Odisha News: ସମ୍ବଲପୁରରେ ଝାଡାବାନ୍ତି ଆତଙ୍କ; ଜଣେ ମୃତ, ୪୩ରୁ ଅଧିକ ଆକ୍ରାନ୍ତ
Advertisement
Article Detail0/zeeodisha/odisha1925791

Odisha News: ସମ୍ବଲପୁରରେ ଝାଡାବାନ୍ତି ଆତଙ୍କ; ଜଣେ ମୃତ, ୪୩ରୁ ଅଧିକ ଆକ୍ରାନ୍ତ

Odisha News: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ନିକଟସ୍ଥ ମହମ୍ମଦପୁର ଗାଁରେ ଝାଡାବାନ୍ତି ଆତଙ୍କ ଦେଖାଯାଇଛି (Diarrhoea Breaks out in Sambalpur ) । ବର୍ତ୍ତମାନ ସୁଦ୍ଧା ଏହି ଗାଁର ୪୩ ଜଣ ବ୍ୟକ୍ତି ହଇଜା ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇ ସାରିଛନ୍ତି । 

Odisha News: ସମ୍ବଲପୁରରେ ଝାଡାବାନ୍ତି ଆତଙ୍କ; ଜଣେ ମୃତ, ୪୩ରୁ ଅଧିକ ଆକ୍ରାନ୍ତ

(ସମ୍ବଲପୁର, ଅଜୟ ନାଥ )Odisha News: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ନିକଟସ୍ଥ ମହମ୍ମଦପୁର ଗାଁରେ ଝାଡାବାନ୍ତି ଆତଙ୍କ ଦେଖାଯାଇଛି (Diarrhoea Breaks out in Sambalpur ) । ବର୍ତ୍ତମାନ ସୁଦ୍ଧା ଏହି ଗାଁର ୪୩ ଜଣ ବ୍ୟକ୍ତି ହଇଜା ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇ ସାରିଛନ୍ତି । ଏପରିକି ଜଣେ ହଇଜାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ମଧ୍ୟ ଅଭିଯୋଗ ହୋଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଖଣ୍ଡନ କରିଛି (1 Die After Diarrhoea Breaks out in Sambalpur )। ଏବଂ ପ୍ରଶାସନ କହିଛି ଯେ, ବ୍ୟକ୍ତି ଜଣକ ନିମୋନିଆରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। 

ମୃତ ବ୍ୟକ୍ତି ଜଣକ ଅତ୍ୟଧିକ ମଦ୍ୟପାନ କରୁଥିବା ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି। ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ ମହମ୍ମଦପୁର ଗାଁ ପରିଦର୍ଶନ କରି ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କ ଚିକିତ୍ସା ଜାରି ରଖିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ହଇଜା ରୋକିବା ପାଇଁ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ସେବନ କରିବାକୁ ପରାମର୍ଶ ଦିଆଯିବା ସହ ଖାଇବା ପୂର୍ବରୁ ଭଲ ଭାବରେ ସାବୁନରେ ହାତ ଧୋଇବାକୁ କୁହାଯାଇଛି । 

ଏହାସହ ଲୋକ ମାନଙ୍କୁ ଜଳ ବିଶୋଧନକାରୀ ବଟିକା ମଧ୍ୟ ପ୍ରଦାନ କରାଯାଇଛି । ତେବେ ସ୍ଥାନୀୟ ଲୋକ ଏହି ଅଞ୍ଚଳରେ ଯାଇଥିବା କେନାଲର ପାଣି ଗାଧୋଇବା ସହ ଏହି ପାଣି କୁଳି କରୁଥିବାରୁ ଏହି ରୋଗ ବ୍ୟାପି ଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାସହ ଏହି କେନାଲର ପାଣିର ନମୁନାକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ଲ୍ୟାବ କୁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଓ ସ୍ୱାଭାବିକ ଥିବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।