Odisha Election 2024: ‘ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇବାରେ ବିଫଳ ବିଜେଡି’
Advertisement
Article Detail0/zeeodisha/odisha2217163

Odisha Election 2024: ‘ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇବାରେ ବିଫଳ ବିଜେଡି’

Odisha Election 2024: ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି ନିରଙ୍କୁଶ ଭାବେ ଶାସନ କ୍ଷମତା ରେ ରହିଲା ପରେ ମଧ୍ୟ ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇଦେବାରେ ସମ୍ପୂର୍ଣ୍ଣ ବିଫଳ ବୋଲି ଏକ ସାମ୍ବାଦିକ କହିଛନ୍ତି ବିଜେପି ନେତା ପ୍ରମୋଦ ରଥ। ସରକାରଙ୍କର ସମସ୍ତ ସଫଳତା କେବଳ ଓ କେବଳ ବିଜ୍ଞାପନ ରେ ସୀମିତ। ବିଜ୍ଞାପନ ସରକାରର ସଫଳତା କେବଳ ସଭାସମିତି ଓ ଫାଇଲରେ ସୀମିତ ହୋଇ ରହିଛି ବୋଲି ସମ୍ବଲପୁରରେ ଆଦୃତ ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ଏହି ଅଭଯୋଗ କରିଛନ୍ତି। 

Odisha Election 2024: ‘ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇବାରେ ବିଫଳ ବିଜେଡି’

Odisha Election 2024: ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି ନିରଙ୍କୁଶ ଭାବେ ଶାସନ କ୍ଷମତା ରେ ରହିଲା ପରେ ମଧ୍ୟ ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇଦେବାରେ ସମ୍ପୂର୍ଣ୍ଣ ବିଫଳ ବୋଲି ଏକ ସାମ୍ବାଦିକ କହିଛନ୍ତି ବିଜେପି ନେତା ପ୍ରମୋଦ ରଥ। ସରକାରଙ୍କର ସମସ୍ତ ସଫଳତା କେବଳ ଓ କେବଳ ବିଜ୍ଞାପନ ରେ ସୀମିତ। ବିଜ୍ଞାପନ ସରକାରର ସଫଳତା କେବଳ ସଭାସମିତି ଓ ଫାଇଲରେ ସୀମିତ ହୋଇ ରହିଛି ବୋଲି ସମ୍ବଲପୁରରେ ଆଦୃତ ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ଏହି ଅଭଯୋଗ କରିଛନ୍ତି। ଓଡିଶାର ପାନୀୟ ଜଳ ଯୋଗାଣ ପାଇଁ "ହର ଘର ମେଁ ନଲ ପେ ଜଲ" ଯୋଜନାରେ କେନ୍ଦ୍ରର ମୋଦୀ ସରକାର ୧୦ ହଜାର କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି। ହେଲେ ବିଶୁଦ୍ଧ ପାନୀୟ ଜଳ ଯୋଗେଇଦେବାରେ ରାଜ୍ୟ ସରକାର ବିଫଳ। ଅପରିଷ୍କାର ପାଣି ପିଇ କେଉଁଠି ହଇଜା ତ ଆଉ କେଉଁଠି ଜଣ୍ଡିସ ରେ ଲୋକେ ଆକ୍ରାନ୍ତ ଓ ମୃତ୍ୟୁବରଣ କରୁଛନ୍ତି। ଏବେ ସମ୍ବଲପୁର ରେ ପି.ଏଚ.ଡି ପାଣି ରେ ପୋକ ବାହାରିବା ଖବର ପ୍ରକାଶିତ ହେଲା ପରେ ଲୋକଙ୍କୁ ଭୟଭୀତ କରିଛି। ଏହା କଣ ୨୫ ବର୍ଷ ଶାସନ ର ରୂପାନ୍ତିକରଣ କି ବୋଲି ଡ଼. ରଥ ପ୍ରଶ୍ନ କରିଛନ୍ତି।

ସେ ଆହୁରି ମଧ୍ୟ ଅଭଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ବିଭିନ୍ନ ଜଳ ସ୍ରୋତର ସୁରକ୍ଷା ଓ ଶୌଚାଳୟ ନିର୍ମାଣ ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ନାଁରେ ଶୌଚାଳୟ ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କା ର ଅନୁଦାନ ଦେଇଛନ୍ତି । ବିଶେଷ କରି ପୁଷ୍କରଣୀ ଗୁଡିକର ପୁନଃରୁଦ୍ଧାର ଓ ନିକଟବର୍ତ୍ତୀ ଅଞ୍ଚଳରେ ଶୌଚାଳୟ ନିର୍ମାଣ ପାଇଁ ରାଜ୍ୟ ସରକାର ପୋଖରୀ ତୁଠ ରେ ସାଇନ ବୋର୍ଡ ଜରିଆରେ ବିଜ୍ଞାପନ ଦେଉଛନ୍ତି । କିନ୍ତୁ, ପ୍ରକୃତ ସ୍ଥିତି ସେଠାରେ ଠିକ ଓଲଟା ରହିଛି। କେବଳ ଯୋଜନା ନାଁ ରେ ବିଜ୍ଞାପନ ଦେଇ ସରକାରୀ ଅର୍ଥକୁ ଠିକାଦାର ପୋଷଣ ନୀତି ଅବଲମ୍ବନ କରି ରାଜ୍ୟ ରାଜକୋଷକୁ ହରିଲୁଟ କରିବା ଛାଡା ଆଉ କୌଣସି କାମ ହେଉ ନାହିଁ।

 ସେହିଭଳି ସମ୍ବଲପୁର ରେ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଙ୍ଗ ଜୋନ ତିଆରି ନ କରି ଗରିବ ଦୋକାନୀ ଙ୍କୁ ଉଠେଇବା ବହୁତ ନିନ୍ଦନୀୟ ଓ ଦୁର୍ଭାଗ୍ୟ ର କଥା। ଗରିବ ଉଠା ଦୋକାନୀମାନେ କିଛି ବ୍ୟବସାୟ କରି ଅଳ୍ପ ଅର୍ଥ ଆୟ କରି ପରିବାର ର ଭରଣପୋଷଣ କରୁଛନ୍ତି। କୌଣସି ପ୍ରକାର ସ୍ଥାୟୀ ବ୍ୟବସ୍ଥା ନ କରି ଦୋକାନୀମାନଙ୍କୁ ତଡି ଦିଆଗଲେ ସେମାନେ ଚଳିବେ କେମିତି ବୋଲି ପ୍ରଶ୍ନ କରାଯାଇଛି। ସମ୍ବଲପୁରକୁ ମହାନଗର ନିଗମ ଘୋଷଣାକୁ ଦୀର୍ଘ ୧୧ ବର୍ଷ କାଳ ବିତିଗଲା ପରେ ମଧ୍ୟ୍ୟ ପୌର ନିର୍ବାଚନ ନ ହେବା ଦୁର୍ଭାଗ୍ୟର ବିଷୟ । ମହାନଗର ନିଗମ ଅଞ୍ଚଳ ରେ ନିର୍ବାଚିତ ପ୍ରତିନିଧି ନ ଥିବାରୁ ସାଧାରଣ ଲୋକେ ନିଜର ପୌର ସମସ୍ୟା ର ସମାଧାନ ପାଇଁ ବହୁତ ହଇରାଣ ହରକତ ହେଉଛନ୍ତି । ଅଫିସର ଗିରି ଓ ବାବୁରାଜ ଚାଲିଛି |ସହର ରେ ଯୁଆଡେ ଦେଖିଲେ ଅଳିଆ ଆବର୍ଜନା ର ପାହାଡ଼ ଦିଶୁଛି । ଦୀର୍ଘ ବର୍ଷ ଧରି ପ୍ରଶାସନିକ ବ୍ୟବସ୍ଥା ରେ ରହିଥିବା ସମ୍ବଲପୁର ମହାନଗର ନିଗମ ଦୁର୍ନୀତିର ଗନ୍ତାଘର ସାଜିଛି ବୋଲି ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ଅଭିଯୋଗ କରିଛନ୍ତି ।