Odisha News: ଅଂଶୁଘାତ ଯୋଗୁ ଚାଲିଗଲା ଚାଷୀଙ୍କ ଜୀବନ
Advertisement

Odisha News: ଅଂଶୁଘାତ ଯୋଗୁ ଚାଲିଗଲା ଚାଷୀଙ୍କ ଜୀବନ

Odisha News: ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅଧୀନ ଭୋଗରାଇ ବ୍ଲକ ଅଞ୍ଚଳରେ ସୋମବାର ଜଣେ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ସତ୍ୟ ହୋଇଥିଲେ ଏହା ଚଳିତବର୍ଷ ବ୍ଲକର ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହେବ ବୋଲି ଜଣାପଡିଛି।

ସୂଚନାରୁ ପ୍ରକାଶ ଯେ ଭୋଗରାଇ ବ୍ଲକ ଅଧୀନ ମହେଶପୁର ଗ୍ରାମର ସ୍ବର୍ଗତ ରାଧାଗୋବିନ୍ଦ ସାହୁଙ୍କ ପୁତ୍ର ଲଷ୍ମୀକାନ୍ତ (୬୪) ସୋମବାର ସକାଳେ ନିଜ ଧାନ ବିଲକୁ କାମ କରିବାକୁ ଯାଇଥିଲେ।ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ପରେ ପଡୋଶୀ ଚାଷୀଙ୍କ ଦ୍ୱାରା ଲଷ୍ମୀକାନ୍ତ ବିଲରେ ଅସୁସ୍ଥ ହୋଇ ପଡ଼ିଥିବା ଖବର ଆସିଥିଲା। ସେଠାରୁ ତାଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକେ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏବାବଦରେ ଖବର ପାଇ ଭୋଗରାଇ ପୁଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପରେ ଶବ ବ୍ୟବଛେଦ କରି ପରିବାରକୁ ପୁଲିସ ହସ୍ତାନ୍ତର କରିଥିଲେ।

ଏବାବଦରେ ଥାନାରେ ୟୁଡି କେଶ ନମ୍ବର ୮ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ପରିବାର ଲୋକେ ଘଟଣାକୁ ଅଂଶୁଘାତ ବୋଲି ଦାବି କରିଥିବା ବେଳେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ବିଧିବଦ୍ଧ ତଦନ୍ତ ପରେ ସତ୍ୟତା ଜଣାପଡିବ ବୋଲି ଭୋଗରାଇ ତହସିଲଦାର ହିମାଂଶୁ ଶେଖର ଗିରି ସୂଚନା ଦେଇଛନ୍ତି।