Metro Project: ଖୁବଶିଘ୍ର ଭୁବନେଶ୍ବରରେ ଗଡି଼ବ ମେଟ୍ରୋ, ପ୍ରକଳ୍ପର ଡିପିଆରକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1902479

Metro Project: ଖୁବଶିଘ୍ର ଭୁବନେଶ୍ବରରେ ଗଡି଼ବ ମେଟ୍ରୋ, ପ୍ରକଳ୍ପର ଡିପିଆରକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

Metro Project: ଖୁବଶିଘ୍ର ଟ୍ବିନ୍  ସିଟିରେ (Twin City) ଗଡି଼ବ ମେଟ୍ରୋ (Metro)। ଏନେଇ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି। ମେଟ୍ରୋ ପ୍ରକଳ୍ପ (Metro Project) ପାଇଁ ଡିପିଆରକୁ (DPR) ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief Minister  Naveen Patnaik) ଏହି ଡିପିଆରକୁ (DPR) ଅନୁମୋଦନ ଦେଇଛନ୍ତି । ଏ-ନେଇ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି।  ଜାଣନ୍ତୁ କେଉଁ ସବୁ ରୁଟରେ ମିଳିବ ଏହି ମେଟ୍ରୋ ସେବା...

ସୌଜନ୍ୟ- ସୋସିଆଲ ମିଡି଼ଆ

Metro Project: ଖୁବଶିଘ୍ର ଟ୍ବିନ୍  ସିଟିରେ (Twin City) ଗଡି଼ବ ମେଟ୍ରୋ (Metro)। ଏନେଇ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି। ମେଟ୍ରୋ ପ୍ରକଳ୍ପ (Metro Project) ପାଇଁ ଡିପିଆରକୁ (DPR) ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief Minister  Naveen Patnaik) ଏହି ଡିପିଆରକୁ (DPR) ଅନୁମୋଦନ ଦେଇଛନ୍ତି । ଏ-ନେଇ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି।  ତେବେ, ମିଳିଥିବା ସୂଚନା ଆଧାରରେ ‘ଟର୍ଣ୍ଣ କି’ ଆଧାରରେ ଏହି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଯୋଗ୍ୟ ସଂସ୍ଥା  ଟେଣ୍ତର ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ (ବିଏମଆରସି) ନିର୍ଦ୍ଦେଶନାମା ଜାରି କରିଛି। ଏନେଇ ଆସନ୍ତାମାସ ୧୮ ତାରିଖରେ ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନର ପ୍ରଥମ ବୋର୍ଡ଼ ମିଟିଂ ବସିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ ବୋଲି ଜଣାପଡି଼ଛି। ପରିବହନ ସଚିବ,ଅର୍ଥ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ସଚିବ ଓ ବିଏମଆରସିର ଅଧ୍ୟକ୍ଷ ସଦସ୍ୟ ରହିଛନ୍ତି।

Also Read: Vastu Sastra: ଘରର ଏହି କୋଣରେ ରଖନ୍ତୁ ଗଣେଶ ମୂର୍ତ୍ତି, ସୁଖ ସମୃଦ୍ଧିରେ ପୂରି ରହିବ ଘରର ମାହୋଲ..

ତେବେ, ଏହି ବୈଠକରେ ଡିପିଆର ଅନୁମୋଦନ ସହିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉପରେ ଚର୍ଚ୍ଚା ହେବ ବୋଲି ଜଣାପଡି଼ଛି। ତେବେ ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ରାଜ୍ୟ ସରକାର  ମେଟ୍ରୋ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ପ୍ରକଳ୍ପ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅତିରିକ୍ତ ବଜେଟରେ ଖାସ୍ କରି ୨୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।  ଏହି ମେଟ୍ରୋ ପ୍ରକଳ୍ପ ଆସନ୍ତା ୪ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଜଣାପଡିଛି। ଆଉ ଏଥିପାଇଁ ବିଏମଆରସିକୁ ପ୍ରତି ବର୍ଷ ୧୫ ଶହ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଜଣାପଡିଛି। 

ମେଟ୍ରୋ ଟ୍ରେନ ଚଳାଚଳ ଦ୍ଵାରା ଭୁବନେଶ୍ୱର ରେ ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟା ସମେତ ବିଭିନ୍ନ ସ୍ଥାନରେ ଚାକିରୀ କରିଥିବା ଲୋକ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍‌‌ ପ୍ରୋଜେକ୍ଟ ଭାବେ ଏହାକୁ ଗ୍ରହଣ କରାଯାଉଥିବା ବେଳେ ଅଳ୍ପ ଦିନ ମଧ୍ୟରେ ପ୍ରକଳ୍ପ କାମ ଶେଷ କରି ଓଡ଼ିଶା ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି ।

ଏହି ସବୁ ରୁଟରେ ମିଳିବ ସେବା :

ଡିପିଆର୍ (DPR)ଅନୁଯାୟୀ ଭୁବନେଶ୍ୱର ମେଟ୍ରୋ ଟ୍ରେନର ୨୦ଟି ରହଣୀ ସ୍ଥାନ ଗୁଡ଼ିକ ହେଲା (Bhubaneswar Metro stations in first phase)....

୧- ବିଜୁ ପଟ୍ଟନାୟକ ବିମାନ ବନ୍ଦର 

୨- କ୍ୟାପିଟାଲ ହସ୍ପିଟାଲ

୩- ଶିଶୁଭବନ

୪- ବାପୁଜୀ ନଗର

୫- ଭୁବନେଶ୍ୱର ରେଲୱେ ଷ୍ଟେସନ

୬- ରାମ ମନ୍ଦିର ଛକ 

୭- ବାଣୀ ବିହାର

୮- ଆଚାର୍ଯ୍ୟ ବିହାର

୯- ଜୟଦେବ ବିହାର

୧୦- ଜାଭିୟର ଛକ 

୧୧- ରେଳ ସଦନ

୧୨- ଡିଷ୍ଟ୍ରିକ୍ଟ ସେଣ୍ଟର୍

୧୩- ଡ଼ମଣା ଛକ

୧୪- ପଟିଆ ଛକ

୧୫- କିଟ୍ ଛକ

୧୬- ନନ୍ଦନ୍ ବିହାର

୧୭- ରଘୁନାଥପୁର

୧୮- ନନ୍ଦନକାନନ 

୧୯- ଫୁଲ ପୋଖରୀ

୨୦- ତ୍ରିଶୁଳିଆ ଛକ