Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା, ୪ ସପ୍ତାହ ମଧ୍ଯରେ ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ NHRC
Advertisement

Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା, ୪ ସପ୍ତାହ ମଧ୍ଯରେ ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ NHRC

Odisha Train Accident: ମାନବାଧିକାର ଉଲ୍ଲଂଘନ ଅଭିଯୋଗ ସଂପର୍କିତ ଏକ ପିଟିସନ୍ ଆଧାରରେ, ଆକ୍ସନ ଟେକେନ୍ ରିପୋର୍ଟ ତଲବ କରିଛନ୍ତି ଏନଏଚଆରସି । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ମୃତାହତ ଯାତ୍ରୀମାନଙ୍କ ଅଧିକାର ଉଲ୍ଲଂଘନ ହୋଇଥିବା ନେଇ ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏକ ପିଟିସନ୍ ଦାୟର କରିଛନ୍ତି ।

ସୌ(ସୋସିଆଲ ମିଡିଆ)

Odisha Train Accident: ବାହାନଗା ଟ୍ରେନ୍ ଦୁର୍ଘଟଣା (Odisha train tragedy) ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ (National Human Rights Commission India) ହସ୍ତକ୍ଷେପ । ଏହି ମାମଲାରେ ରେଳ ବୋର୍ଡ଼ ଅଧ୍ଯକ୍ଷ ଓ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି ଏନଏଚଆରସି (NHRC) । ମାନବାଧିକାର ଉଲ୍ଲଂଘନ ଅଭିଯୋଗ ସଂପର୍କିତ ଏକ ପିଟିସନ୍ ଆଧାରରେ, ଆକ୍ସନ ଟେକେନ୍ ରିପୋର୍ଟ ତଲବ କରିଛନ୍ତି ଏନଏଚଆରସି । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ମୃତାହତ ଯାତ୍ରୀମାନଙ୍କ ଅଧିକାର ଉଲ୍ଲଂଘନ ହୋଇଥିବା ନେଇ ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏକ ପିଟିସନ୍ ଦାୟର କରିଛନ୍ତି ।

ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଚୋରି, ଶବ ସଂରକ୍ଷଣ, ମୃତଦେହର ନକଲି ଦାବିଦାର ଆଦି ବହୁ ଘଟଣା ନଜରକୁ ଆସିଥିବା ବେଳେ ଏଥିପାଇଁ ରେଳୱ କର୍ତ୍ତୃପକ୍ଷ ଓ ଓଡ଼ିଶା ସରକାର ଦାୟୀ ବୋଲି ପିଟିସନରେ ଦର୍ଶାଯାଇଛି । ଏହି ପିଟିସନକୁ ଆଧାର କରି ଆକ୍ସନ୍ ଟେକେନ୍ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ (NHRC) । ଏହି ଘଟଣାରେ ବର୍ତ୍ତମାନ ଯାଏଁ କେଉଁ ସବୁ ପଦକ୍ଷେପ ନିଆଯାଇଛି ୪ ସପ୍ତାହ ଭିତରେ ତାହା ଜଣାଇବାକୁ ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ସେପଟେ ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ୩ ଅଭିଯୁକ୍ତ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ତର ଆଜି ହେଉଛି ଦ୍ବିତୀୟ ଦିନ । ଅଭିଯୁକ୍ତଙ୍କ ମୁହଁରୁ ସତ ଓଗାଳିବା ନେଇ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛନ୍ତି ସିବିଆଇ (CBI) ଅଧିକାରୀ । ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ ଲାଗି ଉଦ୍ୟମ ହୋଇଥିଲା କି ? ଯଦି ହିଁ ତାହାଲେ ଏହା ପଛରେ କାହାର ଷଡ଼ଯନ୍ତ୍ର ରହିଛି? ଇଲେକ୍ରିକାଲ ଲିଫ୍ଟିଙ୍ଗ ବ୍ୟାରିୟର କେଉଁ ବରିଷ୍ଠ ଅଧିକାରୀଙ୍କ ତଦାରଖ ପରେ ଖଞ୍ଜା ଯାଇଥିଲା ? ଏହି ସବୁ ଦିଗକୁ ଆଖିରେ ରଖି ଅଭିଯୁକ୍ତଙ୍କଠାରୁ ତଥ୍ୟ ଓଗାଳିବା ନେଇ ଚେଷ୍ଟା କରୁଛି ସିବିଆଇ । ସେପଟେ ବୁଧବାର ଦିନ ଏହି ମାମଲାରେ ୭ ଜଣ ରେଳବାଇ କର୍ମଚାରୀଙ୍କୁ ନିଲମ୍ବିତ (7 Railway Employees Suspended) କରାଯାଇଛି। କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ (Coromandel Express Accident) ପ୍ରତିକ୍ରିୟା ରଖି ଦକ୍ଷିଣ-ପୂର୍ବ ରେଳବାଇ ମହାପ୍ରବନ୍ଧକ (South-Eastern Railway General Manager) ମ୍ୟାନେଜର ଅନିଲ କୁମାର ମିଶ୍ର କହିଛନ୍ତି ଯେ, ଏହି ଘଟଣାରେ ସିବିଆଇ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଡ୍ୟୁଟି ସମୟରେ ସତର୍କ ହୋଇ ନ ଥିବାରୁ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟନର ସମେତ ୭ ଜଣଙ୍କୁ ନିଲମ୍ବିତ କରାଯାଇଛି। ଯଦି ସେମାନେ ସତର୍କ ରହିଥାନ୍ତେ, ତାହେଲେ ଏଭଳି ଦୁଃଖଦ ଟ୍ରେନ ଦୁର୍ଘଟଣାକୁ ରୋକାଯାଇ ପାରିଥାନ୍ତା।

ଏହା ବି ପଢନ୍ତୁ-School Uniform: ରାଜ୍ୟ ରାଜନୀତିରେ ‘ସ୍କୁଲ ୟୁନିଫର୍ମ’ର ରଙ୍ଗ, ବିରୋଧୀଙ୍କ ଟାର୍ଗେଟ୍ ପରେ ଜବାବ ରଖିଲା ବିଜେଡ଼ି

ଏହା ବି ପଢନ୍ତୁ-Plus II instant exam: ଆଜି ଯୁକ୍ତ ୨ ଇନଷ୍ଟାଣ୍ଟ ପରୀକ୍ଷା, ୩୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ଏତିକି ପରୀକ୍ଷାର୍ଥୀ

ପ୍ରକାଶ ଥାଉ କି, ବୁଧବାର ଦିନ ଦକ୍ଷିଣ-ପୂର୍ବ ରେଳବାଇର ନୂତନ ମହାପ୍ରବନ୍ଧକ ଓ ଡିଭିଜନାଲ ରେଲୱେ ମ୍ୟାନେଜର ବାହାନାଗା ବଜାର (Bahanaga Bazar Railway Station) ଓ ବାଲେଶ୍ୱର ରେଳ ଷ୍ଟେସନ (Balasore Railway Station) ପରିଦର୍ଶନ କରିବା ପରେ ଏହି ନିଲମ୍ବନ ଆଦେଶ ଦେଇଥିଲେ। ଗତ ଜୁନ୍ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନାଗା ବଜାର ରେଳ ଷ୍ଟେସନ ଠାରେ ହୋଇଥିବା ଏହି ଟ୍ରେନ ଦୁର୍ଘଟଣାରେ ୨୯୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୭୫ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ଏହା ବି ପଢନ୍ତୁ-Puri Anand Bazaar: ଆନନ୍ଦ ବଜାରର ବିଶୃଙ୍ଖଳା ପରେ ସୁଆର ମହାସୁଆର ନିଯୋଗର ଚେତାବନୀ