Laxmi Bus: ଆଜିଠୁ ଗଜପତିରେ 'ଲକ୍ଷ୍ମୀ' ବସ୍ ସେବା, ଜାଣନ୍ତୁ ଦ୍ବିତୀୟ ପର୍ଯ୍ୟାୟରେ ଗଡି଼ବ କେତୋଟି ବସ୍?
Advertisement
Article Detail0/zeeodisha/odisha1923310

Laxmi Bus: ଆଜିଠୁ ଗଜପତିରେ 'ଲକ୍ଷ୍ମୀ' ବସ୍ ସେବା, ଜାଣନ୍ତୁ ଦ୍ବିତୀୟ ପର୍ଯ୍ୟାୟରେ ଗଡି଼ବ କେତୋଟି ବସ୍?

Laxmi Bus: ବିକାଶ ପଥରେ ଆଗଉଛି ଓଡି଼ଶା । ଗାଁ ସହ ଯୋଡି ହେବ ସହର। କାହିଁକିନା ଆଜିଠୁ ଗଜପତିରେ ଗଡି଼ବ 'ଲକ୍ଷ୍ମୀ' ବସ୍ (Laxmi Bus)। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ ଏହି ସେବା ଆରମ୍ଭ କରିଥିଲେ। ଆଜି ଗଜପତିରେ ଏହି ସେବା ମିଳିବା ଆରମ୍ଭ ହେବ।  ଏନେଇ ଗଜପତି ଜିଲ୍ଲା ଷ୍ଟାଡିୟମରେ ବସ ଗୁଡିକ ପହଞ୍ଚି ସାରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । 

Laxmi Bus: ଆଜିଠୁ ଗଜପତିରେ 'ଲକ୍ଷ୍ମୀ' ବସ୍ ସେବା, ଜାଣନ୍ତୁ ଦ୍ବିତୀୟ ପର୍ଯ୍ୟାୟରେ ଗଡି଼ବ କେତୋଟି ବସ୍?

Laxmi Bus: ବିକାଶ ପଥରେ ଆଗଉଛି ଓଡି଼ଶା । ଗାଁ ସହ ଯୋଡି ହେବ ସହର। କାହିଁକିନା ଆଜିଠୁ ଗଜପତିରେ ଗଡି଼ବ 'ଲକ୍ଷ୍ମୀ' ବସ୍ (Laxmi Bus)। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରେ ଏହି ସେବା ଆରମ୍ଭ କରିଥିଲେ। ଆଜି ଗଜପତିରେ ଏହି ସେବା ମିଳିବା ଆରମ୍ଭ ହେବ। ମୋଟ୍ ୩୬ଟି ବସ୍ ଗଜପତି ଜିଲ୍ଲାରେ ଗଡି଼ବ। ଏନେଇ ଗଜପତି ଜିଲ୍ଲା ଷ୍ଟାଡିୟମରେ ବସ ଗୁଡିକ ପହଞ୍ଚି ସାରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଲୋକସେବା ଭବନରୁ ଭଚୁର୍ଆଲ ମୋଡରେ ବସ୍ ସେବାର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ତେବେ, ଏହି କାର୍ଯ୍ୟାକ୍ରମରେ ସାଂସଦ ଚନ୍ଦ୍ର ଶେଖର ସାହୁ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

Also Read:  Bus strike: ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କଲା ଘରୋଇ ବସ ମାଲିକ ସଂଘ, କହିଲା...

Also Read: Gold Price: ଖସିଲା ରୂପା ବଢିଲା ସୁନା, ଜାଣନ୍ତୁ ଟ୍ବିନ ସିଟିରେ କ'ଣ ରହିଛି ଦର?

ଗ୍ରାମାଞ୍ଚଳବାସୀଙ୍କୁ ଉତ୍ତମ ଯାତାୟାତ ସେବା ପ୍ରଦାନ ଲକ୍ଷ୍ୟରେ ରାଜ୍ୟ ସରକାର 'ଲକ୍ଷ୍ମୀ' ବସ୍ (Laxmi Yojana) ଯୋଜନା ଆରମ୍ଭ କରିଛନ୍ତି। ପ୍ରଥମେ ମାଲକାନଗିରିରୁ ଆରମ୍ଭ ହୋଇଥିବା ଏହି ବସ୍ ସେବା ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ଉପଲବ୍ଧ ହେବ। ଗାଁର ଚାଷୀ, ଛାତ୍ରଛାତ୍ରୀ, ମା' ସମସ୍ତେ ଏହା ମାଧ୍ୟମରେ ଉପକୃତ ହେବେ। ରାଜ୍ୟ ଅର୍ଥନୀତି ଆହୁରି ମଜଭୁତ ହେବା ସହ ଗାଁ ଗାଁରେ ସମୃଦ୍ଧି ଆସିବ ବୋଲି ଆଶା କରାଯାଉଛି। ସେବା -ସୁରକ୍ଷା ଏବଂ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଆଜିଠୁ ଗଜପତିରେ ଆରମ୍ଭ ହେଉଛି ଲକ୍ଷ୍ମୀ ବସ୍ ଯୋଜନା । ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ।  ଆଗାମୀ ଦିନରେ ନବରଙ୍ଗପୁର, କୋରାପୁଟ, ରାୟଗଡା ଓ କନ୍ଧମାଳ ଜିଲ୍ଲାରେ ବସ୍ ସେବା ଆରମ୍ଭ ହେବ । 

ଚଳିତ ମାସ  ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରେ ‘ଲକ୍ଷ୍ମୀ ବସ୍’(Laxmi bus services to start in Malkangiri ) ସେବା ଆରମ୍ଭ ହୋଇଥିଲା। ଯାହାକୁ ବଣ୍ଡାଘାଟିରୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik)।  ‘ଲକ୍ଷ୍ମୀ’ବସ ଯୋଜନାରେ ବସ୍‌ ଗୁଡିକ ପଞ୍ଚାୟତରୁ ବ୍ଲକ୍‌ ଓ ବ୍ଲକ୍‌ରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ପ୍ରଥମ ଦିନରେ ଅର୍ଥାତ୍ (ଆଜି) ୩୬ଟି ବସ୍ ଗଡିଛି।