Odisha News: ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ, ଜଣେ ମହିଳା ସମେତ ୬ ଅଭିଯୁକ୍ତ ଗିରଫ
Advertisement
Article Detail0/zeeodisha/odisha2119478

Odisha News: ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ, ଜଣେ ମହିଳା ସମେତ ୬ ଅଭିଯୁକ୍ତ ଗିରଫ

Odisha News:ଖୋର୍ଦ୍ଧା:-ଦିନକୁ ଦିନ ଖୋର୍ଦ୍ଧାରେ ବଢିଚାଲିଛି ବ୍ରାଉନ ସୁଗାର କାରବାର । ପୋଲିସ ପ୍ରଶାସନ ଓ ଅବାକାରୀ ବିଭାଗର ବାରମ୍ବାର ଚଢାଉ ସତ୍ୱେ ଥମିବାର ନାଁ ଧରୁନି ଏହି କାରବାର । ଯୁବପିଢି ଠାରୁ ଆରମ୍ଭ କରି ମହିଳା ଓ ଯୁବତୀମାନେ ମଧ୍ୟ ଏହି କାରବାରରେ ସଂପୃକ୍ତ ରହୁଥିବା ଦେଖିବାକୁ ମିଳୁଛି । 

Odisha News: ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ, ଜଣେ ମହିଳା ସମେତ ୬ ଅଭିଯୁକ୍ତ ଗିରଫ

Odisha News:ଖୋର୍ଦ୍ଧା:-ଦିନକୁ ଦିନ ଖୋର୍ଦ୍ଧାରେ ବଢିଚାଲିଛି ବ୍ରାଉନ ସୁଗାର କାରବାର । ପୋଲିସ ପ୍ରଶାସନ ଓ ଅବାକାରୀ ବିଭାଗର ବାରମ୍ବାର ଚଢାଉ ସତ୍ୱେ ଥମିବାର ନାଁ ଧରୁନି ଏହି କାରବାର । ଯୁବପିଢି ଠାରୁ ଆରମ୍ଭ କରି ମହିଳା ଓ ଯୁବତୀମାନେ ମଧ୍ୟ ଏହି କାରବାରରେ ସଂପୃକ୍ତ ରହୁଥିବା ଦେଖିବାକୁ ମିଳୁଛି । ବିଶେଷ କରି କଲେଜ ଛାତ୍ରଛାତ୍ରୀମାନେ ଅଧିକ ଟଙ୍କା ରୋଜଗାର ଆଶାରେ ଏହି ବେପାରରେ ଲାଗିପଡ଼ିଛନ୍ତି । କେବଳ ସେତିକି ନୁହେଁ, କେତେକ ବ୍ରାଉନସୁଗାର ମାଫିଆମାନେ ମଧ୍ୟ ଏହି କାରବାର ଜେଲରେ ରହି ଅପରେଟ୍ କରୁଥିବା ନଜିର ରହିଛି ।

ବିଶେଷ କରି, ଖୋର୍ଦ୍ଧା ସହରର ଗୁରୁଜଙ୍ଗ, ସାମନ୍ତରାପୁର, ଭାଲିଆବାଡ଼ି, ମୁକୁନ୍ଦପ୍ରସାଦ, ପଲ୍ଲା ,ତୋଟାପଡ଼ା ଆଦି ଅଂଚଳରେ ଦିନରାତି ଏହି କାରବାର ଚାଲୁଥିବା ଦେଖିବାକୁ ମିଳୁଛି । ପୋଲିସ ଆଖିରେ ଧୂଳି ଦେଇ ଅବାଧରେ ବ୍ରାଉନସୁଗାର କାରବାର ଚଳାଇଛନ୍ତି ମାଫିଆମାନେ । ଯାହା ଫଳରେ ଚୋରି, ରାହାଯାନୀ, ଛିନତାଇ ଆଦି ଘଟଣା ପ୍ରତ୍ୟେକ ଦିନ ଘଟୁଛି । ତେବେ ଗତକାଲି ଆଦର୍ଶ ଥାନା ପୋଲିସ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ହଠାତ୍ ଚଢାଉ କରିବା ସମୟରେ ବିପୁଳ ପରିମାରର ବ୍ରାଉନସୁଗାର, ୫ଟି ମୋବାଇଲ ଓ ଗୋଟିଏ ସ୍କର୍ପିଓ ଜବତ କରିବା ସହ ଜଣେ ମହିଳା ସମେତ ୬ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି । 

ତେବେ ଅନ୍ୟ କିଛି ଅଭିଯୁକ୍ତ ଘଟଣା ସ୍ଥଳରୁ ପୋଲିସକୁ ଚକମା ଦେଖାଇ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଏନେଇ ଆଜି ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି । ସଂପୂର୍ଣ୍ଣ ନିଶାମୁକ୍ତ ଖୋର୍ଦ୍ଧା ଜିଲ୍ଲା ଗଠନ ଦିଗରେ ଖୋର୍ଦ୍ଧା ପୋଲିସ ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଆଜି ପର୍ଯ୍ୟନ୍ତ ବ୍ରାଉନ ସୁଗାର ବେପାର ଉପରେ ରୋକ୍ ଲଗାଯାଇ ପାରୁନାହିଁ। ତେବେ ଗତକାଲି ରାତିରେ ପୋଲିସ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ଚଢ଼ାଉ ସମୟରେ ଜଣେ ମହିଳା ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଚଢ଼ାଉ ବେଳେ ସେମାନଙ୍କ ନିକଟରୁ ୨୬୨ ଗ୍ରାମ ବ୍ରାଉନ ସୁଗାର, ୫ଟି ମୋବାଇଲ ଓ ଗୋଟିଏ ସ୍କର୍ପିଓ ଗାଡ଼ି ଜବତ କରାଯାଇଛି । ତେବେ ଏହାର ଚେର ଖୋର୍ଦ୍ଧା ଜେଲରୁ ଲମ୍ବିଥିବା ଏସପି ସିଦ୍ଧାର୍ଥ କାଟେରିଆ ସୂଚନା ଦେଇଛନ୍ତି। ଜେଲରୁ ଗୋଟିଏ ମୋବାଇଲ ମିଳିବା ପରେ ଘଟଣାର ପର୍ଦ୍ଧାଫାଶ କରିଥିଲା ପୋଲିସ ।