Flight Service: ଆଜିଠୁ କଳାହାଣ୍ତିରୁ ଆରମ୍ଭ ହେଲା ବିମାନ ସେବା, ଏତିକି ରହିଛି ଟିକେଟ୍ ଦାମ୍
Advertisement
Article Detail0/zeeodisha/odisha1848922

Flight Service: ଆଜିଠୁ କଳାହାଣ୍ତିରୁ ଆରମ୍ଭ ହେଲା ବିମାନ ସେବା, ଏତିକି ରହିଛି ଟିକେଟ୍ ଦାମ୍

Flight Service: ଆଜିଠୁ ପ୍ରଥମ ଥର ଲାଗି ବିମାନ ସେବା ଆରମ୍ଭ ହୋଇଛି (First flight service from Utkela Airport to Bhubaneswar) । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେସିଂ ମାଧ୍ୟମରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି।  ଏବଂ ଉତ୍କେଲା ବିମାନବନ୍ଦରରୁ ସାଂସଦ ବସନ୍ତ ପଣ୍ଡା ପତାକା ଦେଖାଇ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି ।

ସୌଜନ୍ୟ- ସୋସିଆଲ ମିଡି଼ଆ

Flight Service: କଳାହାଣ୍ତିବାସୀଙ୍କ ଅପେକ୍ଷାର ଅନ୍ତ ହୋଇଛି।  ଦିର୍ଘ ଦିନର ସ୍ବପ୍ନ ପୂରଣ ହେଲା ପରି ଲାଗୁଛି । କାହିଁକିନା ଆଜିଠୁ କାଳହାଣ୍ତିରେ (kalahandi) ଆରମ୍ଭ ହୋଇଛି ବିମାନ ସେବ । କଳାହାଣ୍ତି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନ ବନ୍ଦରରୁ (Bhubaneswar to Utkela airport flight service) ଆଜିଠୁ ପ୍ରଥମ ଥର ଲାଗି ବିମାନ ସେବା ଆରମ୍ଭ ହୋଇଛି (First flight service from Utkela Airport to Bhubaneswar) । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେସିଂ ମାଧ୍ୟମରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି।  ଏବଂ ଉତ୍କେଲା ବିମାନବନ୍ଦରରୁ ସାଂସଦ ବସନ୍ତ ପଣ୍ଡା ପତାକା ଦେଖାଇ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆ ୱାନ ଏୟାରର ଏକ ୯ ସିଟର ଯାତ୍ରୀବାହୀ ବିମାନ ଉତ୍କେଲା ଏୟାର ପୋର୍ଟରୁ(Utkela Airport) ଯାତ୍ରୀମାନେ ପ୍ରଥମେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ବିମାନ ପ୍ରାୟତଃ ୧୦ଟା ୩୦ ରେ ଭୁବନେଶ୍ବରରେ ପହଞ୍ଚିବା ପରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ (Naveen Patnaik,Chief minister of Odisha) ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଗ ଅଫ୍ କରିଥିଲେ। ତେବେ, ପ୍ରଥମ ଯାତ୍ରୀ ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉତକେଲା ଯାଇଛନ୍ତି।

 

 

 

Also Read: Odisha News: ଭୁବନେଶ୍ବରରେ ଆଜିଠୁ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ, ଏହି ସବୁ ରୁଟରେ ମିଳିବ ସେବା

Also Read: Horoscope Today: ଆକସ୍ମିକ ଧନଲାଭର ଯୋଗ ସହ ମିଳିବ ସୁସମ୍ବାଦ, ଜାଣନ୍ତୁ ଆଜି କମିତି କଟିବ ଆପଣଙ୍କ ଦିନ?

ଏହି ପରି ଭାବରେ ମିଳିବ ବିମାନ ସେବା:
ପ୍ରତ୍ୟକ ଦିନ ସକାଳ ୭ଟା ୧୫ ରେ ଭୁବନେଶ୍ବରୁ କଳାହାଣ୍ତି ଅଭିମୁଖେ ଉଡି଼ବ ବିମାନ ।  ଏବଂ ଭୁବନେଶ୍ବର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଞ୍ଚିବ ବିମାନ । ସେହିପରି ଉତ୍କେଲାରୁ ସକାଳ ୮.୫୦ରେ ବାହାରି ଭୁବନେଶ୍ବରରେ ସକାଳ ୧୦ଟାରେ ପହଞ୍ଚିବ ବୋଲି ଜଣାପଡି଼ଛି । ତେବେ, ମାତ୍ର ୯୯୯ ଟଙ୍କାରେ ଯାତ୍ରୀଙ୍କୁ ଏହି ବିମାନ ଯାତ୍ରାର ସୁଯୋଗ ମିଳିବ ବୋଲି ଜଣାପଡି଼ଛି। ଭୁବନେଶ୍ବରରୁ କଳହାଣ୍ତିକୁ ବିମାନ ସେବା ଆରମ୍ଭ ହେବା ଦ୍ବାରା ଘଣ୍ଟା ଘଣ୍ଟାର ରାସ୍ତାକୁ ଏବେ ମାତ୍ର ଘଣ୍ଟେ ୧୦ ମିନିଟ୍ ରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ ଯାତ୍ରୀ। 

ସୂଚନା ଅନୁଯାୟୀ, ନିକଟରେ କଳାହାଣ୍ତି ଉତ୍କେଲାରୁ ବିମାନ ଉଡିବା ନେଇ ଜିଲ୍ଲାପାଳ (kalahandi collector P. Anvesha Reddy) ଟୁଇଟ ଯୋଗେ ସୂଚନା ଦେଇଥିଲେ । ୧୯୬୨ ମସିହାରେ ଉତ୍କେଲା ଗ୍ରାମରେ ଉଡ଼ାଜାହାଜ ପଡିଆ ସ୍ଥାପିତ ହୋଇଥିଲା । ସରକାର ୨୦୧୬ ଅକ୍ଟୋବର ୨୧ ତାରିଖରେ ଉଡ଼ାନ ଯୋଜନାରେ ଏହାକୁ ସାମିଲ କରି ଉତ୍କେଲାରୁ ବିମାନ ଚଳାଚଳ ପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଥିଲେ।  କିଛିଦିନ ତଳେ ଉତ୍କେଲା ବିମାନବନ୍ଦର ଗସ୍ତରେ ଆସିଥିବା ଦିଲ୍ଲୀ (ଡିଜିସିଏ) ତରଫରୁ ୨-ବି ଲାଇସେନ୍ସ ଉତ୍କେଲା ବିମାନବନ୍ଦରକୁ ପ୍ରଦାନ କରାଯାଇଥିଲା। ପ୍ରଥମେ ଉତ୍କେଲାରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଉତ୍କେଲାକୁ ବିମାନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଉତ୍କେଲାରୁ ରାୟପୁରକୁ ସେବା ଆରମ୍ଭ ହେବ ବୋଲି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଗତ ମାର୍ଚ୍ଚ ୫ ତାରିଖରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପରୁ ବିମାନ ସେବା ଆରମ୍ଭ ହୋଇଥିଲା । ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ତାକୁ ବିମାନ (Bhubaneswar to Rangeilunda flight service) ଉଡ଼ାଣ ଆରମ୍ଭ ହୋଇଥିଲା ।