Balangir Airport: ବଲାଙ୍ଗୀରକୁ ମିଳିବ ଏୟାରପୋର୍ଟ; ତୁଷୁରା ଏୟାରଷ୍ଟ୍ରିପ୍‍ ର କରାଯିବ ନବୀକରଣ
Advertisement
Article Detail0/zeeodisha/odisha1996016

Balangir Airport: ବଲାଙ୍ଗୀରକୁ ମିଳିବ ଏୟାରପୋର୍ଟ; ତୁଷୁରା ଏୟାରଷ୍ଟ୍ରିପ୍‍ ର କରାଯିବ ନବୀକରଣ

Balangir Tusura Airstrip: ତୁଷୁରା ଏୟାରଷ୍ଟ୍ରିପ୍‍ ନବୀକରଣ କରିବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୬୫ କୋଟି ଟଙ୍କା।

 Balangir Airport: ବଲାଙ୍ଗୀରକୁ ମିଳିବ ଏୟାରପୋର୍ଟ; ତୁଷୁରା ଏୟାରଷ୍ଟ୍ରିପ୍‍ ର କରାଯିବ ନବୀକରଣ

Tusura Airstrip will be Renovated: ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ତୁଷୁରା ଏୟାରଷ୍ଟ୍ରିପ୍‍ ର କରାଯିବ ନବୀକରଣ। ଏନେଇ ରାଜ୍ୟ ସରକାର ୬୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଥିବାର କୁହାଯାଇଛି।

ଗତ ଅଗଷ୍ଟ ୫ ଏବଂ ୬ ତାରିଖରେ ଯେତେବେଳେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‍ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଥିଲେ ସେତେବେଳେ ତୁଷୁରା ଏୟାରଷ୍ଟ୍ରିପ୍ ର ବିକାଶ ଲାଗି ଅନେକ ପ୍ରସ୍ତାବ ସାମ୍ନାକୁ ଆସିଥିଲା। ୫ଟି ଅଧ୍ୟକ୍ଷ ଏହି ପ୍ରସ୍ତାବ ସମ୍ପର୍କରେ ସମୀକ୍ଷା କରି ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ମାଗିଛନ୍ତି। 

କେନ୍ଦ୍ର ସରକାରଙ୍କ ଉଡ଼ାନ୍‍ ଯୋଜନା ଅଧିନରେ ରାଜ୍ୟ ସରକାର ୨୦୧୭ ବର୍ଷରୁ ବିଭିନ୍ନ ଉଡ଼ାଜାହାଜ ପଡ଼ିଆର ବିକାଶ କରୁଛନ୍ତି। ୨୦୧୭ ମସିହା ପର ଠାରୁ କୋରାପୁଟର ଜୟପୁର, କଳାହାଣ୍ଡିର ଉତକେଲା, ଝାରସୁଗୁଡ଼ା ବିମାନ ବନ୍ଦର ଏବଂ ରାଉରକେଲା ବିମାନ ବନ୍ଦରକୁ ନବୀକରଣ କରାଯାଇଛି। ଏସବୁ ବିମାନ ବନ୍ଦରରୁ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ବିମାନ ଉଡ଼ାଣ ସେବା ମଧ୍ୟ ନକଟ ଅତୀତରେ ଆରମ୍ଭ କରାଯାଇଥିଲା