Laxmi Bus: ‘ଲକ୍ଷ୍ମୀ ’ବସ୍ ଯୋଜନାର ଶୁଭାରମ୍ଭ କଲେ ନବୀନ, ଜାଣନ୍ତୁ ପ୍ରଥମ ପର୍ଯ୍ୟାୟରେ ଗଡି଼ବ କେତୋଟି ବସ୍?
Advertisement
Article Detail0/zeeodisha/odisha1911201

Laxmi Bus: ‘ଲକ୍ଷ୍ମୀ ’ବସ୍ ଯୋଜନାର ଶୁଭାରମ୍ଭ କଲେ ନବୀନ, ଜାଣନ୍ତୁ ପ୍ରଥମ ପର୍ଯ୍ୟାୟରେ ଗଡି଼ବ କେତୋଟି ବସ୍?

Laxmi Bus: ବିକାଶ ପଥରେ ଆଗଉଛି ଓଡି଼ଶା। ଆଦିବାସୀ ଅଞ୍ଚଳ  ସହ ଯୋଡି ହେବ ସହର । କାହିଁକିନା ଆଜିଠୁ ମାଲକାନଗିରିରେ ଆରମ୍ଭ ହୋଇଛି ‘ଲକ୍ଷ୍ମୀ ବସ୍’ ସେବା (Laxmi bus services to start in Malkangiri from today) ।  ଆଜି ମାଲକାନାଗିରି ଜିଲ୍ଲା ବଣ୍ଡାଘାଟିରୁ ଲକ୍ଷ୍ମୀ ଯୋଜନାର ବସ୍ ସେବାର (Laxmi Bus scheme) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik)। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳରେ ମାଲକାନଗିରି ସମେତ  ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ ଏହି ବସ୍ ସେବା ଆରମ୍ଭ ହୋଇଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Laxmi Bus: ବିକାଶ ପଥରେ ଆଗଉଛି ଓଡି଼ଶା। ଆଦିବାସୀ ଅଞ୍ଚଳ  ସହ ଯୋଡି ହେବ ସହର । କାହିଁକିନା ଆଜିଠୁ ମାଲକାନଗିରିରେ ଆରମ୍ଭ ହୋଇଛି ‘ଲକ୍ଷ୍ମୀ ବସ୍’ ସେବା (Laxmi bus services to start in Malkangiri from today) ।  ଆଜି ମାଲକାନାଗିରି ଜିଲ୍ଲା ବଣ୍ଡାଘାଟିରୁ ଲକ୍ଷ୍ମୀ ଯୋଜନାର ବସ୍ ସେବାର (Laxmi Bus scheme) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik)। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳରେ ମାଲକାନଗିରି ସମେତ  ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ ଏହି ବସ୍ ସେବା ଆରମ୍ଭ ହୋଇଛି । ‘ଲକ୍ଷ୍ମୀ’ବସ ଯୋଜନାରେ ବସ୍‌ ଗୁଡିକ ପଞ୍ଚାୟତରୁ ବ୍ଲକ୍‌ ଓ ବ୍ଲକ୍‌ରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବା ପାଇଁ ଯୋଜନା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ପ୍ରଥମ ଦିନରେ ଅର୍ଥାତ୍ (ଆଜି) ୩୬ଟି ବସ୍ ଗଡିଛି।  ଏହି ବସ ଗୁଡିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Also Read: Grah Gochar: ରାହୁ-କେତୁ ଓ ଶନିଙ୍କ ଚଳନ ଏହି ୪ ରାଶିକୁ କରିବ ଧନବାନ୍, ବର୍ଷିବ ଟଙ୍କା

‘ଲକ୍ଷ୍ମୀ ବସ୍’ ସେବା  ଆଜିଠାରୁ ଆରମ୍ଭ ହେଉ ଥିବା ନେଇ ମାଲକାନଗିରି ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । କମ୍ ଭଡା ଦେଇ ଗ୍ରାମାଞ୍ଚଳରୁ ସହରକୁ ଏସି ବସରେ ଆରାମଦାୟକ ଯାତ୍ରା କରିପାରିବେ ଯାତ୍ରୀ। କେବଳ ସେତିକି ନୁହେଁ,  ମହିଳା ଯାତ୍ରୀଙ୍କ ପାଇଁ ଟିକେଟରେ ବିଶେଷ ରିହାତି ରହିଛି ବୋଲି କୁହାଯାଉଛି । କିନ୍ତୁ ସେ ସବୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରି ନାହାନ୍ତି ରାଜ୍ୟ ସରକାର । ସେବା -ସୁରକ୍ଷା ଏବଂ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଆଜିଠୁ ଆରମ୍ଭ ହେଉଛି ଲକ୍ଷ୍ମୀ ବସ୍ ଯୋଜନା । ଏହି ପରିବହନ ସେବା ଗାଁ ଗାଁରେ ସମୃଦ୍ଧି ଆଣିବ। ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବ। ଗ୍ରାମାଞ୍ଚଳ କ୍ଷେତ୍ରକୁ ରୂପାନ୍ତରିତ କରିବ ।  ଏହି ବସ୍ ସେବା ଆରମ୍ଭ ହେଲେ ବିଶେଷ କରି  ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ଲକ୍ଷ୍ମୀ ଯୋଜନାରେ ଉପକୃତ ହେବେ । 

ସେହିପରି ବସ୍ ସେବାକୁ ନେଇ କୋରାପୁଟ୍, ରାୟଗଡା , ଗଜପତି ଓ କନ୍ଧମାଳ ଜିଲ୍ଲାବାସୀଙ୍କ ମଧ୍ୟ ଖୁବ୍ ଆନନ୍ଦିତ ଅଛନ୍ତି। ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ।