Odisha News:ଦେଶ ଗଠନରେ ନିଜକୁ ସାମିଲ କର: ସଞ୍ଜୟ କୁମାର ସିଂହ
Advertisement
Article Detail0/zeeodisha/odisha2037953

Odisha News:ଦେଶ ଗଠନରେ ନିଜକୁ ସାମିଲ କର: ସଞ୍ଜୟ କୁମାର ସିଂହ

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗଙ୍ଗପଡ଼ା ସ୍ଥିତ ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସପ୍ତଦଶ ବାର୍ଷିକ ଉତ୍ସବ “ ଗ୍ରେସ୍ -୨୦୨୩ ଆଜି ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଜି.ପି.

Odisha News:ଦେଶ ଗଠନରେ ନିଜକୁ ସାମିଲ କର: ସଞ୍ଜୟ କୁମାର ସିଂହ

Odisha News: ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗଙ୍ଗପଡ଼ା ସ୍ଥିତ ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସପ୍ତଦଶ ବାର୍ଷିକ ଉତ୍ସବ “ ଗ୍ରେସ୍ -୨୦୨୩ ଆଜି ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଜି.ପି. ସିଂହ ପ୍ରେକ୍ଷାଳୟରେ ଏକ ବର୍ଷାଜ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ସୂଚନା ଏବଂ ଜନସଂପର୍କ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଚରିତ୍ର ଗଠନ ଏବଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଆହରଣ କରି ଦେଶଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗୌରବମୟ ଏବଂ ମହତ୍ତ୍ଵପୂର୍ଣ୍ଣ ଅବଦାନ ନିମନ୍ତେ ସେ ଉଭୟ ପରିସ୍ଖଳନା ସମିତି ଏବଂ ଅଧ୍ୟାପକମଣ୍ଡଳୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। 

ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମହାରାଷ୍ଟ୍ରର ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଶିକ୍ଷାବିତ୍ ଶଶୀକାନ୍ତ ପେଡୱାଲ୍ ଏହି ଅନୁଷ୍ଠାନର ଉଚ୍ଚକୋଟୀର ଶିକ୍ଷାପ୍ରଣାଳୀ ମାଧ୍ୟମରେ ମେଡିକାଲ୍ ଓ ଇଂଜିନିୟରିଂ ପ୍ରବେଶିକ ପରୀକ୍ଷାରେ ଛାତ୍ରଛାତ୍ରୀ ବହୁସଂଖ୍ୟାରେ କୃତିତ୍ଵ ଅର୍ଜନ କରି ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଜାତୀୟସ୍ତରରେ ଗୌରବାନ୍ଵିତ କରିପାରିବେ ବୋଲି ବିଶ୍ବାସ ପ୍ରକଟ କରିଥିଲେ। ଆଦ୍ୟାନ୍ତର ପ୍ରତିଷ୍ଠାତା, ବିଶିଷ୍ଟ ଶିକ୍ଷାବିତ୍ ତଥା ଚେୟାରମ୍ୟାନ୍ ଅଜୟ ବାହାଦୁର ସିଂହ ତାଙ୍କ ବକ୍ତବ୍ୟରେ ଶୃଙ୍ଖଳା, ସାଧନା ଏବଂ ସଂଘର୍ଷ ମାଧ୍ୟମରେ ସଫଳତା ହାସଲର ମନ୍ତ୍ର ଦେଇଥିଲେ। 

ଜାତୀୟ ସ୍ତରର ସୁନାମଧନ୍ୟ ପ୍ରିନ୍ସ ଡ୍ୟାନସ୍ ଗ୍ରୁପର ନିର୍ଦ୍ଦେଶନାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାରତର ସ୍ଵାଧୀନତା ସଂଗ୍ରାମର ବୀରତ୍ଵ ପୂର୍ବ ଇଚ୍ଛିହାସ, ସବୁଜ ବିପ୍ଲବ, ସ୍ଵାସ୍ଥ୍ୟସେବା, ସୁରକ୍ଷା, ଶିକ୍ଷା, ବିଜ୍ଞାନର ଅଗ୍ରଗତି, କଳା, ସଂସ୍କୃତି ଏବଂ ଜୀବନଧାରାକୁ ଭିଭି କରି ହମ୍ ସବ୍ ଭାରତୀୟ ହେଁ ଶୀର୍ଷକ ଉପରେ ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷା ରିଙ୍କୁ ଷଡ଼ଙ୍ଗୀ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।