Mo Bus: ଅପରାହ୍ନ ପରେ ଏହି ସବୁ ରୁଟରେ ଗଡି଼ବନି 'ମୋ ବସ୍'!
Advertisement
Article Detail0/zeeodisha/odisha1927425

Mo Bus: ଅପରାହ୍ନ ପରେ ଏହି ସବୁ ରୁଟରେ ଗଡି଼ବନି 'ମୋ ବସ୍'!

Mo Bus: ରାଜଧାନୀ ଭୁବନେଶ୍ବରରେ ମେଢ ଦେଖିବା ପାଇଁ ମଣ୍ତପ ଗୁଡିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ଫଳରେ ବସ୍ (Mo Bus) ଚଳାଚଳରେ ସମସ୍ୟା ଦେଖାଦେଉଛି। ତେଣୁ ଏହି ଭିଡକୁ ଦୃଷ୍ଟିରେ ରଖି ଆଜି ଠାରୁ ସହରରେ ମୋ ବସ (Mo Bus) ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତି ନେବେ କର୍ତ୍ତୃପକ୍ଷ । 

ସୌଜନ୍ୟ- ସୋସିଆଲ ମିଡି଼ଆ

Mo Bus: ଧରାରେ ଅବତରଣ କରିଛନ୍ତି ଜଗତ୍‍ ଜନନୀ ମା' ଦୁର୍ଗା (Maa Durga) । ଏନେଇ ମହାମାୟାଙ୍କ ପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ ।  ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି  ପୂଜା ମଣ୍ଡପ । ଆଜି ମଣ୍ଡପରେ ମହାନବମୀ (Maha Navami) ପୂଜା ଚାଲିଥିବା ବେଳେ ଶକ୍ତି ପୀଠରେ ଗୁଡିକରେ ଦଶମୀ ପୂଜା ଚାଲିଛି। ରାଜଧାନୀ ଭୁବନେଶ୍ବରରେ ମେଢ ଦେଖିବା ପାଇଁ ମଣ୍ତପ ଗୁଡିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ଫଳରେ ବସ୍ (Mo Bus) ଚଳାଚଳରେ ସମସ୍ୟା ଦେଖାଦେଉଛି।  ତେଣୁ ଏହି ଭିଡକୁ ଦୃଷ୍ଟିରେ ରଖି ଆଜି ଠାରୁ ସହରରେ ମୋ ବସ (Mo Bus) ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତି ନେବେ କର୍ତ୍ତୃପକ୍ଷ । ଆଜି ଦିନ ୩ ଟା ୩୦ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ରୁଟରେ ବସ ଚାଲିବ । ଏହା ପରେ ସ୍ଥିତି ଦେଖିବା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି  ବିଭାଗୀୟ ଅଧିକାରୀ (Capital Region Urban Transport)। 

 

Also Read: Gold Rate: ପାର୍ବଣରେ ଖସିଲା ସୁନା ଦର, ଜାଣନ୍ତୁ ଟ୍ବିନ୍‌ ସିଟିରେ କେତେ ରହିଛି ରେଟ୍ ?

ଭୁବନେଶ୍ବରରେ ହଜାର ହଜାର ଲୋକ ମୋ ବସ ଉପରେ ନିର୍ଭର କରନ୍ତି। ପ୍ରତ୍ୟକ ଦିନ ଶତାଧିକ ଲୋକେ ଏହି ବସରେ ଯାତ୍ରା କରନ୍ତି। କିନ୍ତୁ ପୂଜା ପାଇଁ ସଞ୍ଚ ନଇଁଲେ ରାଜରାସ୍ତାରେ ନାହିଁ ନଥିବା ଭିଡ଼ ହେଉଛି । ଆଉ ସେହି ଭିଡ଼ରେ ମୋ ବସ ଚଳାଚଳ କରିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏହାକୁ ଦୃଷ୍ଟିରେ ରଖି କ୍ରୁଟ କର୍ତ୍ତୃପକ୍ଷ ଆଜି  କିଛି ମୋବସ ଚଳାଚଳକୁ ବାତିଲ୍ କରିବାର ସମ୍ଭାବନା ରହିଛି । ସେହିପରି ଆଉ କିଛି ବସର ରୁଟ୍ ମଧ୍ୟ ପରିବର୍ତ୍ତନ କରିଛନ୍ତି । 'ମୋ ବସ୍' ରୁଟ୍ ନମ୍ବର (Mo Bus Rt nos. 24, 35, 43, 44, 51, 58, 59&71)୨୪ ,୩୪ ,୪୩ ,୪୪ ,୫୧ ,୫୮ ,୫୯  ଓ ୭୧ର ରୁଟ୍ ର ଗତିପଥ ପରିବର୍ତ୍ତନ ହେବାର ସମ୍ଭାବନା ଥିବା କହିଛି କ୍ରୃଟ୍।