Odisha News: ଲେଖି ଜାଣିନଥିବା ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କଲେ କୋର୍ଟ
Advertisement
Article Detail0/zeeodisha/odisha2320312

Odisha News: ଲେଖି ଜାଣିନଥିବା ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କଲେ କୋର୍ଟ

ମୋହନା: ସ୍ବାକ୍ଷର ଜଣାନଥିବାରୁ ସରପଞ୍ଚଙ୍କୁ ଅଯୋଗ୍ୟ ଭାବେ ବିବେଚିତ ହୋଇଛନ୍ତି। ଆଜି ଏଭଳି ଏକ ମାମଲାର ରାୟ ପ୍ରକାଶର ଶୁଣାଣି ହୋଇଛି ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ। ରାୟ ଆଧାରରେ ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମପଞ୍ଚାୟତର କାର୍ଯ୍ୟରତ ସରପଞ୍ଚ କନକ ଲତା ପାଲଙ୍କୁ ଅଯୋଗ୍ୟ ଭାବେ ଘୋଷଣା କରିଛନ୍ତି ମାନ୍ୟବର ଅଦାଲତ।

Odisha News: ଲେଖି ଜାଣିନଥିବା ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କଲେ କୋର୍ଟ

Odisha News: ମୋହନା: ସ୍ବାକ୍ଷର ଜଣାନଥିବାରୁ ସରପଞ୍ଚଙ୍କୁ ଅଯୋଗ୍ୟ ଭାବେ ବିବେଚିତ ହୋଇଛନ୍ତି। ଆଜି ଏଭଳି ଏକ ମାମଲାର ରାୟ ପ୍ରକାଶର ଶୁଣାଣି ହୋଇଛି ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ। ରାୟ ଆଧାରରେ ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମପଞ୍ଚାୟତର କାର୍ଯ୍ୟରତ ସରପଞ୍ଚ କନକ ଲତା ପାଲଙ୍କୁ ଅଯୋଗ୍ୟ ଭାବେ ଘୋଷଣା କରିଛନ୍ତି ମାନ୍ୟବର ଅଦାଲତ। ୨୦୨୨ ପଞ୍ଚାୟତ ନିର୍ବାଚନରେ ଚାନ୍ଦିପୁଟ ପଞ୍ଚାୟତ ପାଇଁ ଆଦୀବାସୀ ମହିଳାଙ୍କ ଲାଗି ସିଟ୍ ସଂରକ୍ଷିତ ରହିଥିଲା ଏବଂ ୫ ଜଣ ସରପଞ୍ଚ ପ୍ରାର୍ଥିନୀ ନାମାଙ୍କନ କରି ନିର୍ବାଚନ ଲଢିଥିଲେ। 

ସେତେବେଳେ ମୋଟ ୧୫୪୭ ଭୋଟ ପାଇଁ ବିଜୟୀ ଲାଭ କରି ଚାନ୍ଦିପୁଟ ପଞ୍ଚାୟତରେ ସରପଞ୍ଚ ଭାବେ କାର୍ଯ୍ୟରତ ଥିଲେ କନକଲତା ପାଲ୍। କିନ୍ତୁ ଗ୍ରାମ ପଞ୍ଚାୟତ ଅଧିନିୟମ ୧୧ବି ଅନୁସାରେ ଜଣେ ପ୍ରାର୍ଥୀ କମ୍ ସେ କମ୍ ଲେଖା ପଢ଼ା ଜାଣିଥିବା ଦରକାର ହେତୁ ସେ ପଢ଼ିବା ଜାଣିଥିଲେ କିନ୍ତୁ ଲେଖିବା ଜାଣି ନଥିଲେ । ଯାହା ଫଳରେ ଦ୍ୱିତୀୟ ସ୍ଥାନରେ ପରାଜିତ ପ୍ରାର୍ଥୀ ଲଳିତା ବଡ଼ରଇତ ପ୍ରଥମେ ମୋହନା ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। କୌଣସି ସୁଫଳ ନମିଳିବା ରୁ ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଅଭିଯୋଗ ଦାଖଲ କରିଥିଲେ। ପରେ ଅଦାଲତରେ ତାଙ୍କୁ ଓଡ଼ିଆ ଲେଖିବା ଓ ପଢ଼ିବା ପାଇଁ କୁହାଯାଇଥିଲା । 

ସେ ପଢ଼ିବା ସକ୍ଷମ ହୋଇଥିଲେ ମଧ୍ୟ ଲେଖିବା ତାଙ୍କ ପାଇଁ ସମ୍ଭବ ହୋଇ ପାରିନଥିବା ଜଣାପଡ଼ିଛି। ଲେଖା ଜଣା ନଥିବା ଦେଖି ଦୀର୍ଘ ଦୁଇ ବର୍ଷ ପରେ ସାକ୍ଷ୍ୟ ପ୍ରମାଣ ସହ ବିଚାରପତି ସୁଭଜିତ୍ ବେହେରା ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ ପୁଣି ପୁନଃ ନିର୍ବାଚନ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ମୋହନା ବିଡ଼ିଓଙ୍କୁ ବିଭାଗୀୟ ବିଚାରପତି ନିର୍ଦେଶ ଦେଇଥିବା ସହ ରାୟ ଶୁଣାଇଥିବା କହିଛନ୍ତି ଲଳିତା ବଡ଼ରଇତଙ୍କ ଓକିଲ ସନ୍ତୋଷ କୁମାର ପାଢ଼ୀ। ଅପରପକ୍ଷେ ପ୍ରତି ପକ୍ଷରେ ଥିବା କନକଲତା ପାଲ୍ ଏହି ବିଚାର ରେ ସନ୍ତୁଷ୍ଟ ନାହାଁନ୍ତି ଓ ପୂର୍ବରୁ ଦୀର୍ଘ ପାଞ୍ଚ ବର୍ଷ ସେ ସରପଞ୍ଚ ଭାବେ କାର୍ଯ୍ୟ କରିବା ସହ ଉପରିସ୍ଥ କୋର୍ଟର ଦ୍ବାରସ୍ଥ ହେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।