Odisha Election 2024: ବଦଳିଛି ପୁରୀ ବିଜେଡିର ରାଜନୀତି ସମିକରଣ
Advertisement

Odisha Election 2024: ବଦଳିଛି ପୁରୀ ବିଜେଡିର ରାଜନୀତି ସମିକରଣ

Odisha Election 2024: ରାଜ୍ଯରେ ଥିବା ସମସ୍ତ ଶ୍ରମିକ ଓ ତାଙ୍କ ପରିବାରର କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପ୍ରତିଶୃତି ବଦ୍ଧ । ୧୯୯୦ରେ ତାଙ୍କ ବାପା ବିଜୁ ପଟ୍ଟନାୟକ ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରୀ ୧୧ଟଙ୍କାରୁ ୨୫ଟଙ୍କାକୁ ବୃଦ୍ଧି କରିଥିବା ବେଳେ ଏବେ ତାଙ୍କ ପୁଅ ନବୀନବାବୁ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ସର୍ବନିମ୍ନ ମଜୁରୀ ପ୍ରାୟ ପାଞ୍ଚଶହ ଟଙ୍କାକୁ ବୃଦ୍ଧି କରିଛନ୍ତି। ସରକାରଙ୍କ ଏହି ସଫଳତାକୁ ଗାଁ ଠାରୁ ସହର ଘରେ ଘରେ ପହଞ୍ଚାଇବାକୁ ପ୍ରଚେଷ୍ଟା ଆରମ୍ଭ କରିଛି ବିଜୁ ଶ୍ରମିକ ସାମୁଖ୍ଯ। ପୁରୀ ବଡଦାଣ୍ଡ ନିକଟରେ ଏକଜୁଟ ହୋଇ ଆଗକୁ ବଢିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ।

Odisha Election 2024: ବଦଳିଛି ପୁରୀ ବିଜେଡିର ରାଜନୀତି ସମିକରଣ

Odisha Election 2024: ଏବେ ଗୋଟିଏ ମଞ୍ଚରେ ସୁନିଲ, ଶୁଭାଶିଷ ଆଉ ଅରୁପ। ବଦଳିଛି ପୁରୀ ବିଜେଡିର ରାଜନୀତି ସମିକରଣ। ରାଗ ଅଭିମାନ ଛାଡି ଏକଜୁଟ ହୋଇଛନ୍ତି ସମସ୍ତ ବିଜେଡି ନେତା ଓ କର୍ମୀ। ପୁରୀ ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀଙ୍କ ସମେତ ସମସ୍ତ ବିଧାୟକ ପ୍ରାର୍ଥିଙ୍କୁ ନିର୍ବାଚିତ କରିବାକୁ ଅଣ୍ଟା ଭିଡିଛି ଦଳ। ଦଳର ସୁପ୍ରୀମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଆଗାମୀ ନିର୍ବାଚନ ପାଇଁ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ପୁରୀ ସଂସଦୀୟ କ୍ଷେତ୍ରର ଦାୟିତ୍ବ ଦେଇଛନ୍ତି। ଏମିତିବି ଦଳ ମଧ୍ୟରେ ଥିବା ଅସନ୍ତୋଷ ଦୁର କରିବା ପାଇଁ ଶଂଖଭବନକୁ ଡାକି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମନମାଳିନ୍ଯ ଦୂର କରାଯାଇଛି। ଯାହା ଆଜିର ବିଜୁ ଶ୍ରମିକ ସାମୁଖ୍ଯ ସମାବେଶ ଉତ୍ସବରେ ଦେଖିବାକୁ ମିଳିଛି। ରାଜ୍ଯସଭା ସାଂସଦ ତଥା ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ ଓ ବିଜେଡି ପ୍ରାର୍ଥୀ ତଥା ମହେଶ୍ୱର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି ମଞ୍ଚରେ ପାଖାପାଖି ବସିଥିବା ନଜରକୁ ଆସିଛନ୍ତି। ଅନ୍ଯମାନଙ୍କ ମଧ୍ୟରେ ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ, ଜିଲ୍ଲା ସଭାପତି ଦିବାକର ପାତ୍ର, ବିଜୁ ଶ୍ରମିକ ସାମୁଖ୍ଯର ମହାସଚିବ ତଥା ସାଂସଦ ସୁବାଷ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡାଯାଇଛି।

ସେପଟେ ବିଜେଡିକୁ ପୁଣି ସରକାରକୁ ଆଣିବା ପାଇଁ ଶ୍ରମିକ ମାନଙ୍କୁ ଏକଜୁଟ କରୁଛି ଦଳ। ପୁରୀ ବଗଲା ଧର୍ମଶାଳା ପରିସରରେ ଶ୍ରମିକ ମାନଙ୍କୁ ନେଇ ଏକ ବିଶାଳ ସମାବେଶ କରାଯାଇଛି। ଏହି ସମାବେଶରେ ବିଜୁ ଶ୍ରମିକ ସାମୁଖ୍ଯର ମହା ସଚିବ ସୁବାଷ ସିଂ ଯୋଗ ଦେବା ସହ ନବୀନ ପଟ୍ଟନାୟକ ଶ୍ରମିକମାନଙ୍କ କଲ୍ଯାଣ ପାଇଁ କରିଥିବା ଯୋଜନା ଉପରେ ଅବଗତ କରାଇଥିଲେ। ବିଜୁବାବୁଙ୍କ ସରକାର ୧୧ରୁ ୨୫ଟଙ୍କାକୁ ମଜୁରୀ ବୃଦ୍ଧି କରିଥିଲେ। ଏବେ ସରକାର ଦୈନିକ ମଜୁରୀ ୩୪୬ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଫଳରେ ଜଣେ ଶ୍ରମିକ ମାସରେ ପ୍ରାୟ ପନ୍ଦର ହଜାର ଟଙ୍କା ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଶ୍ରମିକ କଲ୍ଯାଣ ନିତି ଯୋଗୁଁ ରାଜ୍ଯର ପ୍ରାୟ ଏକ କୋଟି ଶ୍ରମିକ ଉପକୃତ ହେବେ।ବୋଲି ମହାସଚିବ କହିଛନ୍ତି। ରାଜ୍ୟର ସରକାରୀ, ଅର୍ଦ୍ଧସରକାରୀ ଓ ଶିଳ୍ପ ସଂସ୍ଥା, ଘରୋଇ କାର୍ଯ୍ୟ ରେ ନିୟୋଜିତ ସବୁ ସ୍ତରରେ ଶ୍ରମିକ ମାନେ ଏହାର ଉପକୃତ ହେବେ। ବିଶେଷ କରି ପୌରସଂସ୍ଥା,ବିଦ୍ଯୁତ ବିଭାଗ,ପରିବହନ ବିଭାଗ, ବିଭିନ୍ନ କମ୍ପାନୀ ଓ ଘରୋଇ ସଂସ୍ଥାରେ କାର୍ଯ୍ଯରତ ଶ୍ରମିକ ମାନେ ମଧ୍ୟ ଲାଭବାନ ହୋଇପାରିବେ।

 ଏହା ବ୍ୟତୀତ ରାଜ୍ୟର ପ୍ରଗତିରେ ଶ୍ରମିକ ମାନଙ୍କର ଭୁମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେମାନଙ୍କୁ ଆବଶ୍ୟକ ମଜୁରୀ ଓ ସାମାଜିକ ସୁରକ୍ଷା ଯୋଗାଇଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଣୁ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ମହିଳା ମାନଙ୍କ ପାଇଁ ଓ ସମ୍ପୂର୍ଣ୍ଣ ପରିବାର ପାଇଁ ୫ଲକ୍ଷ ଟଙ୍କାର ବ୍ଯବସ୍ଥା ରହିଛି। ରାଜ୍ୟରେ ଏବେ ସୁଦ୍ଧା ୪୨ଲକ୍ଷ ୪୮ହଜାର ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ଯୋଜନାରେ ୩ହଜାର ୫୨୪କୋଟିର ସହାୟତା ଦିଆଯାଉଛି। କେନ୍ଦୁପତ୍ର ତୋଳାଳୀ ଓ ବୁଣାକାର ମାନଙ୍କୁ ସହାୟତା ସହିତ ୫୦ଭାଗ ରାଶି ବୃଦ୍ଧି କରାଯାଇଛି। ଶ୍ରମିକ ମାନେ ବୁଝିଲେ ନବୀନ ବାବୁ ପୁଣି ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ହୋଇପାରିବେ ବୋଲି କହିଛନ୍ତି।ତେବେ ଆଗାମୀ ନିର୍ବାଚନରେ ବିଜେଡି ଟାର୍ଗେଟରେ ପୁରୀ ସଂସଦୀୟ କ୍ଷେତ୍ର ସମେତ ସମସ୍ତ ବିଧାନସଭା ଆସନ। । କିଭଳି ସଫଳ ହେବ ତାହା ଉପରେ ରହିଛି କଡା ନଜର।