Odisha Politics: 'ପୁଣି ଆସିବେ ମୋଦୀ', ନିର୍ବାଚନ ପୂର୍ବରୁ ବିଜେପିର ଜୋରସୋର ପ୍ରଚାର
Advertisement

Odisha Politics: 'ପୁଣି ଆସିବେ ମୋଦୀ', ନିର୍ବାଚନ ପୂର୍ବରୁ ବିଜେପିର ଜୋରସୋର ପ୍ରଚାର

Odisha Politics: ଆଗକୁ ରାଜ୍ୟରେ ଅଛି ବିଧାନ ସଭା ନିର୍ବାଚନ। ଏ ନେଇ ଏବେ ଠୁ ପ୍ରସ୍ତୁତ ହେଲେଣି ବିଭିନ୍ନ ରାଜନୈତିକ ଦଳ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ଏବେ ନିଜ ନିଜର ଏଜେଣ୍ଡା ନେଇ ଲୋକଙ୍କ ସହ ଯୋଡ଼ି ହେବାରେ ଲାଗିଛନ୍ତି। ତୃଣ ମୂଳ ସ୍ତରରୁ ନିଜ ଦଳ ଓ ନେତାଙ୍କ ଲୋକପ୍ରିୟତା ବଢ଼ାଇବା ପାଇଁ କର୍ମୀମାନେ ଯଥା ସମ୍ଭବ ପ୍ରୟାସ ଚଳାଇବାରେ ଲାଗିଛନ୍ତି।

Odisha Politics: 'ପୁଣି ଆସିବେ ମୋଦୀ', ନିର୍ବାଚନ ପୂର୍ବରୁ ବିଜେପିର ଜୋରସୋର ପ୍ରଚାର

Odisha Politics: ଆଗକୁ ରାଜ୍ୟରେ ଅଛି ବିଧାନ ସଭା ନିର୍ବାଚନ। ଏ ନେଇ ଏବେ ଠୁ ପ୍ରସ୍ତୁତ ହେଲେଣି ବିଭିନ୍ନ ରାଜନୈତିକ ଦଳ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ଏବେ ନିଜ ନିଜର ଏଜେଣ୍ଡା ନେଇ ଲୋକଙ୍କ ସହ ଯୋଡ଼ି ହେବାରେ ଲାଗିଛନ୍ତି। ତୃଣ ମୂଳ ସ୍ତରରୁ ନିଜ ଦଳ ଓ ନେତାଙ୍କ ଲୋକପ୍ରିୟତା ବଢ଼ାଇବା ପାଇଁ କର୍ମୀମାନେ ଯଥା ସମ୍ଭବ ପ୍ରୟାସ ଚଳାଇବାରେ ଲାଗିଛନ୍ତି। ବିଶେଷ ଭାବବେ ବିଜେପି(Bjp) ଓ ବିଜେଡ଼ି(BJD) ମଧ୍ୟରେ କଡ଼ା ଟକ୍କର ହେବା ନେଇ ଜୋରସୋରରେ ଚର୍ଚ୍ଚା ହେଉଛି।

ସେପଟେ ବିଜେପି(BJP) ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ ଜୋରସୋରରେ ଲାଗିପଡ଼ିଛି। ଏଥର ପୁଣି ଆସିବେ ମୋଦୀ। ଏହାକୁ ନେଇ ଏକ ଗୀତ ଏବେ ଚାରିଆଡେ ପ୍ରସାରିତ କରାଯିବା ସହ ଶାସନ କାଳର ସଫଳତା ବାବଦରେ ପ୍ରଚାର କରାଯାଉଛି। ଯେମିତି କି ଘର ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(PM Awas Yojana) ସଡ଼କ ଯୋଜନା ବିଶ୍ୱକର୍ମା ଯୋଜନା ଇତ୍ୟାଦି ବାବଦରେ ସାଧାରଣ ଲୋକଙ୍କ ପାଖରେ ପହଂଚିବା ସହ ଏଥର ନିର୍ବାଚନରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀଙ୍କୁ(PM Narendra Modi) ଚୟନ କରନ୍ତୁ ବୋଲି କୁହାଯାଇଛି।

ଆଜି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ(Rengali MLA Nauri Nayak) ସଭାପତିତ୍ୱରେ ଏକ କାର୍ଯ୍ୟକ୍ରମ 'ପୁଣି ଆସିବେ ମୋଦୀ' ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦୁଇଟି ଗୀତ ଗୋଟିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟଟି କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ମନ୍ତୀ ଧର୍ମେନ୍ଦ୍ର ପ୍ରଧାନଙ୍କ(Minister Dharmendra Pradhan) ବାବଦରେ ଦେଖାଯାଇଥିଲା। ତା ସହ ଏକ କ୍ୟାଲେଣ୍ଡରର ମଧ୍ୟ ଉନ୍ମୋଚନ କରାଯାଇଛି। ରାଜ୍ୟକୁ କେନ୍ଦ୍ର ମନ୍ତ୍ରୀ କିଭଳି ଭାବରେ ବେଶୀ ଅର୍ଥ ଦାବୀ କରି ଆଣିପାରୁଛନ୍ତି ଯଦ୍ୱାରା ରାଜ୍ୟର ଉନ୍ନତିରେ ସହାୟକ ହୋଇ ପାରୁଛି ବୋଲି କହିଥିଲେ ବିଧାୟକ।

Also Read: Keonjhar: କେନ୍ଦୁଝର ଜିଲ୍ଲାରେ ଚିଲିକା ହ୍ରଦର ଭ୍ରମ, ଶୀତଋତୁରେ ହେଉଛି ଆମେରିକା-କାନାଡ଼ା ପକ୍ଷୀଙ୍କ ସମାଗମ