Winter Session: ଦୁଇଦିନ ପରେ ବିଧାନସଭାରେ ପ୍ରଶ୍ନୋତ୍ତରକାଳ ସ୍ୱାଭାବିକ, କୋଶଳୀରେ ଚାଲିଲା ପ୍ରଶ୍ନଉତ୍ତର
Advertisement
Article Detail0/zeeodisha/odisha1975925

Winter Session: ଦୁଇଦିନ ପରେ ବିଧାନସଭାରେ ପ୍ରଶ୍ନୋତ୍ତରକାଳ ସ୍ୱାଭାବିକ, କୋଶଳୀରେ ଚାଲିଲା ପ୍ରଶ୍ନଉତ୍ତର

Winter Session: ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଥିଲା ଉଭୟ କଂଗ୍ରେସ ଓ ବିଜେପି ବିଧାୟକ। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସରକାରଙ୍କ ଶିଳ୍ପନୀତିକୁ ସମାଲୋଚନା କରି କହିଥିଲେ, କଂଗ୍ରେସ ସମୟରେ ରାଜ୍ୟରେ ଅନେକ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଥିଲା। 

 

Winter Session: ଦୁଇଦିନ ପରେ ବିଧାନସଭାରେ ପ୍ରଶ୍ନୋତ୍ତରକାଳ ସ୍ୱାଭାବିକ, କୋଶଳୀରେ ଚାଲିଲା ପ୍ରଶ୍ନଉତ୍ତର

Winter Session: ଓଡ଼ିଶା ବିଧାନସଭାର ଚତୁର୍ଥ ଦିବସ ଆଜି ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି। ନିର୍ଘଣ୍ଟ ଅନୁସାରେ ପ୍ରଥମେ ପ୍ରଶ୍ନୋତ୍ତର କାଳରେ ଆଲୋଚନା ହୋଇଛି। ପ୍ରଥମେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି। ଓଡ଼ିଶାର ସବୁ ଜିଲ୍ଲାରେ ଶିଳ୍ପ ସୃଷ୍ଟି ଲାଗି ଉଦ୍ୟମ ହେଉଛି ବୋଲି ସେ କହିଛନ୍ତି। ପୂର୍ବ ଭାରତରେ ଓଡ଼ିଶାକୁ ଶିଳ୍ପ ହବ୍‍ କରିବା ଲାଗି ସରକାର ସମନ୍ୱିତ ଯୋଜନା ଆପଣାଇଛନ୍ତି, ଯାହାଦ୍ୱାରା ସବୁ ଅଞ୍ଚଳରେ ଶିଳ୍ପ କାରଖାନା ଖୋଲାଯାଉଛି ବୋଲି ସେ କହିଛନ୍ତି। 

ବିଧାନସଭାରେ ଉତ୍ତର ରଖି ଶ୍ରୀ ଦେବ କହିଥିଲେ, ମେକ୍‍ ଇନ୍‍ ଓଡ଼ିଶା ଅଭିଯାନ (Make In Odisha Project) ମାଧ୍ୟମରେ ରାଜ୍ୟକୁ ୭୪୧ଟି ପ୍ରସ୍ତାବ ଆସିଛି ଏବଂ ସେଥିରୁ ୪୬୬ଟି ଶିଳ୍ପ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅନେକଙ୍କୁ ଜମି ହସ୍ତାନ୍ତର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ଆଜି ଜିଲ୍ଲା ପ୍ରମୋସନ ସେଲ୍‍ କରିଛୁ। ସେଠାରେ ଆଇଆଇଟି (IIT) ଏବଂ ଆଇଆଇଏମ୍‍ (IIM) ଉତ୍ତୀର୍ଣ୍ଣ ପ୍ରଫେସନାଲ ରହିଛନ୍ତି। ସେଠାରେ  ଶିଳ୍ପ ଆରମ୍ଭ ପାଇଁ ଇଛୁକଙ୍କୁ  ସେମାନେ ସହାୟତା ଦେଉଛନ୍ତି।

ଅପରପକ୍ଷେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଥିଲା ଉଭୟ କଂଗ୍ରେସ ଓ ବିଜେପି ବିଧାୟକ (BJP Mla)। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସରକାରଙ୍କ ଶିଳ୍ପନୀତିକୁ ସମାଲୋଚନା କରି କହିଥିଲେ, କଂଗ୍ରେସ ସମୟରେ ରାଜ୍ୟରେ ଅନେକ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଥିଲା। ବଲାଙ୍ଗୀରରେ ମଧ୍ୟ ଶିଳ୍ପାନୁଷ୍ଠାନ ଖୋଲିଥିଲା। ପ୍ଲାଏଉଡ୍‍, ଚିନି, ମଦ ତିଆରି କାରଖାନା ହୋଇଥିଲା। ହେଲେ ଆଜି ସେସବୁ ବନ୍ଦ ପଡ଼ିଛି। ଏହାଦ୍ୱାରା ବଲାଙ୍ଗୀର ଆଜି ଦାଦନ ଶ୍ରମିକରେ ନାଁ କରିଛି। ଲକ୍ଷାଧିକ ଯୁବକ ଦାଦନ ଖଟୁଛନ୍ତି କୋଲି ସେ କହିଥିଲେ।  ନରସିଂହ ନିଜ ପ୍ରଶ୍ନକୁ କୋଶଳୀ ଭାଷାରେ ରଖିଥିଲେ। 

ଏହାର ଉତ୍ତର ମଧ୍ୟ ଶ୍ରୀ ଦେବ କୋଶଳୀରେ କହିଥିଲେ। ସେ କହିଥିଲେ, ବଲାଙ୍ଗୀରରେ ଯେଉଁ ଶିଳ୍ପ କଥା ଶ୍ରୀ ମିଶ୍ର କହୁଛନ୍ତି ତାହା ସବୁ ସରକାରଙ୍କ ଦ୍ୱାରା ତିଆରି ହୋଇଥିଲା। ଏବେ ସରକାର ସେଠାରେ ନିବେଶ ପାଇଁ ଚିନ୍ତା କରିଛନ୍ତି। ନିର୍ବାଚନ ପୂର୍ବରୁ ଏହାର ସଫଳତା ଦେଖିବାକୁ ମିଳିବ ବୋଲି କହିଛନ୍ତି ଶ୍ରୀ ଦେବ। 

ସେହିପରି ନୀଳଗିରି ବିଧାୟକ(Nilagiri MLA)  ସୁଶାନ୍ତ କୁମାର ନାୟକ ମନ୍ତ୍ରୀ ଶ୍ରୀ ଦେବଙ୍କ ପ୍ରତିଶୃତିକୁ ସମାଲୋଚନା କରିଥିଲେ।, ରାଜ୍ୟରେ ୨୦ଟି ସୂତାକଳ ଥିଲା ସେଗୁଡ଼ିକର ସ୍ଥିତି କ’ଣ ବୋଲି ପଚାରିବା ସହ ୮ଟି ଚିନି କଳର ସ୍ଥିତି ବିଷୟରେ ପଚାରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ ସୂତାକଳ ସବୁ ସରକାର ବା ସମବାୟ ସମିତି ଦ୍ୱାରା ତିଆରି ହୋଇଥିଲା। ସେଗୁଡ଼ିକ ଏବେ ଚାଲୁ ନଥିବାରୁ ସେମାନଙ୍କ ଜମିକୁ ସରକାର ହସ୍ତାନ୍ତର ପାଇଁ ଲେଖିଛନ୍ତି। ସେମାନଙ୍କଠୁ ଜମି ଆଣି ସରକାର ଘରୋଇ କମ୍ପନୀଙ୍କୁ ଦେବେ, ଯେଉଁମାନେ ଏଠାରେ ଶିଳ୍ପ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏପରିକି ପଶ୍ଚିମବଙ୍ଗର ଏକ ବସ୍ତ୍ର ସମିତି  କାରଖାନା ବସାଇବାକୁ ଏଠାରେ ଜମି ଚାହୁଁଛି ଏବଂ ତାଙ୍କୁ ଏହା ତୁରନ୍ତ ହସ୍ତାନ୍ତର କରାଯାଇପାରିବ ବୋଲି ଶ୍ରୀ ଦେବ ଉତ୍ତର ଦେଇଥିଲେ।

Also Read: Cabinet Meeting: ଆଜି କ୍ୟାବିନେଟ୍‍ ବୈଠକ, ସ୍ୱାଭାବିକ ଅଧିବେଶନ ପାଇଁ ଖୋଲିପାରେ ବାଟ

Also Read: Top 10 News Headlines: ସକାଳର 10 ବଡ଼ ଖବର