Odisha Crime: ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ, ଜଣେ ମୃତ, ୨ ଗୁରୁତର
Advertisement
Article Detail0/zeeodisha/odisha2297303

Odisha Crime: ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ, ଜଣେ ମୃତ, ୨ ଗୁରୁତର

Odisha Crime: ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ବଡ଼ ପୁଅ ଦଣ୍ଡପାଣି ପରିଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଜଗଦେବ ପରିଡ଼ା ଓ ସାନ ଭାଇ ପ୍ରମୋଦ ପରିଡ଼ା ଗୁରୁତର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି l ୨ ଜଣଙ୍କୁ ସ୍ୱାସ୍ଥ୍ୟବସ୍ତା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି l

Odisha Crime: ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ, ଜଣେ ମୃତ, ୨ ଗୁରୁତର

Odisha Crime: ଜମିବାଡ଼ି ବିବାଦ ଓ ରାଜନୈତିକ କାରଣକୁ କେନ୍ଦ୍ର କରି ହତ୍ୟାକାଣ୍ଡ l ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଭୁତଡ଼ିହିଁ ଗାଁରେ ଏଭଳି ନୃଶଂସ କାଣ୍ଡ ଦେଖିବାକୁ ମିଳିଛି l ମୃତକ ଏବଂ ଆହତ ମାନେ ହେଲେ ଲାଠିପଡ଼ା ପାଇକ ସାହିର l ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ବଡ଼ ପୁଅ ଦଣ୍ଡପାଣି ପରିଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଜଗଦେବ ପରିଡ଼ା ଓ ସାନ ଭାଇ ପ୍ରମୋଦ ପରିଡ଼ା ଗୁରୁତର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି l ୨ ଜଣଙ୍କୁ ସ୍ୱାସ୍ଥ୍ୟବସ୍ତା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି l

ଭୁତଡ଼ିହିଁରେ ଥିବା ଚାଷ ଜମିକୁ ଗୋଟିଏ ପରିବାର ୩ ଜଣ ଯାଇଥିଲେ l ଏହି ସମୟରେ ଜମିବାଡ଼ି ବିବାଦ ଓ ରାଜନୈତିକ କାରଣକୁ କେନ୍ଦ୍ର କରି ପୁର୍ବ ଯୋଜନା ମୁତାବକ କଟୁରୀରେ ହାଣିଥିଲେ l ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି l ଅନ୍ୟମାନେ ମେଡିକାଲରେ ଭର୍ତି ହୋଇଛନ୍ତି l ଇଟାମାଟି ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି l