Odisha News: ୮୦ କେଜି ଗଞ୍ଜେଇ ଜବତ, ୨ ଗିରଫ
Advertisement
Article Detail0/zeeodisha/odisha2182249

Odisha News: ୮୦ କେଜି ଗଞ୍ଜେଇ ଜବତ, ୨ ଗିରଫ

Odisha News: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ନିଶା ଦ୍ରବ୍ୟ କାରବାର।  ୮୦ କେଜି ଗଂଜେଇ ସହ ଗୋଟିଏ କାର ଓ ଦୁଇ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗ । ସମ୍ବଲପୁର ଶାସନ ଟୋଲ ପ୍ଲାଜା ପାଖରେ ଗୋଟିଏ କାରକୁ ଚେକିଂ ସମୟରେ ୮୦ କେଜି ଗଂଜେଇ ସହ ଦୁଇ ଜଣଙ୍କୁ ଗୋଇନ୍ଦା ଅବକାରୀ ବିଭାଗ ଧରି ଥିବା ବେଳେ ଜଣେ ଫେରାର ହୋଇ ଯାଇଛି।  

Odisha News: ୮୦ କେଜି ଗଞ୍ଜେଇ ଜବତ, ୨ ଗିରଫ

Odisha News: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ନିଶା ଦ୍ରବ୍ୟ କାରବାର।  ୮୦ କେଜି ଗଂଜେଇ ସହ ଗୋଟିଏ କାର ଓ ଦୁଇ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗ । ସମ୍ବଲପୁର ଶାସନ ଟୋଲ ପ୍ଲାଜା ପାଖରେ ଗୋଟିଏ କାରକୁ ଚେକିଂ ସମୟରେ ୮୦ କେଜି ଗଂଜେଇ ସହ ଦୁଇ ଜଣଙ୍କୁ ଗୋଇନ୍ଦା ଅବକାରୀ ବିଭାଗ ଧରି ଥିବା ବେଳେ ଜଣେ ଫେରାର ହୋଇ ଯାଇଛି।  ଗଂଜେଇ ସୋନପୁରରୁ ଛତିଶଗଡ଼କୁ ଚାଲାଣ ହେଉଥିଲା।  ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ସୋନପୁରର ରବୀନ୍ଦ୍ର ଦଳେଇ ଓ ଛତିଶଗଡର ଗୁଲସନ୍ କୁମାର। ଜବତ ହୋଇଥିବା ଗଂଜେଇ ସହ କାର ର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। 

ନିକଟରେ ରାଜଧାନୀ ଏକ୍ସପ୍ରେସରୁ ଗଞ୍ଜେଇ ଜବତ ହୋଇଥିଲା। ଭଦ୍ରକ ରେଳବାଇ ପୋଲିସ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଥିଲା। ୨୮ ବର୍ଷୀୟ ଯୁବକଙ୍କ ନାମ ନବନୀତ କୁମାର ଏବଂ ତାଙ୍କ ଘର ବିହାର ବୈଶାଳୀ ଜିଲ୍ଲା ଅନ୍ତର୍ଗତ ଖୋଜପୁରରେ ବୋଲି ଜଣାପଡିଛି । ସୂଚନା ମୁତାବକ, ନବନୀତ ଭୁବନେଶ୍ଵର ରେଳ ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବା ସମୟରେ ବ୍ୟାଗ ସାହାଯ୍ୟରେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ । 

ଆରପିଏଫ କର୍ମଚାରୀଙ୍କୁ ଦେଖି ନବନୀତ ନିଜର ହାବଭାବ ବଦଳାଇଥିବା ସମୟରେ ସେ ସନ୍ଦେହ ଘେରକୁ ଆସିଥିଲେ । ତେବେ ଏହାରି ମଧ୍ୟରେ ରାଜଧାନୀ ଏକ୍ସପ୍ରେସ୍ ଭୁବନେଶ୍ୱର ଷ୍ଟେସନ ଛାଡିଦେଇଥିଲା । ଭୁବନେଶ୍ୱର ଆରପିଏଫ ଏନେଇ ଭଦ୍ରକ ଷ୍ଟେଶନ ଆରପିଏଫ କର୍ମଚାରୀଙ୍କୁ ଅବଗତ କରାଇଥିଲେ । ସେଠାରେ ଟ୍ରେନ୍ ପହଞ୍ଚିବା ପରେ ଆରପିଏଫ ଯବାନମାନେ ଉକ୍ତ ବଗିରେ ଚଢଉ କରି ନବନୀତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ନବନୀତଙ୍କ ନିକଟରୁ ୩କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯାଇଛି ବୋଲି ଖବର ମିଳିଛି । ଆରପିଏଫ୍ ନବନୀତଙ୍କୁ ଅଧିକ ପଚରା ଉଚରା କରୁଥିବା ଜଣାପଡିଛି ।