Vigilance Raid: ଲୋଭ ହେଲା କାଳ, ଲକ୍ଷେ ଟଙ୍କା ନେଇ ଫସିଲେ ହରଭଙ୍ଗା IIC
Advertisement
Article Detail0/zeeodisha/odisha1790742

Vigilance Raid: ଲୋଭ ହେଲା କାଳ, ଲକ୍ଷେ ଟଙ୍କା ନେଇ ଫସିଲେ ହରଭଙ୍ଗା IIC

Vigilance Raid In Boudh: ଭିଜିଲାନ୍ସ ଜାଲରେ ହରଭଙ୍ଗା ଆଇଆଇସି ପୁଷ୍ପଲତା ରାଉତରାୟ(Harabhanga IIC Puspalata Routray) । ବାଲି ଘାଟ ଠିକାଦାରଙ୍କ ଠାରୁ ଲକ୍ଷେ ଟଙ୍କା (1 Lakh)ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ(Vigilance team) । ବ୍ରହ୍ମପୁର ଭିଜିଲାନ୍ସ ଟିମ ତାଙ୍କୁ ଧରିଥିବା ଜଣାପଡିଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Vigilance Raid In Boudh: ଭିଜିଲାନ୍ସ ଜାଲରେ ହରଭଙ୍ଗା ଆଇଆଇସି ପୁଷ୍ପଲତା ରାଉତରାୟ(Harabhanga IIC Puspalata Routray) । ବାଲି ଘାଟ ଠିକାଦାରଙ୍କ ଠାରୁ ଲକ୍ଷେ ଟଙ୍କା (1 Lakh)ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ(Vigilance team) । ସିଜ ହୋଇଥିବା ହାଇୱା ଓ ବାଲିଘାଟରେ ବାଲି ଉଠାଣ ନିୟମ କହୋଳ ପାଇଁ ଅର୍ଥ ଦାବି କରୁଥିଲେ । ବାଲିଘାଟର ସମ୍ପୃକ୍ତ ଠିକାଦାରଙ୍କ ଠାରୁ ଏକ ଲଫାପାରେ ଏକ ଲକ୍ଷ ଟଙ୍କା ନେଉଥିବା ବେଳେ ଧରପଡିଲେ ଆଇଆଇସି । ବ୍ରହ୍ମପୁର ଭିଜିଲାନ୍ସ ଟିମ ତାଙ୍କୁ ଧରିଥିବା ଜଣାପଡିଛି। 

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାରେ ଗତ କିଛି ଦିନ ତଳେ ବେଆଇନ ବାଲି ଚୋରା ଚାଲାଣ ନେଇ ୩ ଟି ହାଇୱା ଜବତ ହୋଇଥିଲା । ତେବେ ହାଇୱା ଗୁଡିକ ବାଲିଘାଟ ଠିକାଦାରଙ୍କ ହୋଇଥିବା ବେଳେ ହାଇୱା ଛାଡିବାକୁ ଏକ ଲକ୍ଷ ଟଙ୍କା ଦାବି କରିଥିଲେ ହରଭଙ୍ଗା IIC ପୁଷ୍ପଲତା ରାଉତରାୟ । ତେବେ ଏନେଇ ଠିକାଦାର ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସ ଦ୍ୱରାସ୍ତ ହୋଇଥିଲେ। ଏନେଇ ପୂର୍ବ ଯୋଜନା ମୁତାବକ ଆଇଆଇସିଙ୍କୁ ଏକ ଲକ୍ଷଟଙ୍କା କେମିକାଲ ଟଙ୍କା ଦିଆଯାଇଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ଏବଂ କେମିକାଲ ବୋଳା ଟଙ୍କାଙ୍କୁ ଏକ ଜବତ କରିଥିଲା ଭିଜିଲାନ୍ସ ଟିମ । ଏନେଇ ଭିଜିଲାନ୍ସ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଅଟକ ରଖି  ପଚରା ଉଚରା ଜାରି ରଖିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Also Read: Mangal Gochar 2023: ସିଂହ ରାଶିରେ ମଙ୍ଗଳଙ୍କ ଚଳନ, ଧନବାନ୍ ହେବେ ଏହି ଚାରି ରାଶି!

Also Read: Janhvi Kapoor & Khushi Kapoor Education : ଏତେ ପାଠ ପଢି଼ଛନ୍ତି ଶ୍ରୀଦେବିଙ୍କ ଦୁଇ ପରୀ

 

ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅଂଚଳରେ । ଥାନା ଭିତରୁ ପୋଲିସ ଅଧିକାରୀଙ୍କୁ ଉଠାଇନେଲା ଭିଜିଲାନ୍ସ । ଏକ ମାମଲାର ରଫାଦଫା ପାଇଁ ୫୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଥାନା ଭିତରେ ଆଇଆଇସି ଓ ଏଏସଆଇଙ୍କୁ ଉଠାଇ ନେଲା ଭିଜିଲାନ୍ସ । ସ୍ଥାନୀୟ ମଦ ବେପାରୀଙ୍କ ଠାରୁ ମାସିକିଆ ବଟି ନେଉଥିବା ଭଳି ସାଂଘାତିକ ଅଭିଯୋଗ ଏହି ଦୁଇ ପୋଲିସ ଅଧିକାରୀଙ୍କ ନାଁରେ ଆସିଥିଲା । ପୂର୍ବରୁ ମଧ୍ୟ ଏଭଳି ଅନେକ ଅଭିଯୋଗ ଏମାନଙ୍କ ନାଁରେ ଆସିଛି । ଏବେ ମଦ ବେପାରୀଙ୍କ ଠାରୁ ଲାଂଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଦୁଇ ପୋଲିସ ଅଧିକାରୀ ହେଲେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସଆଇ ପ୍ରଦୀପ କୁମାର ମହାନ୍ତି । ସେହିପରି ଗତକାଲି(ଶୁକ୍ରବାର) ଲାଞ୍ଚ ନେବା ବେଳେ  ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବଲାଙ୍ଗିର ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଜେଣ୍ଡର୍‌ କୋଡିନେଟର୍‌ ପୁଷ୍ପାଙ୍ଗିନୀ ଯୋଶୀ । ୩୧ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ପୁଷ୍ପାଙ୍ଗିନୀ ଯୋଶୀଙ୍କୁ କାବୁ କରି ନେଇଛି ଭିଜିଲାନ୍ସ ବିଭାଗ । ମିଳିଥିବା ସୂଚନା ଅନୁସାରେ ୟୁଟିଲାଇଜେସନ୍‌ ସାର୍ଟିଫିକେଟ୍‌ ଆଡ୍‌ଜେଷ୍ଟମେଣ୍ଟ ଓ କ୍ଲିଅରେନ୍ସ ସାର୍ଟିଫିକେଟ୍‌ ଇସ୍ୟୁ ପାଇଁ ଜଣେ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ହଷ୍ଟେଲ୍‌ ଇନ୍‌ଚାର୍ଜଙ୍କ ଠାରୁ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଜେଣ୍ଡର୍‌ କୋଡିନେଟର୍‌ ପୁଷ୍ପାଙ୍ଗିନୀ । ଏହି ସମୟରେ ମାଡ଼ିବସିଲା ଭିଜିଲାନ୍ସ ବିଭାଗ । ପୁଷ୍ପାଙ୍ଗିନୀ ଯୋଶୀଙ୍କ ଠାରୁ ପୂରା ୩୧ ହଜାର ଲାଞ୍ଚ ଟଙ୍କା ଉଦ୍ଧାର କରିଛି ଭିଜିଲାନ୍ସ ।  ଯୋଶୀଙ୍କ ଅନ୍ୟ ତିନୋଟି ସ୍ଥାନରେ ମଧ୍ୟ ରେଡ଼୍‌ ଚାଲିଥିବା ବେଳେ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।