Odisha Govt: କଳାକାରଙ୍କୁ ବଡ଼ ଉପହାର, ମିଳିବ ୨୫୦୦ ଟଙ୍କା !
Advertisement
Article Detail0/zeeodisha/odisha2110890

Odisha Govt: କଳାକାରଙ୍କୁ ବଡ଼ ଉପହାର, ମିଳିବ ୨୫୦୦ ଟଙ୍କା !

Odisha Govt Schemes: ପୂର୍ବରୁ ୧୨ଶହ ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ କଳାକାରଙ୍କୁ ୨ ହଜାର ଟଙ୍କା ମିଳିବ । ୮୦ରୁ ଅଧିକ ବୟସର କଳାକାରଙ୍କୁ ୨୫ଶହ ଟଙ୍କା ପ୍ରଦାନ କରାଯିବ । ପ୍ରାୟ ୮୦ ହଜାର କଳାକାର ଏହି ଯୋଜନାରେ ଉପକୃତ ହେବେ ।

Odisha Govt: କଳାକାରଙ୍କୁ ବଡ଼ ଉପହାର, ମିଳିବ ୨୫୦୦ ଟଙ୍କା !

Odisha Govt Schemes: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାରଙ୍କ ପାଇଁ ଭତ୍ତା ବଢାଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ୧୨ଶହ ଟଙ୍କା ମିଳୁଥିବା ସମୟରେ ବର୍ତ୍ତମାନ କଳାକାରଙ୍କୁ ୨ ହଜାର ଟଙ୍କା ମିଳିବ । ୮୦ରୁ ଅଧିକ ବୟସର କଳାକାରଙ୍କୁ ୨୫ଶହ ଟଙ୍କା ପ୍ରଦାନ କରାଯିବ । ପ୍ରାୟ ୮୦ ହଜାର କଳାକାର ଏହି ଯୋଜନାରେ ଉପକୃତ ହେବେ ।

ସୂଚନାଯୋଗ୍ୟ, କଳାକାରଙ୍କ ହିତ ନିମନ୍ତେ ରାଜ୍ୟ ସରକାର ଆଜି କଳାକାର ଭତ୍ତା ବଢାଇଛନ୍ତି । ଏହି ଯୋଜନାରେ ରାଜ୍ୟର ୫୦ ହଜାର କଳାକାର ଉପକୃତ ହେଉଥିଲେ । ୫୦ ହଜାର କଳାକାରଙ୍କୁ ୧୨ ଶହ ଟଙ୍କା ଲେଖାଏ ଭତ୍ତା ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ଆଉ ୩୦ ହଜାର ଯୋଡା ହୋଇ ୮୦ ହଜାର କଳାକାରଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି କୁହାଯାଇଛି । ୨୦୨୩ ଫେବୃଆରୀରୁ ବର୍ଦ୍ଧିତ ରାଶି ପାଇବେ ଉକ୍ତ ହିତାଧିକାରୀ । ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ କଳାକାରଙ୍କୁ ଏହି ଟଙ୍କା ମିଳିବ ବୋଲି ସୂଚନା ମିଳିଛି । ଏହି ଯୋଜନା ଦ୍ୱାରା ଓଡ଼ିଶାର କଳା ଏବଂ ସଂସ୍କୃତି ରୁଦ୍ଧିମନ୍ତ ହେବ ବୋଲି ବିଶ୍ୱାସ ରହିଛି । ଏଥିସହ କଳାର ବିକାଶ ମଧ୍ୟ ହୋଇପାରିବ । ଅନ୍ୟପଟେ ରାଜ୍ୟ ସରକାରଙ୍କ ଏହି ଭେଟି କଳାକାରଙ୍କ ମହଲରେ ଖୁସି ଆଣିଦେଇଥିବା ଦେଖିବାକୁ ମିଳିଛି ।

Also Read- କଟକରେ ଓଲଟିଲା ଯାତ୍ରୀବାହୀ ବସ୍ ଚନ୍ଦନ: ଜଣେ ମୃତ, ୧୦ରୁ ଉର୍ଦ୍ଧ ଆହତ

Also Read- ଆରମ୍ଭ ହେଲା 'ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା'