Metro Project: ୪ ବର୍ଷ ୨୦ ଷ୍ଟେସନ, 'ଶୁଭିବ ଯାତ୍ରୀଗଣ ଦୟା କରି ଧ୍ୟାନ ଦିଅନ୍ତୁ'
Advertisement
Article Detail0/zeeodisha/odisha1905261

Metro Project: ୪ ବର୍ଷ ୨୦ ଷ୍ଟେସନ, 'ଶୁଭିବ ଯାତ୍ରୀଗଣ ଦୟା କରି ଧ୍ୟାନ ଦିଅନ୍ତୁ'

Metro Project: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଖୁବଶିଘ୍ର ରାଜ୍ୟରେ ଗଡି଼ବ ମେଟ୍ରୋ (Bhubaneswar Metro Rail Project)। ଏନେଇ ନୂଆବର୍ଷରେ (1st January 2024) ଭୁବନେଶ୍ୱର ମେଟ୍ରୋର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik To Lay Foundation For Bhubaneswar Metro Rail Project)। 

ସୌଜନ୍ୟ- ସୋସିଆଲ ମିଡି଼ଆ

Metro Project: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଖୁବଶିଘ୍ର ରାଜ୍ୟରେ ଗଡି଼ବ ମେଟ୍ରୋ (Bhubaneswar Metro Rail Project)। ଏନେଇ ନୂଆବର୍ଷରେ (1st January 2024) ଭୁବନେଶ୍ୱର ମେଟ୍ରୋର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik To Lay Foundation For Bhubaneswar Metro Rail Project)। ତେବେ, ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ବରରେ  ମେଟ୍ରୋ ଟ୍ରେନ୍  ମୋଟ ୨୬ କିଲୋମିଟର ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।  ଏଥିପାଇଁ ପ୍ରକଳ୍ପ ସମୀକ୍ଷା କରି ୫୯୨୯କୋଟିର ଡିପିଆରକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୬ କିଲୋମିଟର ରାସ୍ତାରେ ମୋଟ ୨୦ଟି ଷ୍ଟେସନ୍ ରହିବ। 

Also Read: IND vs AUS: ଆଜି ମୁହାଁମୁହିଁ ଭାରତ-ଅଷ୍ଟ୍ରେଲିଆ, ବ୍ୟାଟ୍ ବଲ୍ ଲଢେଇରେ କମ୍ପିବ ଚେନ୍ନାଇ ଷ୍ଟାଡିୟମ

ଭୁବନେଶ୍ବରରେ ଗଡି଼ବାକୁ ଥିବା ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ବିମାନ ବନ୍ଦର ( Biju Patnaik International Airport) ନିକଟରୁ ବାହାରି କଟକ ତ୍ରିଶୁଳିଆ ଛକ ( Cuttack Trisulia Chhaka) ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ଜଣାପଡିଛି । ଖାସ୍ କରି ଭୁବନେଶ୍ବରରେ ଥିବା ଶିଶୁ ଭବନ ଛକ, କ୍ୟାପିଟାଲ ହସ୍ପିଟାଲ, ରାମ ମନ୍ଦିର ଛକ, ବାପୁଜୀ ନଗର,ବାଣୀବିହାର, ଭୁବନେଶ୍ୱର ରେଳ ଷ୍ଟେସନ,  ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଜାଭିୟର ଛକ, ରେଳ ସଦନ, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟନ ଆଦି ସ୍ଥାନରେ ମେଟ୍ରୋ ଟ୍ରେନ୍ ରହିବ  ।

ନିକଟରେ,  ମେଟ୍ରୋ ପ୍ରକଳ୍ପ (Metro Project) ପାଇଁ ଡିପିଆରକୁ (DPR) ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief Minister  Naveen Patnaik)। ଏ-ନେଇ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି।  ତେବେ, ମିଳିଥିବା ସୂଚନା ଆଧାରରେ ‘ଟର୍ଣ୍ଣ କି’ ଆଧାରରେ ଏହି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଯୋଗ୍ୟ ସଂସ୍ଥା  ଟେଣ୍ତର ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ (ବିଏମଆରସି) ନିର୍ଦ୍ଦେଶନାମା ଜାରି କରିଛି। ଏନେଇ ଆସନ୍ତାମାସ ୧୮ ତାରିଖରେ ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନର ପ୍ରଥମ ବୋର୍ଡ଼ ମିଟିଂ ବସିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ ବୋଲି ଜଣାପଡି଼ଛି। ପରିବହନ ସଚିବ,ଅର୍ଥ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ସଚିବ ଓ ବିଏମଆରସିର ଅଧ୍ୟକ୍ଷ ସଦସ୍ୟ ରହିଛନ୍ତି।