Odisha Election 2024: ବିଜେଡି ଛାଡ଼ିଲେ ରାସେଶ୍ୱରୀ ଦେବୀ
Advertisement
Article Detail0/zeeodisha/odisha2217360

Odisha Election 2024: ବିଜେଡି ଛାଡ଼ିଲେ ରାସେଶ୍ୱରୀ ଦେବୀ

Odisha Election 2024: ବିଜେଡିର ହାତ ଛାଡ଼ିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ସମ୍ବଲପୁରରେ ବିଜେଡିକୁ ଲାଗିଛି ବଡ଼ ଝଟକା। ଦଳର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik)ଙ୍କ ପାଖକୁ ରାସେଶ୍ୱରୀ ନିଜର ଇସ୍ତଫା ପତ୍ର ପଠାଇବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

Odisha Election 2024: ବିଜେଡି ଛାଡ଼ିଲେ ରାସେଶ୍ୱରୀ ଦେବୀ

Odisha Election 2024: ବିଜେଡିର ହାତ ଛାଡ଼ିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ସମ୍ବଲପୁରରେ ବିଜେଡିକୁ ଲାଗିଛି ବଡ ଝଟକା। ଦଳର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik)ଙ୍କ ପାଖକୁ ରାସେଶ୍ୱରୀ ନିଜର ଇସ୍ତଫା ପତ୍ର ପଠାଇବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋଙ୍କୁ ଚିଠି ଲେଖି ଏ ବିଷୟ ସ୍ପଷ୍ଟ କରିଥିବା ସେ କହିଛନ୍ତି। ସମ୍ବଲପୁର ବିଧାନସଭା ଆସନରୁ ଟିକଟ ନପାଇବା ଯୋଗୁ ସେ ଅସନ୍ତୁଷ୍ଟ ଥିଲେ। ‘ମୋତେ ଅଣଦେଖା କରାଯିବାରୁ ତାହା ବାଧିଲା ଏବଂ ସେଥିଲାଗି ଇସ୍ତଫା ଦେଇଛି’ ବୋଲି କହିଛନ୍ତି ରାସେଶ୍ୱରୀ ଦେବୀ।

ଏକ ସାମ୍ବାଦିକ ସମ୍ମିଳନୀରେ ରାସେଶ୍ୱରୀ କହିଛନ୍ତି ଯେ, ସେ ବିଜେଡିତର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ଗସମ୍ବଲପୁରର ଅସ୍ମିତା ରକ୍ଷା ଏହି ଇସ୍ତଫାର ଉଦ୍ଦେଶ୍ୟ। ଦଳ ଯେଉଁ ନିଷ୍ପତ୍ତି ନେଇଛି ତାହା ସମ୍ବଲପୁର ପ୍ରତି ଅବମାନନା ବୋଲି ସେ କହିଛନ୍ତି। ହେଲେ ଇସ୍ତଫା ପରେ ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଜବାବ ଦେଇ ସେ କହିଛନ୍ତି ଯେ ସେ କୌଣସି ରାଜନୀତିକ ଦଳକୁ ଯିବେ ନାହିଁ।

୨୦୧୪ ମସିହାରେ ରାସେଶ୍ୱରୀ ବିଧାୟକ ହୋଇଥିଲେ। କିନ୍ତୁ ୨୦୧୯ ଏବଂ ୨୦୧୪ରେ ତାଙ୍କୁ ପ୍ରାର୍ଥୀ କରାଯାଇ ନଥିଲା। ଏ ନେଇ ସେ ଅସନ୍ତୁଷ୍ଟ ଥିଲେ। ଏହି ଅସନ୍ତୋଷକୁ ଦେଖି ୨୦୨୪ର ପ୍ରଥମ ଘୋଷଣାରେ ଦଳୀୟ ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ପ୍ରାର୍ଥୀ ହେବାକୁ ମନା କରିଥିଲେ। ତାଙ୍କୁ ଦଳ ରେଢ଼ାଖୋଲ ପ୍ରାର୍ଥୀ କରିଥିଲେ।  ରେଢ଼ାଖୋଲରେ ପ୍ରାର୍ଥୀ ହୋଇଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁର ଅଣାଯାଇଥିଲା। ଏହାକୁ ନେଇ ରାସେଶ୍ୱରୀ ଅସନ୍ତୁଷ୍ଟ ହୋଇଥିଲା।

ନିକଟରେ ରାସେଶ୍ୱରୀଙ୍କୁ ସମ୍ବଲପୁର ବିଧାୟିକା ଟିକେଟ ଦେବା ପାଇଁ ଦାବୀ ଜୋର ଧରିଥିଲା। ମୁଖ୍ୟମନ୍ତ୍ରୀ ସମ୍ବଲପୁର ବିଧାନସଭା ସିଟ ପାଇଁ ପୁନଃ ବିଚାର କରନ୍ତୁ ବୋଲି ଦାବୀ ଜଣାଇଥିଲେ ରାସେଶ୍ୱରୀଙ୍କ ସମର୍ଥକ। ସମ୍ବଲପୁର ବିଧାନସଭା ଟିକେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିବା ଖବର ଶୁଣିବା ପରେ ବିଧାୟିକା ରାସେଶ୍ୱରୀଙ୍କ ସମର୍ଥକମାନେ ଏଥିରେ ମୁଖ୍ୟମନ୍ତ୍ରୀ ପୁନଃ ବିଚାର କରିବା ପାଇଁ ଦାବି କରି ରାସେଶ୍ୱରୀଙ୍କୁ ଟିକେଟ ଦିଅନ୍ତୁ ବୋଲି ଦାବୀ କରି ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା।

ଆଜି ସକାଳେ ଏକ ସାମ୍ବାଦିକ ସମ୍ମିଳନୀରେ ରାସେଶ୍ୱରୀ କହିଛନ୍ତି ଯେ, ସେ ବିଜେଡିର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ’ସମ୍ବଲପୁରର ସ୍ୱାଭିମାନ ଏବଂ ସମ୍ବଲପୁରର ଅସ୍ମିତା ପାଇଁ ଆଜି ମୁଁ ବିଜେଡିର ପ୍ରାଥମିକ ସଦସ୍ୟ ତଥା ସମସ୍ତ ପଦପଦବୀରୁ ଇସ୍ତଫା ଦେଉଛି। ୨୦୧୪ରୁ ୨୦୧୯ ଭିତରେ ବିଧାୟକ ଥିବା ସମୟରେ ଅନେକ କାର୍ଯ୍ୟ ହୋଇଥିଲା। ୨୫ ବର୍ଷରେ ଯାହା ହୋଇ ନଥିଲା ତାହା ହୋଇଥିଲା। ପରବର୍ତ୍ତୀ ସମୟରେ ମୁଁ ବିଧାୟକ ନଥାଇ ମଧ୍ୟ ମୁ ସମ୍ବଲପୁରର ବିକାଶ ଲାଗି ସହଯୋଗ କରିଛି। ଯେଉଁ ଲୋକଙ୍କୁ ସେମାନେ ଅଯୋଗ୍ୟ କହିଲେ, ବରଖାସ୍ତ କଲ ତାଙ୍କୁ ଟଠିକଟ ଦେଇଛନ୍ତି। ଏହା ସମ୍ବଲପୁର ପ୍ରତି ଅବମାନନା ଓ ଅବହେଳାର ନିଦର୍ଶନ। ସମ୍ବଲପୁର ହେଉଛି ଓଡ଼ିଶାର ଦ୍ୱିତୀୟ ରାଜଧାନୀ। ସମ୍ବଲପୁରରେ କ’ଣ ନେତା ନାହାନ୍ତି ଯେ ବାହାରୁନେତା ଆଣିବା? ଏହାଦ୍ୱାରା ସମ୍ବଲପୁରର ଗରିମା ନଷ୍ଟ ହେବ’।