LAccMI Bus: ଏହି ଜିଲ୍ଲାରେ ଗଡି଼ବ ‘ଲକ୍ଷ୍ମୀ’ବସ୍, ମହିଳା-ଛାତ୍ରଛାତ୍ରୀଙ୍କୁ ମିଳିବ ବିଶେଷ ସୁବିଧା
Advertisement
Article Detail0/zeeodisha/odisha2032132

LAccMI Bus: ଏହି ଜିଲ୍ଲାରେ ଗଡି଼ବ ‘ଲକ୍ଷ୍ମୀ’ବସ୍, ମହିଳା-ଛାତ୍ରଛାତ୍ରୀଙ୍କୁ ମିଳିବ ବିଶେଷ ସୁବିଧା

LAccMI Bus: ଏଣିକି ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଯାତାୟତ ହେବେ ଆହୁରି ସହଜ।  ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଲଗାତାର ପର୍ଯ୍ୟାୟ କ୍ରମେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର (odisha govt)। ଏଣିକି ମାତ୍ର ୫ ଟଙ୍କାରେ ବସରେ ଯାତ୍ରା କରିପାରିବେ ଯାତ୍ରୀ। ନୂଆବର୍ଷ ପରେ ଏହି ସୁବିଧା ଉପଲବ୍ଧ ହେବ। ପଢନ୍ତୁ ପୂରା ରିପୋର୍ଟ...

LAccMI Bus: ଏହି ଜିଲ୍ଲାରେ ଗଡି଼ବ ‘ଲକ୍ଷ୍ମୀ’ବସ୍, ମହିଳା-ଛାତ୍ରଛାତ୍ରୀଙ୍କୁ ମିଳିବ ବିଶେଷ ସୁବିଧା

LAccMI Bus: ଏଣିକି ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଯାତାୟତ ହେବେ ଆହୁରି ସହଜ।  ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଲଗାତାର ପର୍ଯ୍ୟାୟ କ୍ରମେ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର (odisha govt)। ଏଣିକି ମାତ୍ର ୫ ଟଙ୍କାରେ ବସରେ ଯାତ୍ରା କରିପାରିବେ ଯାତ୍ରୀ। ନୂଆବର୍ଷ ପରେ ଏହି ସୁବିଧା ଉପଲବ୍ଧ ହେବ।  କାହିଁକିନା ଗତକାଲି( ବୁଧବାର) ୫ଟି ଅଧ୍ୟକ୍ଷ ଭିକେ. ପାଣ୍ତିଆନ୍ (5T and Nabin Odisha Chairman V. K. Pandian) ଭଦ୍ରକ ଜିଲ୍ଲା ଗସ୍ତ (Bhadrak visit) କରିଥିଲେ। ଭଦ୍ରକ ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଜିଲ୍ଲାବାସୀଙ୍କ ସହ ଆଲୋଚନା କରିଥିଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ।  ଏ ଅବସରରେ ସେ କହିଥିଲେ ଯେ, ଫେବ୍ରୁଆରୀ ଶେଷ ସୁଦ୍ଧା ଭଦ୍ରକରେ ‘ଲକ୍ଷ୍ମୀ’ବସ୍ (LAccMI Bus) ଯୋଜନାର (LAccMI Yojana) ଶୁଭାରମ୍ଭ ହେବ। ଏଣିକି ଜିଲ୍ଲାବାସୀ ‘ଲକ୍ଷ୍ମୀ’ବସରେ ଯାତାୟତ କରିବେ। 

ଏହାବି ପଢନ୍ତୁ : Nandankanan: ନୂଆବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି, ପ୍ରଥମ ଥର ଲାଗି...

ଏହାବି ପଢନ୍ତୁ :  Today Horoscope: ସୁସମ୍ବାଦ ସହ ଆକସ୍ମିକ ଧନଲାଭର ରହିଛି ଯୋଗ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ଆସନ୍ତା ଫେବୃଆରୀରୁ ଚାନ୍ଦବାଲି ବ୍ଲକ ସହ ଭଦ୍ରକ ଜିଲ୍ଲାରେ ‘ଲକ୍ଷ୍ମୀ’ ବସ ସେବା ଆରମ୍ଭ ହେବ। ଏହି ବସ୍‌ରେ ମହିଳାମାନଙ୍କ ସହ କଲେଜ ଛାତ୍ରଛାତ୍ରୀ ମାତ୍ର ୫ ଟଙ୍କା ଦେଇ ଯାତ୍ରା କରିପାରିବେ ବୋଲି ସେ କହିଛନ୍ତି। ତେବେ, ଏଠି ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଚାନ୍ଦବାଲି ଓ ଭଦ୍ରକରେ ‘ଲକ୍ଷ୍ମୀ’ବସ୍ ସେବା ଆରମ୍ଭ ହେଲେ ଭଦ୍ରକର ଆଖଣ୍ତଳମଣୀଙ୍କ ପୀଠକୁ ଭକ୍ତଙ୍କ ସଂଖ୍ୟା ବଢିବ । ଏହା ସହ ସେଠାକାର ଲୋକଙ୍କ ରୋଜଗାର ମଧ୍ୟ ବଢିବ। 

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଲକ୍ଷ୍ମୀ ବସ୍’ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିବା ବେଳେ ପରେ ଗଜପତି, କଳାହାଣ୍ତି, ରାୟଗଡା ଓ ନବରଙ୍ଗପୁରରେ ଓ କୋରାପୁଟରେ  ଏହି ଯୋଜାନା କାର୍ଯ୍ୟକାରୀ ହୋଇଥିଲା। ସେବା -ସୁରକ୍ଷା ଏବଂ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଲକ୍ଷ୍ମୀ ବସ୍ ଯୋଜନା ରାଜ୍ୟରେ ଆରମ୍ଭ ହୋଇଛି । ଗାଁର ଚାଷୀ, ଛାତ୍ରଛାତ୍ରୀ, ମା' ସମସ୍ତେ ଏହା ମାଧ୍ୟମରେ ଉପକୃତ ହେବେ। ରାଜ୍ୟ ଅର୍ଥନୀତି ଆହୁରି ମଜଭୁତ ହେବା ସହ ଗାଁ ଗାଁରେ ସମୃଦ୍ଧି ଆସିବ ବୋଲି ଆଶା କରାଯାଉଛି।   ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ। ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି।