LaccMI Bus: ଆଜିଠୁ ଏହି ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'
Advertisement
Article Detail0/zeeodisha/odisha2105980

LaccMI Bus: ଆଜିଠୁ ଏହି ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'

LaccMI Bus Service: ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ପହଞ୍ଚିବ 'ଲକ୍ଷ୍ମୀ ବସ୍' ସେବା ।  ୧୨ ତାରିଖରୁ ୨୧ ତାରିଖ  ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief minister Naveen Patnaik) ପର୍ଯ୍ୟାୟକ୍ରମେ  ବିଭିନ୍ନ ଜିଲ୍ଲାରେ 'ଲକ୍ଷ୍ମୀବସ୍'ର (LaccMI Bus)ଶୁଭାରମ୍ଭ କରିବେ । 

LaccMI Bus: ଆଜିଠୁ ଏହି ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'

LaccMI Bus Service: ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ପହଞ୍ଚିବ 'ଲକ୍ଷ୍ମୀ ବସ୍' ସେବା ।  ୧୨ ତାରିଖରୁ ୨୧ ତାରିଖ  ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief minister Naveen Patnaik) ପର୍ଯ୍ୟାୟକ୍ରମେ  ବିଭିନ୍ନ ଜିଲ୍ଲାରେ 'ଲକ୍ଷ୍ମୀବସ୍'ର (LaccMI Bus)ଶୁଭାରମ୍ଭ କରିବେ । ସେହିପରି ଆଜି ବରଗଡ଼, ବଲଙ୍ଗୀର, ମୟୂରଭଂଜ,ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ 'ଲକ୍ଷ୍ମୀ ବସ୍' (LaccMI Bus) ସେବାର ଶୁଭାରମ୍ଭ କରିବେ।  ତେବେ, ଏହି ଲକ୍ଷ୍ମୀ ବସ୍ ମହିଳା ପାଇଁ ଏକ ବିଶେଷ ଟିକେଟ୍ ରେ ରିହାତିର ସୁବିଧା ମଧ୍ୟ ରହିଛି।  ଯଦି କୌଣସି ମହିଳା ପଂଚାୟତରୁ ବ୍ଲକ୍ କୁ ଯାଉଛନ୍ତି । ତେବେ, ମାତ୍ରା ୫ ଟଙ୍କା ଦେଇ ଯାତ୍ରା କରିପାରିବେ ।

ALSO READ: Guru Gochar 2024: ମେଷ ରାଶିକୁ ଚଳନ କରିବେ ବୃହସ୍ପତି, ତିନି ରାଶିଙ୍କ ଫିଟିବ ଭାଗ୍ୟ !

ସେହିପରି ଚଳିତ ମାସ ୧୬ ତାରିଖରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଗଡି଼ବା ଆରମ୍ଭ କରିବ। ୧୯ ତାରିଖରେ ସମ୍ବଲପୁର, ସୋନପୁର, କଟକ, ଝାରସଗୁଡା ଓ କନ୍ଧମାଳରେ ଏବଂ ୨୧ ତାରିଖରେ ବାଲେଶ୍ବର, ନୂଆପଡା, ବୌଦ୍ଧ, ଗଂଜାମ ଓ ଜଗତସିଂହପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବ। ଗତ ଜାନୁଆରୀ ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ ଜିଲ୍ଲାରେ ଲକ୍ଷ୍ମୀବସର ଶୁଭାରମ୍ଭ କରିଥିଲେ। ରାଜ୍ୟର ବହୁ ଜିଲ୍ଲାରେ ସଡକ ପରିବହନ ବ୍ୟବସ୍ଥାର ଅଭାବ ରହିଥିବା ବେଳେ ତାହା ସାମାଜିକ ଓ ଅର୍ଥନୈତିକ ବିକାଶରେ ଅନ୍ତରାୟ ସୃଷ୍ଟି କରୁଥିଲା। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ।  

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଲକ୍ଷ୍ମୀ ବସ୍’(LaccMI Bus) ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିବା ବେଳେ ପରେ ଗଜପତି, କଳାହାଣ୍ତି, ରାୟଗଡା ଓ ନବରଙ୍ଗପୁରରେ ଓ କୋରାପୁଟରେ  ଏହି ଯୋଜାନା କାର୍ଯ୍ୟକାରୀ ହୋଇଥିଲା। ସେବା -ସୁରକ୍ଷା ଏବଂ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଲକ୍ଷ୍ମୀ ବସ୍ ଯୋଜନା ରାଜ୍ୟରେ ଆରମ୍ଭ ହୋଇଛି । ଗାଁର ଚାଷୀ, ଛାତ୍ରଛାତ୍ରୀ, ମା' ସମସ୍ତେ ଏହା ମାଧ୍ୟମରେ ଉପକୃତ ହେବେ। ରାଜ୍ୟ ଅର୍ଥନୀତି ଆହୁରି ମଜଭୁତ ହେବା ସହ ଗାଁ ଗାଁରେ ସମୃଦ୍ଧି ଆସିବ ବୋଲି ଆଶା କରାଯାଉଛି।   ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ। ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି।