Vigilance Raid: ଲାଞ୍ଚ ନେବାବେଳେ ଧରାପଡ଼ିଲେ ପ୍ରଧାନଶିକ୍ଷକ
Advertisement
Article Detail0/zeeodisha/odisha2216029

Vigilance Raid: ଲାଞ୍ଚ ନେବାବେଳେ ଧରାପଡ଼ିଲେ ପ୍ରଧାନଶିକ୍ଷକ

Vigilance Raid: ବରଗଡ଼ ଜିଲ୍ଲାର କୁଶନପୁରୀ ହାଇସ୍କୁଲ୍‍ର ହେଡ୍‍ମାଷ୍ଟରଙ୍କୁ ଅଟକ ରଖିଛି ଭିଜିଲାନ୍ସ। ଏକ ଏସ୍‍ଏଚ୍‍ଜିଙ୍କ ଦେୟ ଉଦ୍ଦେଶ୍ୟରେ ଆଗତ ଫାଇଲକୁ ପାସ୍‍ କରିବା ପାଇଁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ କାବୁ କରିଛି। 

Vigilance Raid: ଲାଞ୍ଚ ନେବାବେଳେ ଧରାପଡ଼ିଲେ ପ୍ରଧାନଶିକ୍ଷକ

Vigilance Raid: ବରଗଡ଼ ଜିଲ୍ଲାର କୁଶନପୁରୀ ହାଇସ୍କୁଲ୍‍ର ହେଡ୍‍ମାଷ୍ଟରଙ୍କୁ ଅଟକ ରଖିଛି ଭିଜିଲାନ୍ସ। ଏକ ଏସ୍‍ଏଚ୍‍ଜିଙ୍କ ଦେୟ ଉଦ୍ଦେଶ୍ୟରେ ଆଗତ ଫାଇଲକୁ ପାସ୍‍ କରିବା ପାଇଁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ କାବୁ କରିଛି। ଏ ବାବଦରେ ମାମଲା ରୁଜୁ କରି ତାଙ୍କର ଦୁଇଟି ଘରେ ଚଢ଼ାଉ ଜାରି ରହିଛି। ଗିରଫ ହେଡ୍‍ମାଷ୍ଟରଙ୍କ ନାମ ହେଉଛି ବାଳମୁକୁନ୍ଦ ପ୍ରଧାନ। ତାଙ୍କଠାରୁ ଲାଞ୍ଚ ଭାବେ ନିଆଯାଇଥିବା ୧୪ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।

ALSO READ: Road Accident: ବରଯାତ୍ରୀ କାର ଦୁର୍ଘଟଣା ଗସ୍ତ, ଘଟଣାସ୍ଥଳରେ ୫ ମୃତ,୩ ଆହତ

ସେହିପରି ନିକଟରେ ଭୁବନେଶ୍ୱରର ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା।  ସହିଦ ନଗର ଥାନା ସବ୍‌-ଇନ୍ସପେକଟର ପ୍ରିୟବ୍ରତ ପ୍ରଧାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ  ଟିମ୍। ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ ଫେରାଇ ଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିଲା । ସୂଚନା ମୁତାବକ, ଡ୍ରାଇଭିଂ ଲାଇସେନ୍ସ ଫେରାଇବାକୁ ମୋଟ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏସଆଇ । 

ମାର୍ଚ୍ଚ ୨୧ ତାରିଖ ଦିନ ବ୍ୟକ୍ତି ଜଣକ ୩ ହଜାର ଟଙ୍କା ଦେଇଥିଲେ ମଧ୍ୟ ଏସଆଇ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ଫେରାଇ ନଥିଲେ । ଆଉ ୨ ହଜାର ଟଙ୍କା ଦେବାପାଇଁ ପ୍ରିୟବ୍ରତ ବ୍ୟକ୍ତିଜଣଙ୍କୁ କହିଥିଲେ । ତେବେ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ବ୍ୟକ୍ତି । ଅନ୍ୟପଟେ, ପ୍ରିୟବ୍ରତଙ୍କୁ ଗିରଫ କରିବା ପରେ ତାଙ୍କ ଲିଙ୍କ୍ ଥିବା ସ୍ଥାନ ଗୁଡିକରେ ଭିଜିଲାନ୍ସ ଟିମ୍ ଚଡାଉ ଜାରି ରଖିଛି । ତାଙ୍କର କେତେ ଆୟ ବହିର୍ଭୂତ ସମ୍ପତ୍ତି ରହିଛି ସେନେଇ ତଥ୍ୟ ସାମ୍ନାକୁ ଆସିନାହିଁ ।