Odisha Politics: ନିର୍ବାଚନ ପୂର୍ବରୁ କଂଗ୍ରେସର ଆର୍ଶୀବାଦ ଭିକ୍ଷା
Advertisement
Article Detail0/zeeodisha/odisha2049632

Odisha Politics: ନିର୍ବାଚନ ପୂର୍ବରୁ କଂଗ୍ରେସର ଆର୍ଶୀବାଦ ଭିକ୍ଷା

Odisha Politics: ଆଗକୁ ରାଜ୍ୟରେ ଅଛି ବିଧାନ ସଭା ନିର୍ବାଚନ। ଏ ନେଇ ଏବେ ଠୁ ପ୍ରସ୍ତୁତ ହେଲେଣି ବିଭିନ୍ନ ରାଜନୈତିକ ଦଳ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ଏବେ ନିଜ ନିଜର ଏଜେଣ୍ଡା ନେଇ ଲୋକଙ୍କ ସହ ଯୋଡ଼ି ହେବାରେ ଲାଗିଛନ୍ତି। ତୃଣ ମୂଳ ସ୍ତରରୁ ନିଜ ଦଳ ଓ ନେତାଙ୍କ ଲୋକପ୍ରିୟତା ବଢ଼ାଇବା ପାଇଁ କର୍ମୀମାନେ ଯଥା ସମ୍ଭବ ପ୍ରୟାସ ଚଳାଇବାରେ ଲାଗିଛନ୍ତି। 

Odisha Politics: ନିର୍ବାଚନ ପୂର୍ବରୁ କଂଗ୍ରେସର ଆର୍ଶୀବାଦ ଭିକ୍ଷା

Odisha Politics: ଆଗକୁ ରାଜ୍ୟରେ ଅଛି ବିଧାନ ସଭା ନିର୍ବାଚନ। ଏ ନେଇ ଏବେ ଠୁ ପ୍ରସ୍ତୁତ ହେଲେଣି ବିଭିନ୍ନ ରାଜନୈତିକ ଦଳ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ଏବେ ନିଜ ନିଜର ଏଜେଣ୍ଡା ନେଇ ଲୋକଙ୍କ ସହ ଯୋଡ଼ି ହେବାରେ ଲାଗିଛନ୍ତି। ତୃଣ ମୂଳ ସ୍ତରରୁ ନିଜ ଦଳ ଓ ନେତାଙ୍କ ଲୋକପ୍ରିୟତା ବଢ଼ାଇବା ପାଇଁ କର୍ମୀମାନେ ଯଥା ସମ୍ଭବ ପ୍ରୟାସ ଚଳାଇବାରେ ଲାଗିଛନ୍ତି। ବିଶେଷ ଭାବବେ ବିଜେପି(Bjp), ବିଜେଡ଼ି(BJD) ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବା ନେଇ ଜୋରସୋରରେ ଚର୍ଚ୍ଚା ହେଉଛି।

ସେପଟେ ଏ ନେଇ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କବିତା ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବ ହିମାଂଶୁ ମଲ୍ଲିକ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଆଶା ବାନ୍ଧିଥିବା ଦେଖାଯାଇଛି। ତେଣୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ ମିଶାଇ ୩ଟି ବ୍ଲକ ରହିଥିବା ବେଳେ ମୋଟ ୬୧ଟି ପଞ୍ଚାୟତ ରହିଛି।

ଏହି ସାମ୍ବାଦିକ ସମ୍ମିଳନୀର ମୂଳ ଲକ୍ଷ୍ୟ ଯେ ଆସନ୍ତା ୧୦ ତାରିଖ ଠାରୁ ଯୁବ ନେତା ଇଂ ହିମାଂଶୁ ମଲ୍ଲିକ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ୬୧ ଟି ପଂଚାୟତରେ ସିଧାସଳଖ ସାଧାରଣ ଲୋକଙ୍କୁ ଭେଟିବା ସହିତ ବିଭିନ୍ନ ପଂଚାୟତ ରେ ରାତ୍ରି ଯାପନ କରିବେ ବୋଲି ସୂଚନା ଦେଇଛନ୍ତି । ଯାହା ଦ୍ୱାରା ସକାଳେ ଗାଁ ଛକ ରେ ଥିବା ଚା ଖଟି, ଓ ଗ୍ରାମବାସୀ ଙ୍କ ବୈଠକ କରିବା ସହିତ ମାଆ ମାନଙ୍କର ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ତେବେ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସେ ୬୧ଟି ପଂଚାୟତ ରେ ୬୧ ଦିନ ଲୋକଙ୍କ ସହିତ ଜଡିତ ରହି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ ବୋଲି କହିଛନ୍ତି । ଏଥି ସହିତ ସଂକଳ୍ପ ପତ୍ରରେ ଉନ୍ମୋଚନ କରାଯାଇଛି।

Also Read: Odisha Politics: 'ପୁଣି ଆସିବେ ମୋଦୀ', ନିର୍ବାଚନ ପୂର୍ବରୁ ବିଜେପିର ଜୋରସୋର ପ୍ରଚାର