Puri Bus Accident: ଅସ୍ଥି ବିସର୍ଜନ ପାଇଁ ଯିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍
Advertisement

Puri Bus Accident: ଅସ୍ଥି ବିସର୍ଜନ ପାଇଁ ଯିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍

Puri Bus Accident: ପୁରୀ ନିରାକାରପୁର ଜଗନ୍ନାଥ ସଡ଼କ ରୁଆ ଛକରେ ବସ୍‌ ଦୁର୍ଘଟଣା (Puri Bus Accident)। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍। ଦୁର୍ଘଟଣାରେ ୨୩ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।  ତେବେ, ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।

Puri Bus Accident: ଅସ୍ଥି ବିସର୍ଜନ ପାଇଁ ଯିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍

Puri Bus Accident: ପୁରୀ ନିରାକାରପୁର ଜଗନ୍ନାଥ ସଡ଼କ ରୁଆ ଛକରେ ବସ୍‌ ଦୁର୍ଘଟଣା (Puri Bus Accident)। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍। ଦୁର୍ଘଟଣାରେ ୨୩ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।  ତେବେ, ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନା ଅନୁସାରେ, ଆଜି ସକାଳୁ ନୟାଗଡ଼ ଜିଲ୍ଲା ଆମ୍ବେରାପୁରରୁ ୪୦ ଜଣ ଯାତ୍ରୀ ଅସ୍ଥି ବିସର୍ଜନ ପାଇଁ ଏକ ବସ୍ ଭଡ଼ା କରି ପୁରୀ ଆସୁଥିଲେ। ତେବେ ବସ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ଦେଇଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ତେବେ ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ତଦନ୍ତ ପରେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

ସେପଟେ, ଆଜି ରାଜସ୍ଥାନର ଦୋଶା ଜିଲ୍ଲାରେ ଏହି ଭୟଙ୍କର ବସ୍ ଦୁର୍ଘଟଣା (Bus Accident) ଘଟିଛି । ଭାରସାମ୍ୟ ହରାଇ ଓଭର ବ୍ରିଜ୍ ରୁ ଖସି ପଡିଲା ବସ୍ । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି କୁହାଯାଉଛି। ତେବେ, ବସରେ ପ୍ରାୟ ୭୦ରୁ ୮୦ ଜଣ ଯାତ୍ରୀ ଥିବା କୁହାଯାଉଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।