Odisha Flood: ମାଲକାନଗିରିରେ ପ୍ରବଳ ବର୍ଷା, ଆନ୍ଧ୍ର-ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ବିଛିନ୍ନ
Advertisement
Article Detail0/zeeodisha/odisha1797649

Odisha Flood: ମାଲକାନଗିରିରେ ପ୍ରବଳ ବର୍ଷା, ଆନ୍ଧ୍ର-ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ବିଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବନ୍ୟା ପରିସ୍ଥିତି ଦେଖା ଦେଇଛି। ପ୍ରବଳ ବର୍ଷା ଯୋଗୁ ୩୨୬ ନମ୍ବର ଜାତୀୟ ରାଜପଥ କାଙ୍ଗୁରକୋଣ୍ଡା, ଏମଭି ୯୬ ପୋଲ ଉପରେ ୩ ଫୁଟର ପାଣି ଚାଲୁଛି। ମୋଟୁ, କାଲିମେଳା, ଆନ୍ଧ୍ର-ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ୩୨୬ ନମ୍ବର ବିଜୟଓ୍ବାଡା ରାଞ୍ଚି ଜାତୀୟ ରାଜପଥରର କାଙ୍ଗୁରୁ

Odisha Flood: ମାଲକାନଗିରିରେ ପ୍ରବଳ ବର୍ଷା, ଆନ୍ଧ୍ର-ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ବିଛିନ୍ନ

Odisha Flood: ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବନ୍ୟା ପରିସ୍ଥିତି ଦେଖା ଦେଇଛି। ପ୍ରବଳ ବର୍ଷା ଯୋଗୁ ୩୨୬ ନମ୍ବର ଜାତୀୟ ରାଜପଥ କାଙ୍ଗୁରକୋଣ୍ଡା, ଏମଭି ୯୬ ପୋଲ ଉପରେ ୩ ଫୁଟର ପାଣି ଚାଲୁଛି। ମୋଟୁ, କାଲିମେଳା, ଆନ୍ଧ୍ର-ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

୩୨୬ ନମ୍ବର ବିଜୟଓ୍ବାଡା ରାଞ୍ଚି ଜାତୀୟ ରାଜପଥରର କାଙ୍ଗୁରୁକୋଣ୍ଡା ପୋଲ ଉପରେ ୩ ଫୁଟ ବର୍ଷା ଜଳ ପ୍ରବାହିତ ହେଉଅଛି। ଫଳରେ ପୋଲର ଉଭୟ ପାର୍ଶ୍ବରେ ଅନେକ ଗାଡି ମଟର ଅଟକି ରହିଛି । ମାଲକାନଗିରି ସହିତ କାଲିମେଳା ବ୍ଳକର କାଲିମେଳା, ଏମ :ଭି ୭୯, ମୋଟୁକୁ ଯୋଗାଯୋଗ ବନ୍ଦ ରହିଛି । କାଲିମେଳା ବ୍ଳକ ସହିତ ପଡିଆ ବ୍ଳକୁ ସଂଯୋଗ କରୁଥିବା ଉଣ୍ଡୁରକୋଣ୍ଡା କନ୍ୟାଶ୍ରମ ପୋଲ ଉପରେ ୨ ରୁ ୩ ଫୁଟ ବର୍ଷା ପାଣିର ଲହରୀ ମାରୁଛି। ଯାହା ଫଳରେ କାଲିମେଳା ବ୍ଳକ ସହିତ ପଡିଆ ଵ୍ଳକର କନ୍ୟାଶ୍ରମ, ଉଣ୍ଡୁରୁକୋଣ୍ଡା , ଗଠନପାଲ୍ଲୀ, ଏମ:ଭି ୫୮, ବାପାନପାଲ୍ଲୀ ସହ ଯୋଗାଯୋଗ ସମ୍ପୂଣ୍ଣ ବନ୍ଦ ରହିଛି।

ପୋଟେରୁ, ଏମଭି୩୭ ପୋଲକୁ ମଧ୍ୟ ପାଣି ଲାଗି ଗଲାଣି । ଅନ୍ୟପଟେ କାଲିମେଳା ବ୍ଳକର କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଫାର୍ମ କଲୋନୀ ଯିବା ବାଟର ପୋଲ ଉପରେ ମଧ୍ୟ ବର୍ଷା ପାଣି ଲହରୀ ମାରୁଛି। ବ୍ରିଜର ଗୋଟିଏ ପଟେ ଭାଙ୍ଗିଯାଇଛି। ଫଳରେ କାଲିମେଳା ବ୍ଳକ ସହ ବଡିଗେଟା ଓ ତେଲେରାଇ ଗ୍ରାମ ପଞ୍ଚାୟତର କେତେକ ଗାଁ ସହିତ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି ।ପାଣିରେ ବୁଡ଼ି ଥିବା ପୋଲ ନିକଟରେ ପୋଲିସ ପହରା ଦେଉଛନ୍ତି। କୌଣସୀ ଗାଡି ମଟର ନଯିବା ପାଇଁ ନଜର ରଖିଛନ୍ତି l ମାଲକାନଗିରି ଜିଲ୍ଲାରେ ମଙ୍ଗଳବାର ସକାଳ ୮ଟାରୁ ବୁଧବାର ସକାଳ ୮ ଟା ଗତ ୨୪ ଘଣ୍ଟା ମଧ୍ୟରେ ସାତଟି ବ୍ଲକରେ ୩୫୪.୮ ମିମି ବର୍ଷା ହୋଇଥିବା ବେଳେ ଜିଲ୍ଲାରେ ସର୍ଵ ମୋଟ ହାରାହାରି ୫୦.୬୯ ମିମି ବର୍ଷା ହୋଇଛି।

ମାଲକାନଗିରି ବ୍ଲକରେ ୮୦.୪ମିଲିମିଟର, ମାଥିଲି ବ୍ଲକରେ ୧୮ମିଲିମିଟର, ଖଇରପୁଟ ବ୍ଲକରେ ୩୦ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୫୫ମିଲିମିଟର, କୋରକୁଣ୍ଡା ବ୍ଳକରେ ୪୭ ମିଲିମିଟର, କାଲିମେଳା ବ୍ଲକରେ ୮୦ମିଲିମିଟର, ପଡ଼ିଆ ବ୍ଲକରେ ୪୪ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଗତକାଲିର ପ୍ରବଳ ବର୍ଷାରେ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ କୃତିମ ବନ୍ୟା ସୃଷ୍ଟି ହୋଇ ବିଭିନ୍ନ ସାହି ବସ୍ତି ଗୁଡ଼ିକରେ ପାଣି ଜମି ରହିଛି।

Also Read: Saud Shakeel Made World Record: ମାତ୍ର ୭ଟି ଟେଷ୍ଟ ଖେଳି ଇତିହାସ ରଚିଲେ ଏହି ଖେଳାଳି, ପଛରେ ପଡ଼ିଲେ ସୁନୀଲ ଗାଭାସ୍କରଙ୍କ ଭଳି ବହୁ ଦିଗ୍ଗଜ

Also Read: Gajapati Unique Marriage: ୭ ବର୍ଷର ପ୍ରେମ… ୭୬ ବର୍ଷୀୟ ବରକୁ ୪୬ ବର୍ଷୀୟା କନ୍ୟା

Also Read: MS Dhoni Job letter: ଭାଇରାଲ ହେଉଛି ମହେନ୍ଦ୍ର ସିଂ ଧୋନିଙ୍କ ଜବ ଲେଟେର୍! ଜାଣନ୍ତୁ କ୍ୟାପଟେନ କୁଲଙ୍କ ମାସିକ ଦରମା