Odisha News: ଅଣାୟତ୍ତ ଜଙ୍ଗଲ ନିଆଁ, ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଜଳୁଛି
Advertisement
Article Detail0/zeeodisha/odisha2218846

Odisha News: ଅଣାୟତ୍ତ ଜଙ୍ଗଲ ନିଆଁ, ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଜଳୁଛି

Odisha News: କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଅଞ୍ଚଳରେ ଜଳୁଛି ଜଙ୍ଗଲ । ଜିଲ୍ଲାର ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏନେଇ  ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ(DFO)। ସେ କହିଛନ୍ତି ଏସବୁ ହେଉଛି ମନୁଷ୍ୟକୃତ। ଜିଲ୍ଲାର ଚମ୍ପୁଆ, କେନ୍ଦୁଝର ସଦର ଓ ବଂଶପାଳ ରେଞ୍ଜ ଅଞ୍ଚଳରେ ନିଆଁ ଲାଗିଛି । 

Odisha News: ଅଣାୟତ୍ତ ଜଙ୍ଗଲ ନିଆଁ, ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଜଳୁଛି

Odisha News: କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଅଞ୍ଚଳରେ ଜଳୁଛି ଜଙ୍ଗଲ । ଜିଲ୍ଲାର ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏନେଇ  ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ(DFO)। ସେ କହିଛନ୍ତି ଏସବୁ ହେଉଛି ମନୁଷ୍ୟକୃତ। ଜିଲ୍ଲାର ଚମ୍ପୁଆ, କେନ୍ଦୁଝର ସଦର ଓ ବଂଶପାଳ ରେଞ୍ଜ ଅଞ୍ଚଳରେ ନିଆଁ ଲାଗିଛି । ଜଙ୍ଗଲ ମଧ୍ୟରେ ୨୮୦ ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୮୦ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି। ପୋଡୁଚାଷ କରିବା ପାଇଁ, ମହୁଲ ଫୁଲ ଗୋଟାଇବାକୁ ଯାଉଥିବା ଲୋକେ, ଶୀକାର ପାଇଁ ତଥା ଜାଳେଣି କାଠ ସଂଗ୍ରହ କରୁଥିବା ଲୋକେ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଗତ ୭ ଦିନ ମଧ୍ୟରେ ଖରାତାତି ବଢ଼ିଥିବା ଯୋଗୁଁ ଅଧିକ ମାତ୍ରାରେ ନିଆଁ ବ୍ୟାପୁଥିବା ସେ କହିଛନ୍ତି । ଲୋକଙ୍କୁ ଏଥିପାଇଁ ବ୍ୟାପକ ସଚେତନ କରାଯାଉଥିବା ବେଳେ, ନିଆଁ ଲାଗିବାର ୧ ଘଣ୍ଟା ମଧ୍ୟରେ ବନ ବିଭାଗ ପକ୍ଷରୁ ନିଆଁ ଲିଭାଯାଉଥିବା ସେ କହିଛନ୍ତି ।

ALSO READ: Gold Silver Price: ଭୁବନେଶ୍ବରରେ ଖସିଲା ସୁନା-ରୁପା ଦାମ୍ , ଜାଣନ୍ତୁ ଭରି ପିଛା କେତେ ରହିଛି ଦର?

ALSO READ: Today Horoscope: ବିଛା କୁମ୍ଭ ସହ ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ