Odisha News: ମୋହନା ଓ ଆର.ଉଦୟଗିରି ରୁ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ
Advertisement
Article Detail0/zeeodisha/odisha2287360

Odisha News: ମୋହନା ଓ ଆର.ଉଦୟଗିରି ରୁ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ

Odisha News: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗଞ୍ଜେଇ ଚୋରା ଚାଲାଣ। ପୋଲିସ୍ ଓ ଅବାକରୀ ବିଭାଗକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ ଦେଉଛନ୍ତି ଗଞ୍ଜେଇ ମାଫିଆ।  ମୋହନା ଓ ଆର.ଉଦୟଗିରି ଥାନା ଅଂଚଳରୁ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ। ଚାଲାଣରେ ସମ୍ପୃକ୍ତ ୩ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଘଟଣା ସ୍ଥଳରୁ ପୋଲିସ୍ ଏକ କଣ୍ଟେନର ଓ ଦୁଇଟି କାର ଜବତ କରିଛି । 

ସୂଚନା ଅନୁସାରେ,  ମୋହନା ଥାନା ପୋଲିସ କମଳାପୁରା ନାକା ଗେଟ୍ ରେ ପାଟ୍ରୋଲିଂ କରୁଥିବା ସମୟରେ ଏକ କଣ୍ଟେନରକୁ ଯାଞ୍ଚ କରିଥିଲା । ଯାଞ୍ଚ୍ ବେଳେ କଣ୍ଟେନରର ସିକ୍ରେଟ ଚାମ୍ବରରୁ ପୋଲିସ ୭ କୁଇଣ୍ଟାଲ୍ ୫୮ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଦୁହେଁ ଉତ୍ତର ପ୍ରଦେଶ ର ମହମ୍ମଦ ଅଲ୍ଲୀ ଓ ତସଲିମ୍ ଖାଁ ବୋଲି ଜଣାପଡିଛି। 

ସେହିପରି ଆର. ଉଦୟଗିରି ପୋଲିସ ରାମଗିରି ଓ ଛେଲିଗଡ ନିକଟରେ ଏକ ବାଲେନୋ ଓ ଇନୋଭା କାରରୁ ୨ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ରାମଗିରିର ସୁଧାଂଶୁ କରାଡ଼କୁ ଗିରଫ କରିଛି। ଉଭୟ ସ୍ଥାନରୁ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ କୋଟିତୁ ଉର୍ଦ୍ଧ୍ବ ହେବ । ଅଡବା ଓ ଆର.ଉଦୟଗିରି ଥାନା ଅଞ୍ଚଳରୁ ବିହାର ଓ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ତଦନ୍ତରୁ ଜଣାପଡ଼ିଛି । ଏନେଇ ଗଜପତି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି।