Bhitarkanika: ଏଣିକି ଭିତରକନିକାରେ ନଦୀ ଭିତରେ ରାତ୍ରୀପାପନର ସୁବିଧା ପାଇବେ ପର୍ଯ୍ୟଟକ
Advertisement
Article Detail0/zeeodisha/odisha2092230

Bhitarkanika: ଏଣିକି ଭିତରକନିକାରେ ନଦୀ ଭିତରେ ରାତ୍ରୀପାପନର ସୁବିଧା ପାଇବେ ପର୍ଯ୍ୟଟକ

Bhitarkanika Cruise: ଏଣିକି ଭିତରକନିକାରେ ବିଳାସପୂର୍ଣ୍ଣ ନୌଯାତ୍ରାର ସୁଯୋଗ ପାଇବେ ପର୍ଯ୍ୟଟକ । ଏହାସହ ନଦୀ ଭିତର ରାତ୍ରୀପାପନର ସୁବିଧା ମଧ୍ଯ ମିଳିବ । ଏନେଇ ଆଇସିଜେଡ଼ଏମପି ଅନୁଦାନରେ ଆସିଥିବା 4ଟି କାଟାମାରାନ୍ ବିଳାସପୂର୍ଣ୍ଣ ବୋଟ ଏବେ କ୍ରୁଜ ରୂପରେ ଭିତରକନିକାର ନଦୀ ଚାଲିବ ବୋଲି ସୂଚନା ମିଳିଛି ।

ସୌଜନ୍ୟ-ସୋସିଆଲ ମିଡିଆ

ଖବର ଅନୁଯାୟୀ, ଛଅ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଆଇସିଜେଡ଼ଏମପି ଅନୁଦାନରେ ଗତ 8 ବର୍ଷ ତଳେ ଏହି ବୋଟ ଆସିଥିଲେ ବି ତାହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନଥିଲା । ଏହାର ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହୋଇଥିବା ଟଙ୍କା ତୁଳନାରେ ଆୟ ବେଶ କମ୍ ରହିଥିଲା । ଏଭଳି ପରିସ୍ଥିତିରେ ଏହି ବୋଟକୁ କ୍ରୁଜ ଭାବେ ଚଳାଇବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଏହି 4ଟି ବିଳାସପୂର୍ଣ୍ଣ ବୋଟକୁ ଦିଲ୍ଲୀର ଏକ ଘରୋଇ କମ୍ପାନୀକୁ କ୍ରୁଜ ଭାବେ ଚଳାଇବାକୁ ଦାୟିତ୍ବ ଦିଆଯାଇଥିଲା । ବର୍ତ୍ତମାନ ଏହି ଦୁଇଟି କାଟାମାରାନ୍ ବୋଟ କ୍ରୁଜ ରୂପ ନେଇ ଗୁପ୍ତିଠାରେ ପହଁଞ୍ଚିଛି । ଖୁବଶୀଘ୍ର ଏହି କ୍ରୁଜ ଭିତରକନିକାରେ ଚଳାଚଳ କରିବ ବୋଲି ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

ବୋଟର  ଆକାର ବଡ଼ ଥିବାରୁ ଏହା ଭିତରକନିକାର ସବୁ ସ୍ଥାନକୁ ତାହା ଚଳାଚଳ କରିପାରୁ ନଥିଲା ।  ଏପରିକି ବଗଗହନ, ମଠଆଡିଆ ଓ ଛୋଟ କ୍ରିକ୍ ମଧ୍ଯକୁ ଏହି ବୋଟ ଯାଇପାରୁ ନଥିବାରୁ ପର୍ଯ୍ୟଟକମାନେ ଏଥିରେ ଯିବାକୁ ପସନ୍ଦ କରି ନଥିଲେ। ପରେ 2022 ଜୁନ୍ 18 ତାରିଖରେ ଦିଲ୍ଲୀର ‘ହେରିଟେଜ ରିଭର ଜନିସ୍ ପ୍ରାଇଭେଟ ଲିମିଟେଡ଼’ ନାମକ ସଂସ୍ଥାକୁ ପର୍ଯ୍ୟଟକ ବିଭାଗ ଏହି 4ଟି ବିଳାସପୂର୍ଣ୍ଣ ବୋଟକୁ ହସ୍ତାନ୍ତର କରିଥିଲା ।  ଫଳରେ ସମସ୍ତ ବୋଟକୁ ନୂଆ ରୂପ ଦେଇ ଗୋଆ ଓ କଲିକତା ଭଳି କ୍ରୁଜ କରି ଚଳାଇବାକୁ ଏହି ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା ।  ଚୁକ୍ତି ଅନୁଯାୟୀ ଏହି ସଂସ୍ଥା ବାର୍ଷିକ 5 ଲକ୍ଷ 20 ହଜାର ଟଙ୍କା ପର୍ଯ୍ୟଟନ ବିଭାଗକୁ ଦେବ । କର୍ମଚାରୀ ଓ ଅନ୍ୟାନ୍ୟ ବ୍ୟବସ୍ଥା ସଂପୃକ୍ତ ସଂସ୍ଥାର ରହିବ । ପ୍ରତ୍ୟେକ କ୍ରୁଜ ବା ହାଉସବୋଟରେ ଚାରି ଜଣ ରାତ୍ରୀଯାପନ କରିପାରିବେ । ଭିତରକନିକାରେ ନୌବିହାର ସହିତ ନଦୀ ଭିତରେ ରାତ୍ରୀଯାପନ ପ୍ରକୃତିପ୍ରେମୀ ପର୍ଯ୍ୟଟଙ୍କୁ ନୂଆ ଅନୁଭୂତି ଦେବ ବୋଲି ଆଶା କରାଯାଇଛି ।

ଏହା ବି ପଢନ୍ତୁ- Puri News: ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ଖେଚୁଡ଼ି ଓ କାନିକା