Odisha News: ରାଜ୍ୟ କ୍ୟାବିନେଟରେ ୧୩ ପ୍ରସ୍ତାବ ଉପରେ ବାଜିଲା ମୋହର: ରାଜ୍ୟରେ ବୁଲିବ ଜଗନ୍ନାଥ ରଥ
Advertisement
Article Detail0/zeeodisha/odisha2036534

Odisha News: ରାଜ୍ୟ କ୍ୟାବିନେଟରେ ୧୩ ପ୍ରସ୍ତାବ ଉପରେ ବାଜିଲା ମୋହର: ରାଜ୍ୟରେ ବୁଲିବ ଜଗନ୍ନାଥ ରଥ

ପଞ୍ଚାୟତସ୍ତରରେ ଭଲ କାମ କରିଥିବା ଲୋକଙ୍କୁ ସ୍ବୀକୃତି ମିଳିବ। ପ୍ରତି ପଞ୍ଚାୟତକୁ ୩ ଲକ୍ଷ ଲେଖାଏଁ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

Odisha News: ରାଜ୍ୟ କ୍ୟାବିନେଟରେ ୧୩ ପ୍ରସ୍ତାବ ଉପରେ ବାଜିଲା ମୋହର: ରାଜ୍ୟରେ ବୁଲିବ ଜଗନ୍ନାଥ ରଥ

Odisha News: ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏହା ମଧ୍ୟରେ ଅନେକ ଗୁଡ଼ିଏ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଥିଲା। ୧୦ଟି ବିଭାଗରୁ ୧୩ଟି ପ୍ରସ୍ତାବ ମୋହର ପାଇଁ ଆସିଥିଲା। ତେବେ ଏହି ୧୩ଟି ପ୍ରସ୍ତାବ ମଧ୍ୟରୁ ୬ଟି ସେବା ସମ୍ବନ୍ଧୀୟ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଥିବା ନେଇ ଜଣାପଡ଼ିଛି। 

ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର କ୍ଷମତାସୀନ ବିଜେଡ଼ି ସରକାର ଏବେ ରାଜକୋଷ ଅର୍ଥରେ କ୍ୟାମ୍ପେନ ଆରମ୍ଭ କରିଛି। ଗାଁ ଗହଳିରେ ଶ୍ରୀଜଗନ୍ନାଥ ରଥ ବୁଲାଇବା ସହ ଲୋକଙ୍କୁ ଭଜନ-କୀର୍ତ୍ତନରେ ମତୁଆଲା କରି ଘରକୁ ଘର ଯାଇ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବା ଏବଂ ନାଚଗୀତ-ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଝୁମାଇ ରଖି ବିଭିନ୍ନ ସରକାରୀ ଯୋଜନାର ପ୍ରଚାର କରାଇବା ନିମନ୍ତେ ମୋଟ ପ୍ରାୟ ୩୬୦କୋଟି ଟଙ୍କା ବ୍ୟୟ କରିବେ । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଏହି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେବା ସହ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଅର୍ଥରାଶି ପରିମାଣକୁ ମଧ୍ୟ ଆଉ ୨୦୦କୋଟି ଟଙ୍କା ବଢ଼ାଇ ୪୨୦୦କୋଟି ଟଙ୍କା କରିଛନ୍ତି ।

ସେହିପରି ଓଡ଼ିଶା ସିଭିଲ ସର୍ଭିସ ବୟସ ସୀମା ୩୮କୁ ବୃଦ୍ଧି କରାଯାଇଛି । PHFIକୁ ରାଜଧାନୀରେ 5 ଏକର ଜାଗା ଦିଆଯିବ। ପଞ୍ଚାୟତରୁ ଲୋକେ ପରିକ୍ରମା ପ୍ରକଳ୍ପ ଦେଖିବାକୁ ଯିବେ। ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ଲାଇଭ ଷ୍ଟ୍ରିମିଂ ହେବ। ନଗର ଉନ୍ନୟନ ବିଭାଗରେ ୩୬୫ ଇଂଜିନିୟର ପଦବୀ ସୃଷ୍ଟି ହେବ। ୧୧୦ଟି ସହାରଞ୍ଚଳରେ LED ଲାଇଟ ପାଇଁ ୩୧୨ କୋଟି ୧୮ ଲକ୍ଷ ଅନୁମୋଦନ ହୋଇଛି।

ସେହିପରି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରିକ୍ରମା ଉତ୍ସବ ଉପଲକ୍ଷେ ପ୍ରତି ପଞ୍ଚାୟତରେ ବୁଲିବ ଜଗନ୍ନାଥ ରଥ। ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ନେଇ ବ୍ୟାପକ ଜନ ସଚେତନତା କରାଯିବ। ସାମଗ୍ରିକ ବିକାଶ କରି ଆକାଂକ୍ଷୀ ପଞ୍ଚାୟତ ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତସ୍ତରରେ ଭଲ କାମ କରିଥିବା ଲୋକଙ୍କୁ ସ୍ବୀକୃତି ମିଳିବ। ପ୍ରତି ପଞ୍ଚାୟତକୁ ୩ ଲକ୍ଷ ଲେଖାଏଁ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।