Somalika Das: ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ପୂର୍ବରୁ ପୂର୍ବତନ ପ୍ରେମିକା ସୋମାଲିକାଙ୍କୁ ଝଟକା
Advertisement
Article Detail0/zeeodisha/odisha1942298

Somalika Das: ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ପୂର୍ବରୁ ପୂର୍ବତନ ପ୍ରେମିକା ସୋମାଲିକାଙ୍କୁ ଝଟକା

Somalika Das: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das)ଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାସ। ବିଧାୟକଙ୍କ ବିବାହ ପୂର୍ବରୁ ପୂର୍ବତନ ପ୍ରେମିକା ସୋମାଲିକା ଦାସଙ୍କୁ ଝଟକା। ପଢନ୍ତୁ ପୂରା ରିପୋର୍ଟ...

Somalika Das: ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ପୂର୍ବରୁ ପୂର୍ବତନ ପ୍ରେମିକା ସୋମାଲିକାଙ୍କୁ ଝଟକା

Somalika Das: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das)ଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାସ।  ବିଧାୟକଙ୍କ ବିବାହ ପୂର୍ବରୁ ପୂର୍ବତନ ପ୍ରେମିକା ସୋମାଲିକା ଦାସଙ୍କୁ ଝଟକା।  କଟକ ସ୍ଥିତ ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି କରାଯାଇଛି । ଆସନ୍ତା ୭ ତାରିଖ ଦିନ ୩ଟା ୩୦ରେ ସେ ହାଜର ହେବା ପାଇଁ ନୋଟିସ୍ ହୋଇଛି। ସେ ଆଣିଥିବା ଅଭିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ସାଥିରେ ନେଇ ଆସିବା ପାଇଁ କୁହାଯାଇଛି । ଏହା ସହ ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିଥିବା ବାନ୍ଧବୀଙ୍କୁ ବି ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ଏହାବି ପଢନ୍ତୁ : Today Horoscope: ଏହି ରାଶିଙ୍କ ପାଇଁ ଦିନଟି ଶୁଭମୟ ,ଜାଣନ୍ତୁ କେମିତି କଟିବ ଆଜିର ଦିନ?

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୨୧ ତାରିଖରେ ତିର୍ତ୍ତୋଲ ବିଧାୟକ ନିଜ ପୂର୍ବତନ ପ୍ରେମିକା ସୋମାଲିକାଙ୍କୁ ନୁହେଁ ବରଂ ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଏହାକୁ ବିରୋଧ କରି ସୋମାଲିକା କଟକ ସବରେଜିଷ୍ଟ୍ରାର ( Cuttack Sub Registrar) ଗୋପବନ୍ଧୁ ପରିଡ଼ାଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ । ଯାହାକୁ ନେଇ ଘନେଇଥିଲା ବିବାଦ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକାଙ୍କ ମଧ୍ୟରେ ଚାଲିଥିବା ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧିନ ରହିଛି । ଏସବୁ ମାମଲାର ସମାଧାନ ନ ହେଉଣୁ ବିଧାୟକ କିପରି ବିଧାୟକ କଟକ ଅରୁଣୋଦୟନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କିପରି ଆବେଦନ କଲେ ବୋଲି ସୋମାଲିକା ପ୍ରଶ୍ନ ଉଠାଇଛନ୍ତି । ସୋମାଲିକା କହିଛନ୍ତି , ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ।

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das)ଓ  ପୂର୍ବତନ ପ୍ରେମିକା ସୋମାଲିକାଙ୍କ ( ex girl friend Somalika Das) ମଧ୍ୟରେ ଦିର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ବିବାହ କରିବା ପାଇଁ ସୋମାଲିକାଙ୍କୁ କଥା ଦେଇଥିଲେ ବିଧାୟକ। କିନ୍ତୁ ପରେ ସୋମାଲିକାଙ୍କୁ ବିବାହ କରିବା ପାଇଁ ମନା କରିଦେଇଥିଲେ ବିଧାୟକ। ଏନେଇ  ସୋମାଲିକା ଥାନାର ଦ୍ବାରସ୍ତ ହୋଇଥିଲେ। କେବଳ ସେତିକି ନୁହେଁ,  ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ପୂର୍ବତନ ପ୍ରେମିକା ସୋମାଲିକା ଦାସ ସେକ୍ସ ରାକେଟ, ବହୁ ବିବାହିତ ନାରୀ ମାନଙ୍କ ସମ୍ପର୍କ ଥିବା ଭଳି ଅନେକ ଅଭିଯୋଗ ଆଣିଥିଲେ।