Odisha News: ବଜେଟ ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ: ଡିସେମ୍ବର ୧୫ ସୁଦ୍ଧା ପ୍ରସ୍ତାବ ଆହ୍ୱାନ କଲା ଅର୍ଥ ବିଭାଗ
Advertisement
Article Detail0/zeeodisha/odisha1959370

Odisha News: ବଜେଟ ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ: ଡିସେମ୍ବର ୧୫ ସୁଦ୍ଧା ପ୍ରସ୍ତାବ ଆହ୍ୱାନ କଲା ଅର୍ଥ ବିଭାଗ

ଏଥର ଯେଉଁ ବଜେଟ୍‍ ଫେବୃୟାରୀରେ ଉପସ୍ଥାପନ କରାଯିବ ତାହା ପୂର୍ଣ୍ଣାଙ୍ଗ ବଜେଟ୍‍ ହେବ ନାହିଁ। ନିର୍ବାଚନ ଆସନ୍ନ ହୋଇଥିବାରୁ ଏହି ବେଜଟ୍‍ ତିନି ମାସ ପାଇଁ ଉପଯୋଗୀ ହେବ। ନୂଆ ସରକାର ଆସିଲେ ପ୍ରଥମେ ବଜେଟ୍‍ ଉପସ୍ଥାପନ କରିବେ।

Odisha News: ବଜେଟ ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ: ଡିସେମ୍ବର ୧୫ ସୁଦ୍ଧା ପ୍ରସ୍ତାବ ଆହ୍ୱାନ କଲା ଅର୍ଥ ବିଭାଗ

Odisha News: ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟ୍‍ ପ୍ରସ୍ତୁତି ପାଇଁ ଆବଶ୍ୟକ ପ୍ରସ୍ତାବ ଆହ୍ୱାନ କରାଯାଇଛି। ରାଜ୍ୟ ସରକାରଙ୍କ ନିରନ୍ତର ବିକାଶ ଲକ୍ଷ୍ୟକୁ ଆଖିରେ ରଖି ବିଭିନ୍ନ ବିଭାଗ ସେମାନଙ୍କ ପ୍ରକଳ୍ପ  ଏବଂ ଆବଶ୍ୟକୀୟ ବଜେଟ୍‍ ବାବଦରେ ଡିସେମ୍ବର ୧୫ ତାରିଖ ସୁଦ୍ଧା ପ୍ରସ୍ତାବ ପ୍ରଦାନ କରିବେ। ଡିସେମ୍ବର ୧୬ ତାରିଖରୁ ୩୧ ତାରିଖ ଯାଏ ପ୍ରକାର ବଜେଟ୍‍ ବୈଠକ ଅନୁଷ୍ଠିତ ହେବ। ଏନେଇ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ପ୍ରତି ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। 

ପ୍ରତିବର୍ଷ ଡିସେମ୍ବର ମାସରେ ଅର୍ଥ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଉଥିଲେ ମଧ୍ୟ ଏବର୍ଷ ଏହାର ସ୍ୱତନ୍ତ୍ରତା ରହିଛି। କାରଣ ଏଥର ଯେଉଁ ବଜେଟ୍‍ ଫେବୃୟାରୀରେ ଉପସ୍ଥାପନ କରାଯିବ ତାହା ପୂର୍ଣ୍ଣାଙ୍ଗ ବଜେଟ୍‍ ହେବ ନାହିଁ। ନିର୍ବାଚନ ଆସନ୍ନ ହୋଇଥିବାରୁ ଏହି ବେଜଟ୍‍ ତିନି ମାସ ପାଇଁ ଉପଯୋଗୀ ହେବ। ନୂଆ ସରକାର ଆସିଲେ ପ୍ରଥମେ ବଜେଟ୍‍ ଉପସ୍ଥାପନ କରିବେ।