V. K Pandian: ବରୁଣେଇ ପୀଠରେ ପହଁଞ୍ଚି ରୂପାନ୍ତିକରଣ କାର୍ଯ୍ୟ ନେଇ ଆଲୋଚନା କଲେ ୫ଟି ଅଧ୍ଯକ୍ଷ
Advertisement
Article Detail0/zeeodisha/odisha2155588

V. K Pandian: ବରୁଣେଇ ପୀଠରେ ପହଁଞ୍ଚି ରୂପାନ୍ତିକରଣ କାର୍ଯ୍ୟ ନେଇ ଆଲୋଚନା କଲେ ୫ଟି ଅଧ୍ଯକ୍ଷ

V. K Pandian: ଖୋର୍ଦ୍ଧା ବରୁଣେଇ ପୀଠରେ (Maa Barunei Temple) ବିକାଶର ସମୀକ୍ଷା । ଆଜି ଭୋର ୫ଟାରେ ବରୁଣେଇ ମନ୍ଦିରରେ ପହଁଞ୍ଚି ବିକାଶର ଅନୁଧ୍ୟାନ କରିଥିଲେ ୫ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ତିଆନ୍ (V. K Pandian) ।

ଖବର ଅନୁଯାୟୀ, ବଡ଼ି ଭୋରୁ ବରୁଣେଇ ମନ୍ଦିରରେ ପହଁଞ୍ଚିବା ପରେ ମାଆଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା ଓ ବେଢା ପରିକ୍ରମା କରିଥିଲେ ୫ଟି ଅଧ୍ଯକ୍ଷ (5T Chairman)। ଏହାପରେ ମନ୍ଦିରର ରୂପାନ୍ତରଣ ନେଇ ବରିଷ୍ଠ ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଭକ୍ତଙ୍କୁ ସର୍ବୋତ୍ତମ ସେବା ଯୋଗାଇ ଦେବା ସହ ମନ୍ଦିରର ଉନ୍ନତିକରଣ ପାଇଁ ଟିକନିଖ ଭାବେ କରି ଅନୁଧ୍ୟାନ କରିଛନ୍ତି । ମନ୍ଦିର ଚାରିପାଖ ବୁଲି ଦେଖିବା ସହ କିଭଳି ଉନ୍ନତିକରଣ କାର୍ଯ୍ୟ କରାଯାଉଛି ସେନେଇ ସମୀକ୍ଷା କରିଥିଲେ। ଏହାସହ ପୀଠରେ ଥିବା ସୀତା କୁଣ୍ଡ, ବରୁଣେଇ ପାହାଡ଼ ଶିଖରକୁ ଯିବା ପାଇଁ ରାସ୍ତା, ରୋପୱେ ଇତ୍ୟାଦି କାର୍ଯ୍ୟର ମଧ୍ଯ ଅନୁଧ୍ୟାନ କରିଥିଲେ।

ଏହା ବି ପଢନ୍ତୁ- Special Train: ହୋଲି ଉପଲକ୍ଷେ ଗଡ଼ିବ ୫ଟି ସ୍ବତନ୍ତ୍ର ଟ୍ରେନ୍, ଜାଣନ୍ତୁ ରୁଟ୍ ଓ ସମୟ

ଏହା ବି ପଢନ୍ତୁ -Weather Update: ଏହି ଦିନଠାରୁ ବଦଳିବ ପାଗ, ବହୁ ଜିଲ୍ଲାରେ ବର୍ଷା ସମ୍ଭାବନା

ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ଗୁଣାବତ୍ତାକୁ ଆଧାର କରି କାମ ସାରିବାକୁ ଫାଇଭ-ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ଫାଇଭ-ଟି ଅଧ୍ୟକ୍ଷଙ୍କ ସହ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ ।