Odisha News: ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ହତ୍ୟା ପରେ ତତ୍ପର ପୋଲିସ୍, ଡିଜି କହିଲେ...
Advertisement
Article Detail0/zeeodisha/odisha1818392

Odisha News: ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ହତ୍ୟା ପରେ ତତ୍ପର ପୋଲିସ୍, ଡିଜି କହିଲେ...

ଶିମିଳିପାଳ (Similipal) ସୁରକ୍ଷା ସମ୍ପର୍କରେ ରାଜ୍ୟ ପୋଲିସ ଡିଜି ସୁନୀଲ କୁମାର ବଂସାଲ (Police DG Sunil Bansal) ସମୀକ୍ଷା କରିଛନ୍ତି । ମୟୂରଭଞ୍ଜ (Mayurbhanj)ଜିଲ୍ଲା ଗସ୍ତରେ ଆସି ସେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ(police headquater)  ପୋଲିସ ଓ ବନବିଭାଗର ମିଳିତ ସମୀକ୍ଷା କରିଛନ୍ତି । ତାଙ୍କ ସହିତ ପୋଲିସ ଏଡିଜି ସଞ୍ଜୟ

ସୌଜନ୍ୟ- ସୋସିଆଲ ମିଡ଼ିଆ

Police Dg Meeting: ଶିମିଳିପାଳ (Similipal) ସୁରକ୍ଷା ସମ୍ପର୍କରେ ରାଜ୍ୟ ପୋଲିସ ଡିଜି ସୁନୀଲ କୁମାର ବଂସାଲ (Police DG Sunil Bansal) ସମୀକ୍ଷା କରିଛନ୍ତି । ମୟୂରଭଞ୍ଜ (Mayurbhanj)ଜିଲ୍ଲା ଗସ୍ତରେ ଆସି ସେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ(police headquater)  ପୋଲିସ ଓ ବନବିଭାଗର ମିଳିତ ସମୀକ୍ଷା କରିଛନ୍ତି । ତାଙ୍କ ସହିତ ପୋଲିସ ଏଡିଜି ସଞ୍ଜୟ କୁମାର, ପୂର୍ବାଞ୍ଚଳ ଆଇଜି ହିମାଂଶୁଲାଲ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡ ପ୍ରକାଶ ଚନ୍ଦ୍ର ଗୋଗେନାନୀ, ଏସପି ବି ଗଙ୍ଗାଧର, ଉପନିର୍ଦେଶକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦୁଇ ଉପନିର୍ଦେଶକ, ସମସ୍ତ ବନଖଣ୍ଡ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ପୁଲିସ ଅଧିକାରୀ, ଥାନା ଅଧିକାରୀ ଯୋଗ ଦେଇଥିଲେ ।

Also Read: Dates Benefits: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

Also Read: Horoscope Today Aug 10 2023: ବ୍ୟବସାୟରେ ଆୟ ବୃଦ୍ଧି ହେବା ସହ ଶୁଭଫଳ ପାଇବେ ଏହି ସବୁ ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ଶିମିଳିପାଳ ଅଭୟାରଣ୍ୟରେ (Similipal Sanctuary )୨ ବନ କର୍ମଚାରୀଙ୍କ ହତ୍ୟା ପରେ ଜୁନ ୧୮ ତାରିଖରୁ ପୋଲିସ ପକ୍ଷରୁ ଶିମିପାଳକୁ (Similipal) ଶିକାର ଓ ଶିକାରୀ ମୁକ୍ତ ପାଇଁ ୯ ଥାନା ଅଧୀନସ୍ଥ ଜଙ୍ଗଲ ସଂଲଗ୍ନ ଗ୍ରାମ ଗୁଡିକରେ ଅସ୍ତ୍ରଶସ୍ତ୍ର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ୪ପ୍ଲାଟୁନ ପୁଲିସ ଫୋର୍ସ ସହିତ ଥାନା କର୍ମଚାରୀ ଏଥିରେ ସାମିଲ ଥିଲେ । ସେହିପରି ଶିମିଳିପାଳ  (Similipal) ସଂଲଗ୍ନ ୧୨ଟି ଥାନାରେ ଦେଶୀ ବନ୍ଧୁକ ଆତ୍ମ ସମର୍ପଣ ଅଭିଯାନ ଆରମ୍ଭ କରାଯାଇ ବ୍ୟାପକ ଜନସେଚତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ଏହି ସମୟରେ ୪୦ଟି ମାମଲା ରୁଜୁ ସହିତ ୧୬୫ଟି ବନ୍ଧୁକ, ଗୁଳି, ଗୋଟିଏ ବନ୍ଧୁକ ତିଆରି କାରଖାନା,ବଜ୍ରକାପ୍ତା ଛାଲ, ନଗଦ ୨ଲକ୍ଷ ୯୫ହଜାର ଟଙ୍କା, ମୋବାଇଲ ଫୋନ, ବନ୍ୟପ୍ରାଣୀ ମୃତଦେହ, ମାଂସ ଆଦି ଜବତ କରାଯିବା ସହିତ ୨୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସମସ୍ତ ଜବତ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଓ ବନ୍ୟପ୍ରାଣୀ ଜୀବାଂଶ ରିଜର୍ଭ ପୁଲିସ କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶିତ ହୋଇଥିଲା ।

Also Read: Ollywood Hottest Actress:ଆପଣଙ୍କ ମତରେ ଓଲିଉଡ଼ର ହଟ ଅଭିନେତ୍ରୀ କିଏ?

Also Read: OMG 2 Star Cast Fees: ଜାଣନ୍ତୁ କିଏ ନେଇଛନ୍ତି କେତେ କୋଟି?

 

 

ମୟୂରଭଞ୍ଜ ପୋଲିସ (police) ଏହି ସଫଳତାକୁ ସେ ପ୍ରଶଂସା କରିଥିଲେ । ପୂର୍ବରୁ ଏଭଳି କୌଣସି ସଫଳତା ମିଳିନଥିଲା । ଆଗକୁ ବନବିଭାଗ ସହ ଗଠିତ ଜଏଣ୍ଟ ଟାସ୍କଫୋର୍ସ ଶିମିପାଳକୁ ସୁରକ୍ଷା ଦେବା ପାଇଁ ଆହୁରୀ ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ବଂଶାଲ କହିଥିଲେ । ଶିମିପାଳ କେବଳ ମୟୂରଭଞ୍ଜର ନୁହେଁ ଏହା ଓଡିଶାର । ଏହାପରେ ସେ ନବ ନିର୍ମିତ ୨ଟି ଡିଟାଇପ କ୍ୱାଟର ଉଦଘାଟନ କରିଥିଲେ । ଡିଜି ମଙ୍ଗଳବାର ଅପରାହ୍ନରେ ବାରିପଦାରେ ପହଞ୍ଚିଥିଲେ। ସର୍କିଟ ହାଉସରେ ରହଣୀ ଭିତରେ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି, ଆନ୍ତଃରାଜ୍ୟ ଅପରାଧ ନିୟନ୍ତ୍ରଣ ଓ ବିଶେଷ କରି ଶିମିଳିପାଳକୁ ଶିକାର ଓ ଶିକାରମୁକ୍ତ ପାଇଁ ଗ୍ରହଣ କରାଯାଇଥିବା ଓ କରାଯିବାକୁ ଥିବା ପଦକ୍ଷେପ ସମ୍ବନ୍ଧରେ ଏଡିଜି, ଆଇଜି ଓ ଏସପି ଆଲୋଚନା କରିଥିଲେ ।