ାଇରିଆ । ଡାଇରିଆ ଆକ୍ରାନ୍ତଙ୍କୁ ବୁର୍ଲା ଭୀମସାରରେ ସାକ୍ଷାତ କଲେ ଧର୍ମେନ୍ଦ୍ର ପ୍ରଧାନ। ଗତ କିଛି ଦିନ ହେବ ହୀରାକୁଦ ରେ ଡ଼ାଇରିଆ ବ୍ୟାପିଛି । ସେଥିପାଇଁ ଦେଢ଼ ଶହ ରୁ ଅଧିକ ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟ ମଧ୍ୟ ହୋଇଛି | କିଛି ଗୁରୁତର ରୋଗୀଙ୍କୁ ବୁର୍ଲା ଭୀମସାର ରେ ଚିକିତ୍ସା କରାଯାଉଛି । ସେହି ଡ଼ାଇରିଆ ଆକ୍ରାନ୍ତଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଭେଟି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ପଚାରିଥିଲେ । ତା ସହ ଭୀମସାର ର ନିର୍ଦେଶକ ସୁପରିଟେଣ୍ଡେଣ୍ଟ ଓ ଡିନ ଙ୍କ ସହ ଆଲୋଚନା କରିଥିଲେ । ସୂଚନା ଥାଉ କି ଆଜି ସକାଳୁ ସେ ମା ସମଲେଶ୍ୱରୀଙ୍କ ଦର୍ଶନ(Maa Samaleswari Temple) ସହ ଆଶୀର୍ବାଦ ଲାଭ କରିଥିଲେ ।

ALSO READ: Gajkesari Yog 2024: ତୁଳା ରାଶିରେ ବୁଧ- ବୃହସ୍ପତି-ଚନ୍ଦ୍ରମାଙ୍କ ମହାମିଳନ, ଶୁଭଫଳ ପାଇବେ ୩ ରାଶି!

ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲଢ଼ିବେ । ଏନେଇ ଘୋଷଣା କରିଛି ବିଜେପି ।  ଘୋଷଣା ହେବା ପରେ ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବିଜେପି କର୍ମୀମାନେ ଆତସବାଜି କରିବା ସହ ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ । ଖାଲି ଓଡିଶାର ନୁହଁ, ଜାତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ଦୀର୍ଘ ଦଶ ବର୍ଷ ଧରି କେନ୍ଦ୍ରରେ ଅତି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ନିଜ ପ୍ରତିଭାରେ ଖାଲି ଦେଶରେ ନୁହେଁ, ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆସନ୍ତା ୨୪ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ । ୨୪ ମାର୍ଚ୍ଚରେ ବିଜେପି ଦଳ ପକ୍ଷରୁ ଔପଚାରିକ ଭାବରେ ଘୋଷଣା ହୋଇଛି। ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ।