Vande Bharat Express: ରାଜ୍ୟବାସୀଙ୍କୁ ମୋଦିଙ୍କ ଭେଟି, ଆଜି ରାଜ୍ୟରେ ଗଡି଼ବ ତୃତୀୟ 'ବନ୍ଦେ ଭାରତ' ଏକ୍ସପ୍ରେସ୍
Advertisement

Vande Bharat Express: ରାଜ୍ୟବାସୀଙ୍କୁ ମୋଦିଙ୍କ ଭେଟି, ଆଜି ରାଜ୍ୟରେ ଗଡି଼ବ ତୃତୀୟ 'ବନ୍ଦେ ଭାରତ' ଏକ୍ସପ୍ରେସ୍

Vande Bharat Express: ଆଜି ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କ୍ରମରେ ଆଜି ଓଡି଼ଶାରୁ ଗଡି଼ବାକୁ ଯାଉଛି ତୃତୀୟ 'ବନ୍ଦେ ଭାରତ' ଟ୍ରେନ୍ (Vande Bharat Express)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ(pm modi)ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।  ଏ

Vande Bharat Express: ରାଜ୍ୟବାସୀଙ୍କୁ ମୋଦିଙ୍କ ଭେଟି,  ଆଜି ରାଜ୍ୟରେ ଗଡି଼ବ ତୃତୀୟ 'ବନ୍ଦେ ଭାରତ' ଏକ୍ସପ୍ରେସ୍

Vande Bharat Express: ଆଜି ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କ୍ରମରେ ଆଜି ଓଡି଼ଶାରୁ ଗଡି଼ବାକୁ ଯାଉଛି ତୃତୀୟ 'ବନ୍ଦେ ଭାରତ' ଟ୍ରେନ୍ (Vande Bharat Express)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ(pm modi)ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।  ଏହି ଟ୍ରେନଟି ପୁରୀରୁ ସିଧାସଳଖ ବିଶାଖାପାଟଣା ଯିବ (Vande Bharat Express between Puri nd Visakhapatnam)।  ଏହା ସପ୍ତାହକୁ ୬ ଦିନ ଚାଲିବ ବୋଲି ଜଣାପଡିଛି। ସୂଚନା ଅନୁସାରେ, ୮ କୋଚ୍ ବିଶିଷ୍ଟ ଏହି ଟ୍ରେନ୍ ଟି ସୋମବାର ବ୍ୟତିତ ଅନ୍ୟ ଦିନରେ ଚଳାଚଳ କରିବ। ଏହି ଟ୍ରେନଟି ଭୁବନେଶ୍ବର, ଖୋର୍ଦ୍ଧା ରୋଡ୍, ବିଜୟନଗରମ୍, ବିଶାଖାପାଟଣାରେ ରହଣୀ କରିବ।  ଯାତ୍ରା ସମୟରେ ଟ୍ରେନର ବେଗ ଘଣ୍ଟାପ୍ରତି ୭୭ କିମି ରହିବ ବୋଲି କୁହାଯାଇଛି। 

ALSO READ: Weather Update: ଦିନକ ପରେ ବଦଳିବ ପାଗ, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଏହି ଅବସରରେ ୯ଟି ରେଳ ଲାଇନ୍ (ଡବଲ୍ ଓ ଟ୍ରିପଲ୍ ରେଳ ଲାଇନ)ର ଉଦଘାଟନ ହେବ।  ଏହି ପ୍ରକଳ୍ପ ପାଇଁ ୧୪୭୯ କୋଟି ଟଙ୍କା ଖର୍ଚ୍ଚ ହେବ। ୪୧ଟି ଷ୍ଟେସନରେ ଓ୍ବାନ ଷ୍ଟେସନ ଓ୍ବାନ୍-ପ୍ରଡକ୍ଟର ଉଦଘାଟନ ହେବ।  ଯେଉଁଠି ସ୍ଥାନୀୟ ଅଞ୍ଚଳର ଉତ୍ପାଦିତ ସାମଗ୍ରୀ ବିକ୍ରି ହେବା ସହ  ଭୋକାଲ୍ ଫର ଲୋକାଲକୁ ପ୍ରୋତ୍ସାହନ ଦେବେ। ପିଏମ୍ ୧୬୨ଟି ଇଲେଟ୍ରୋନିକ୍ ଇଣ୍ଟର ଲକିଂ ସିଣ୍ଟମ୍ , ୫୦ଟି ସୋଲାର ପାଓ୍ବାର ଷ୍ଟେସନ, ୪ଟି ଅଟୋ ସିଗନାଲିଂ ସିଷ୍ଟମ୍, ଗୋଟିଏ ଗତିଶକ୍ତି ଟର୍ମିନାଲ୍ ଓ ଗୋଟିଏ ଜଲଓୌଷଧି କେନ୍ଦ୍ର ସହ ରେଳ କୋଚି ରେସ୍ତୋରାଁ ଉଦଘାଟନ ହେବେ।  

ଏହାସହ ପୁରୀ-ଅଯୋଧ୍ୟା ଟ୍ରେନ୍ ମଧ୍ୟ ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଟ୍ରେନ୍ ରେ ରାଜ୍ୟବାସୀ ଜଗନ୍ନାଥଧାମରୁ ରାମଲାଲାଙ୍କ ପାଖକୁ ଯାଇ ଦର୍ଶନ କରିବେ। ଏଥିସହ ପର୍ଯ୍ୟଟନ କ୍ଷେତ୍ରକୁ ରେଳ ମାଧ୍ୟମରେ ଯୋଡି଼ବାରେ ଓଡି଼ଶା ଆଉ ପାଦେ ଆଗକୁ ବଢିବ। ବନ୍ଦେ ଭାରତ ଟ୍ରେନଟି ପୁରୀରୁ ବାହାରି ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍ ଦେଇ ବିଶାଖାପାଟଣାରେ ପହଂଚିବ। ଏହି ଟ୍ରେନଟି ଶନିବାରକୁ ଛାଡି ବାକି ୬ ଦିନ ଚାଲିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।