Odisha Election 2024: ଶେଷ ହେଲା ମେଣ୍ଟ ଚର୍ଚ୍ଚା, ଆଜିଠୁ ଏକା ଏକା ଲଢ଼ିବେ BJP-BJD
Advertisement
Article Detail0/zeeodisha/odisha2170319

Odisha Election 2024: ଶେଷ ହେଲା ମେଣ୍ଟ ଚର୍ଚ୍ଚା, ଆଜିଠୁ ଏକା ଏକା ଲଢ଼ିବେ BJP-BJD

Odisha Election 2024: ଘୋଷଣା ସରିଛି ନିର୍ବାଚନ ତାରିଖ। ରାଜ୍ୟରେ ଏବେ ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ଏହାରି ମଧ୍ୟରେ ଦୀର୍ଘଦିନ ଧରି ବିଜେଡି-ବିଜେପି ମେଣ୍ଟକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଥିବା ବେଳେ ଶୁକ୍ରବାର ଦିନ ସମସ୍ତ କଳ୍ପନା ଜଳ୍ପନା ଉପରୁ ପରଦା ଉଠିଛି। 

Odisha Election 2024: ଶେଷ ହେଲା ମେଣ୍ଟ ଚର୍ଚ୍ଚା, ଆଜିଠୁ ଏକା ଏକା ଲଢ଼ିବେ BJP-BJD

Odisha Election 2024: ଘୋଷଣା ସରିଛି ନିର୍ବାଚନ ତାରିଖ। ରାଜ୍ୟରେ ଏବେ ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ। ଏହାରି ମଧ୍ୟରେ ଦୀର୍ଘଦିନ ଧରି ବିଜେଡି-ବିଜେପି ମେଣ୍ଟକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଥିବା ବେଳେ ଶୁକ୍ରବାର ଦିନ ସମସ୍ତ କଳ୍ପନା ଜଳ୍ପନା ଉପରୁ ପରଦା ଉଠିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଟ୍ୱିଟକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ସେଥିରେ ପୂର୍ଣ୍ଣଛେଦ ଟାଣିଛି ମନମୋହନଙ୍କ ଏହି ଟ୍ୱିଟ। ରାଜ୍ୟରେ ବିଜେପି ଏକା ଲଢିବା ନେଇ ମନମୋହନ ସାମଲ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତି।

ତେବେ ବିଜେଡି ଓ ବିଜେପି ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିବା ପରେ ଆଜିଠୁ ଆରମ୍ଭ ହୋଇଛି ଜୋରଦାର ପ୍ରଚାର। ମେଣ୍ଟ ଆଶଙ୍କା ଭିତରେ ଅନେକ ନେତା ଟିକେଟ ପାଇବା ନେଇ ଆଶଙ୍କା ରହିଥିଲା। ଏବେ କିନ୍ତୁ ପଥ ପରିସ୍କାର ହୋଇଥିବାରୁ ଉଭୟ ଦଳର ନେତାଙ୍କୁ ଆଶ୍ୱସ୍ତି ମିଳିଛି ।ଆଜିଠୁ ଏକାକି ଲଢ଼ିବେ ଉଭୟ ବିଜେପି ଓ ବିଜେଡି ନେତା।

ତେବେ ମେଣ୍ଟ ଚର୍ଚ୍ଚା ପରେ ମେଣ୍ଟ ନିଷ୍ପତ୍ତି ପାଇଁ ରାଜ୍ୟ ବିଜେପିର ତୁଙ୍ଗନେତା, ସଭାପତି ମନମୋହନ ସାମଲ, ପ୍ରଭାରୀ, ସହପ୍ରଭାରୀ ଘନ ଘନ ଦିଲ୍ଲୀ ଗସ୍ତ କରିଥିଲେ। ଦଳର ହାଇକମାଣ୍ଡଙ୍କ ସହିତ ଘନ ଘନ ବୈଠକ ଅନୁଷ୍ଠିତ ହୋଇଥିଲା। ସେହିପରି ବିଜେଡ଼ି ମଧ୍ୟ ବିଗତ ଦୁଇ ତିନି ଧରି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବା ପାଇଁ ଅଙ୍କକଷା ଆରମ୍ଭ କରିଦେଇଛି। ଦୈନିକ ନିର୍ବାଚନ ମଣ୍ଡଳୀକୁ ନେଇ ଘନ ଘନ ବୈଠକ କରୁଛି। ଏଥି ମଧ୍ୟରେ ଦୁଇ/ତିନୋଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିବା ନେଇ ବିଜେଡ଼ି କ୍ୟାମ୍ପ ସୂତ୍ରରୁ ସୂଚନା ରହିଛି।