Odisha Election 2024: ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଜଟଣୀ ନିର୍ବାଚନ ମଣ୍ଡଳୀରେ ଜୋରଦାର ଚର୍ଚ୍ଚା
Advertisement
Article Detail0/zeeodisha/odisha2220404

Odisha Election 2024: ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଜଟଣୀ ନିର୍ବାଚନ ମଣ୍ଡଳୀରେ ଜୋରଦାର ଚର୍ଚ୍ଚା

Odisha Election 2024: ଚଳଚଞ୍ଚଳ ଜଟଣୀ ରାଜନୀତି । ଆଗାମୀ ନିର୍ବାଚନ ନେଇ ୩ ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ପ୍ରଚାର ମୈଦାନ ମୁହାଁ ପ୍ରାର୍ଥୀ । ଜନତାଙ୍କ ନିକଟତର ହେବା ସହ ଭୋଟ ଭିକ୍ଷା ନେଇ ଆରମ୍ଭ ହୋଇଛି କସରତ । ଯଦିଓ ନୋମିନେସନ୍ ପାଇଁ ସମୟ ରହିଛି ତଥାପି ଦୁଆର ଦୁଆର ବୁଲି ପ୍ରଚାର ଆରମ୍ଭ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ।

ଜଟଣୀ ଅଂଚଳରେ ଯୁବ ସଂଗଠକ ଭାବରେ ପରିଚୟ ପାଇଥିବା ସୁଜିତ ବଳବନ୍ତରାୟ ଚଳିତ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବା ନେଇ ନିଷ୍ପତ୍ତି ନେଇଛନ୍ତି । ଜଟଣୀ ନିର୍ବାଚନ ମଣ୍ଡଳୀରେ ଯୁବକଙ୍କୁ ନେଇ ଏକ ସ୍ୱତନ୍ତ୍ର ସଂଗଠନ କରିଥିବା ସୁଜିତ ଚଳିତ ନିର୍ବାଚନରେ ଯୁବକ ମାନଙ୍କୁ ଅସ୍ତ୍ର କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜଟଣୀବାସୀ ଏଥର ପାର୍ଟି ନୁହେଁ ବରଂ ମାଟି ପୁଅକୁ ସମର୍ଥନ କରିବେ ବୋଲି ଆଶା ରଖିଛନ୍ତି ସୁଜିତ । ଜଟଣୀର ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି । ସୁଜିତ ଛାତ୍ର ଜୀବନରୁ ସମିତି ସଭ୍ୟ ଭାବେ ବିଜୟୀ ହେବା ପରେ ଜିଲ୍ଲା ପରିଷଦ ପାଇଁ ପ୍ରତିଦ୍ବନ୍ଦିତା କରି ଲୋକଙ୍କ ନିକଟତର ହୋଇପାରିଥିଲେ । ତେବେ ନିଜ ଅଂଚଳରେ ଜନସାଧାରଣଙ୍କ ପାଇଁ କିଛି କରିବା ପାଇଁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର କରିଛନ୍ତି ।

ଏହା ବି ପଢନ୍ତୁ- Railway Service: ଆଗାମୀ ୫ ବର୍ଷରେ ସବୁ ଯାତ୍ରୀ ପାଇବେ କନଫର୍ମ ଟିକେଟ୍: ଅଶ୍ବିନୀ ବୈଷ୍ଣବ

ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ସୁଜିତ ଭଲ ପ୍ରଦର୍ଶନ କରିବା ସହ ଚଳିତ ନିର୍ବାଚନରେ ସେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବୁଧବାର ସୁଜିତ ଅନ୍ଧାରୁଆ ପଞ୍ଚାୟତ ଅଧିନ ଦାସପୁରୁ ଠାରେ ଥିବା ମାଳିମା ମନ୍ଧିର ଠାରୁ ଏକ ବିଶାଳ ବାଇକ ରାଲି କରି ଚନ୍ଦକା ପଞ୍ଚାୟତ ଓ ଦାରୁଠେଙ୍ଗ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ ।