Train Service: 'ସମ୍ବଲପୁର ହଟିଆ-ଗୋରଖପୁର ମୌର୍ଯ୍ୟ' ଏକ୍ସପ୍ରେସ ଶୁଭାରମ୍ଭ, ଏହି ସବୁ ରୁଟରେ ମିଳିବ ସେବା
Advertisement
Article Detail0/zeeodisha/odisha2136829

Train Service: 'ସମ୍ବଲପୁର ହଟିଆ-ଗୋରଖପୁର ମୌର୍ଯ୍ୟ' ଏକ୍ସପ୍ରେସ ଶୁଭାରମ୍ଭ, ଏହି ସବୁ ରୁଟରେ ମିଳିବ ସେବା

Train Service: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ଶୁକ୍ରବାର ଦିନ 'ସମ୍ବଲପୁର ହଟିଆ-ଗୋରଖପୁର ମୌର୍ଯ୍ୟ' ଏକ୍ସପ୍ରେସର( Hatia Gorakhpur Hatia Maurya Express) ଶୁଭାରମ୍ଭ କରିବା ସହ ଏହି ଟ୍ରେନକୁ ସମ୍ପ୍ରସାରଣ କରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ଦୀର୍ଘ ଦିନର ଅପେକ୍ଷାକୁ ପୂରଣ ହୋଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୌଷ୍ଣବ (Railway Minister Ashwini Vaishnaw)ଭିଡିଓ କନଫରେସିଂ ଜରିଆରେ ସାମିଲ୍ ହୋଇଥିଲେ। 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁର ସମେତ ଆଖପାଖ ଜିଲ୍ଲାରେ ଉତ୍ତର ଭାରତରେ ଅନେକ ଲୋକେ ବସବାସ କରନ୍ତି। ଗୋରଖପୁର-ହଟିଆ ମୌର୍ଯ୍ୟା ଏକ୍ସପ୍ରସ୍ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ଦ୍ବାରା ଏହି ଲୋକଙ୍କର ଥିବା  ଦିର୍ଘ ଦିନର ଅପେକ୍ଷାକୁ ପୂରଣ କରାଯାଇଛି। ଟ୍ରେନଟି  ହଟିଆରୁ ବାହାରି ରାଉରକେଲା,ଝାରସୁଗୁଡା, ସମ୍ବଲପୁର ଷ୍ଟେସନରେ ରହଣୀ ହେବାର ନିସ୍ପତି ହୋଇଛି। ଏହି ଟ୍ରେନ୍ ଚଳାଚଳ ଦ୍ବାରା ଗୋରଖପୁର, ବନାରସ ସମେତ ଅଯୋଧ୍ୟା ରେ ପ୍ରତିଷ୍ଠିତ ହୋଇଥିବା ଭବ୍ୟ ରାମ ମନ୍ଦିର ଦର୍ଶନ ପାଇଁ ଯାତ୍ରୀ ବ୍ୟବସ୍ଥା ସୁଗମ ହୋଇଛି।

ALSO READ: Odisha News: ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଅନ୍ତିମ ଦିନ, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ?

ଦେଶରେ ମୋଦି ସରକାର ସବୁ କ୍ଷେତ୍ରର ବିଶେଷ ଭାବରେ ରେଳ ବିଭାଗରେ ଲୋକଙ୍କ ପ୍ରତି ଆଶା ବଢିଛି। ପ୍ରାୟ ୪୦୦ କୋଟିରୁ ଅଧିକ ଟଙ୍କାରେ ବ୍ୟୟ ସମ୍ବଲପୁର ଷ୍ଟେସନ ସମେତ ସହରରେ ଥିବା ଅନ୍ୟାନ୍ୟ ଷ୍ଟେସନର ନବୀକରଣ ହେଉଛି।  ଆଜିର ପଦକ୍ଷେପ ସମ୍ବଲପୁର,ବରଗଡ,ଝାରସୁଗୁଡା, ସୁନ୍ଦରଗଡ ସମେତ ଆଖପାଖ ଜିଲ୍ଲାର ଯାତ୍ରୀ ସୁବିଧାକୁ ସୁଗମ କରିବେ। ରେଳବାଇ କ୍ଷେତ୍ରରେ ଓଡି଼ଶାର ଆଶା ଆକଂକ୍ଷା କୁ ପୂରଣ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୃତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସୂଚନା ଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ୍, ଏହି ଅଞ୍ଚଳର ଜନସାଧାରଣଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଗତ ଡିସେମ୍ବର ୯, ୨୦୨୨ ଓ ଚଳିତ ଜାନୁଆରୀରେ ୩,୨୦୨୪ରେ ପତ୍ର ଲେଖି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୌଷ୍ଣବଙ୍କୁ ଟ୍ରେନ ଚଳାଚଳକୁ ସମ୍ବଲପୁରରେ ସମ୍ପ୍ରସାରଣ ନେଇ ଅନୁରୋଧ କରିଥିଲେ। କନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ କ୍ରମେ ରେଳ ମନ୍ତ୍ରଣାଳୟ ଗୋରଖପୁର-ହଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି।