Sutahat Durga Puja Committee Cuttack: ଦଶହରାରେ କେବଳ ହିନ୍ଦୁ ନୁହଁନ୍ତି ବରଂ ବିଭିନ୍ନ ଧର୍ମର ବ୍ୟକ୍ତି ବିଶେଷଙ୍କ ସହଯୋଗ ଏବଂ ସହାଭାଗିତା ଦେଖିବାକୁ ମିଳିଥାଏ।
Trending Photos
Cuttack Durga Puja 2023: କଟକ ସହରରେ ଭାଇଚାରାର ଅପୂର୍ବ ନିର୍ଦଶନ ସହିତ ଏହାର ଅନେକ ଉଦାହରଣ ରହିଛି। ଦଶହରା ହେଉ କିମ୍ବା ଈଦ ଅଥବା ବଡ଼ଦିନ ସବୁଥିରେ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଏକ ଏକକାର ହୋଇଯାନ୍ତି ସହର ବାସୀ। ଦଶହରା ମାହୋଲକୁ ନେଇ ଏବେ ଉତ୍ସବ ମୁଖର ହୋଇପଡିଛି କଟକ ସହର। ଜଗତ ଜନନୀ ଦୁର୍ଗତି ନାଶିନୀ ମାଆ ଦୁର୍ଗାଙ୍କ ଆରାଧନା ପାଇଁ ସବୁ ପୂଜା କମିଟି ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି।
ଦଶହରାରେ କେବଳ ହିନ୍ଦୁ ନୁହଁନ୍ତି ବରଂ ବିଭିନ୍ନ ଧର୍ମର ବ୍ୟକ୍ତି ବିଶେଷଙ୍କ ସହଯୋଗ ଏବଂ ସହାଭାଗିତା ଦେଖିବାକୁ ମିଳିଥାଏ। ପୂଜା ଆୟୋଜନ ସହ ପରିଚାଳନାରେ ସହର ର ଅନେକ ପୂଜା କମିଟିରେ ବିଭିନ୍ନ ଧର୍ମର ବ୍ୟକ୍ତି ବିଶେଷ ସାମିଲ ହୋଇଥାନ୍ତି। ଏହି କ୍ରମରେ କଟକ ସୂତାହାଟ ଅଞ୍ଚଳର ଶ୍ରୀ ଶ୍ରୀ ଜୟ ଦୁର୍ଗା ସମିତିରେ ମଧ୍ୟ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଥାଏ l ଏହି ପୂଜା କମିଟିରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତି କାର୍ଯ୍ୟ ନିର୍ବାହୀ ସଦସ୍ୟ ଦାୟିତ୍ୱରେ ରହିଛନ୍ତିl ଦଶହରାରେ ମୁସଲମାନଙ୍କ ସହ ଖ୍ରୀଷ୍ଟିଆନ ଭାଇଙ୍କ ସମ୍ପୃକ୍ତି ଭାଇଚାରାର ବାର୍ତ୍ତା ଦେଉଛି।
ସୂତାହାଟ ପୂଜା ମଣ୍ଡପରେ ମୂର୍ତ୍ତି ତିଆରି ରଙ୍ଗ ଦେବା କାର୍ଯ୍ୟ ମଧ୍ୟ ସରିଛି। ହେଲେ ମାଆଙ୍କ ପାଖରେ ନଥିଲା ଗହଣା। ଜଣେ ପୂର୍ବତନ କର୍ମକର୍ତ୍ତା ପୂର୍ବ ବର୍ଷ ନିଜ ପକେଟ ରୁ ଖର୍ଚ୍ଚ କରିଥିବା ଟଙ୍କା ବଦଳରେ ଗହଣା ଅଟକାଇ ରଖିଥିଲେ। ୪୮୦୦୦ ଟଙ୍କା ଦେଲେ ଗହଣା ଦେବେ ବୋଲି କହିଥିଲେ। ଏହାକୁ ନେଇ ସାହି ଲୋକଙ୍କ ମଧ୍ୟରେ ଚିନ୍ତା ବଢି ଯାଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ସାହିରେ ବୈଠକ ବସିଥିଲା। ଏହି ସମସ୍ୟାର ସମାଧାନ ପାଇଁ ଆଗକୁ ଆସିଲେ ଜଣେ ମୁସଲିମ ବ୍ୟକ୍ତି। ଯିଏ ପକେଟ୍ ରୁ ୪୮୦୦୦ ଟଙ୍କା ଦେଇ ସର୍ତ୍ତ ରଖିଥିବା ପୂର୍ଵତନ କର୍ମକର୍ତାଙ୍କୁ ଦେଇ ଗହଣା ମୁକୁଲାଇ ଆଣିଥିଲେ। ଯେଉଁଥିରେ ଚାନ୍ଦି ମୁକୁଟ ସାଜସଜ୍ଜା ସମେତ ମାଆଙ୍କ ସୁନା ଅଳଙ୍କାର ରହିଥିଲା ବୋଲି କହିଛନ୍ତି ସେକ ଲିଆକଉଦିନ ଅହମ୍ମଦ।